Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ହରାଇଲା ଭାରତ

ଦୁବାଇ,୧।୫(ପି.ଟି.): ସଦ୍ୟପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଶୀର୍ଷ ସ୍ଥାନ ହରାଇଛି। ଶୁକ୍ରବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲେ ମଧ୍ୟ ଆନୁଆଲ ଅପ୍‌ଡେଟ ବା ର଼୍ୟାଙ୍କିଙ୍ଗରେ ବାର୍ଷିକ ନବୀକରଣ ହେବା ଭାରତକୁ ୧ ନମ୍ବର ସ୍ଥାନ ହରାଇବାକୁ ପଡିଛି। ତେବେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ପୂର୍ବପରି ତା’ର ଶୀର୍ଷ ସ୍ଥାନ ବଜାୟ ରଖିଛି।
୨୦୧୬-୧୭ରେ ଭାରତ ୧୨ଟି ଟେଷ୍ଟରେ ବିଜୟୀ ହୋଇଥିଲା ଓ ମାତ୍ର ଗୋଟିଏ ଟେଷ୍ଟରେ ପରାସ୍ତ ହୋଇଥିଲା। ତେବେ ଏବେ ପ୍ରକାଶିତ ଚାର୍ଟରୁ ଭାରତର ଏହି ରେକର୍ଡକୁ ବାଦ୍‌ ଦିଆଯାଇଛି। ଫଳରେ ଭାରତକୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଛି ବୋଲି ଆଇସିସି ତରଫରୁ କୁହାଯାଇଛି। ଏହି ସମୟ ଅବଧିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ସବୁ ୫ଟି ଯାକ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସାମିଲ ଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ସହିତ ଭାରତଠାରୁ ପରାସ୍ତ ହୋଇଥିଲା। ଲାଟେଷ୍ଟ ଅପ୍‌ଡେଟରେ ୨୦୧୯ ମେ ପରଠାରୁ ଖେଳାଯାଇଥିବା ସବୁ ମ୍ୟାଚ୍‌ ୧୦୦ ପ୍ରତିଶତ ଓ ଗତ ଦୁଇବର୍ଷ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୫୦ ପ୍ରତିଶତ ମୂଲ୍ୟ ବହନ କରୁଛି।
ଅନ୍ୟପଟେ ଅଷ୍ଟ୍ରେଲିଆ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିବା ସହ ଟି୨୦ ତାଲିକାରେ ପ୍ରଥମଥର ପାଇଁ ୧ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନରେ ରହିଛି। ଆନୁଆଲ ଅପ୍‌ଡେଟ୍‌ରେ ୨-୧୬-୧୭ ଫଳାଫଳକୁ ବାଦ୍‌ ଦିଆଯାଇଛି। ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଏବେ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ଦ୍ୱିତୀୟ ଓ ଭାରତ ୧୧୪ ପଏଣ୍ଟ ପାଇଁ ତୃତୀୟ ସ୍ଥାନରେ ରହିଛି। ୨୦୦୩ ପରଠାରୁ ଟେଷ୍ଟ ର଼୍ୟାଙ୍କିଙ୍ଗ ଆରମ୍ଭ ହେବା ପରେ ଦ୍ୱିତୀୟଥର ପାଇଁ ଶୀର୍ଷ ୩ଟି ଦଳରେ ସର୍ବନିମ୍ନ ୨ ପଏଣ୍ଟର ବ୍ୟବଧାନ ରହିଛି। ପୂର୍ବରୁ ୨୦୧୬ରେ ଶ୍ରେଷ୍ଠ ୩ଟି ଦଳ ଯଥା ଭାରତ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମାତ୍ର ୨ ପଏଣ୍ଟର ବ୍ୟବଧାନ ଥିଲା। ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ହରାଇ ଏବେ ଶ୍ରୀଲଙ୍କା ତଳକୁ ରହି ଷଷ୍ଠ ସ୍ଥାନରେ ରହିଛି।
ଦିନିକିଆ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ୧୨୭ ପଏଣ୍ଟ ପାଇ ଶୀର୍ଷ ରହିଥିବା ବେଳେ ଭାରତ ୧୧୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱକପ୍‌ ରନର୍ସଅପ୍‌ ନ୍ୟୁଜିଲାଣ୍ଡ ୧୧୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସେହିପରି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହଟାଇ ୨୭୮ ପଏଣ୍ଟ ପାଇ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛି। ପାକିସ୍ତାନ ୨୬୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ୨୬୬ ପଏଣ୍ଟ ପାଇ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୬୮ ପଏଣ୍ଟ ପାଇ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନ ସପ୍ତମ ସ୍ଥାନରୁ ଦଶମ ସ୍ଥାନକୁ ଖସିଛି। ତେବେ ବୁଲଗେରିଆ ୧୨ଟି ସ୍ଥାନ ଉପରକୁ ଉଠି ଲମ୍ବା ଜମ୍ପ ମାରିବା ସହ ୫୧ତମ ସ୍ଥାନ ଅଧିକାର କରିଛି। ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ୮୪ଟି ଦେଶ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?