Categories: ଖେଳ

‘ଆଇପିଏଲକୁ ନେଇ ମୋ ପାଖରେ ଉତ୍ତର ନାହିଁ’

ନୂଆଦିଲ୍ଲୀ, ୨୫।୩ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ନେଇ ମୋ ପାଖରେ କୌଣସି ଉତ୍ତର ନାହିଁ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ପୂର୍ବରୁ କରୋନା ଭାରଇସ୍‌କୁ ନଜରରେ ରଖି ବିସିସିଆଇ ଆଇପିଏଲ୍‌-୧୩କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହା ପ୍ରଥମେ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। ଏହି ମାରାତ୍ମକ ଭାଇରସ ଲାଗି ଭାରତ ସରକାର ରାଜନୈତିକ ଓ ନିଯୁକ୍ତି ସମ୍ବନ୍ଧୀୟକୁ ଛାଡ଼ି ବାକି ସମସ୍ତ ଭିଜା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ବିଦେଶୀ ଖେଳାଳି ଆଇପିଏଲ୍‌ରେ ଅଶଂଗ୍ରହଣ କରିବା ନେଇ ରାସ୍ତା ବନ୍ଦ ହୋଇଯାଇଥିଲା।
ସମୟରେ ମୁଁ କିଛି କହିପାରିବି ନାହିଁ। ପୂର୍ବରୁ ଆଇପିଏଲ୍‌ ସ୍ଥଗିତ ଦିନ ଯେଉଁଠି ଥିଲୁ, ଆମେ ଆଜି ମଧ୍ୟ ସେହି ସ୍ଥାନରେ ରହିଛୁ। ଗତ ୧୦ ଦିନ ହେବ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ମୋ ପାଖରେ ଏହାର ଉତ୍ତର ନାହିଁ’ ବୋଲି ଗାଙ୍ଗୁଲି ଏକ ସାକ୍ଷାତ୍‌ରେ କହିଛନ୍ତି। ବିଶ୍ୱବ୍ୟାପୀ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୩/୪ ମାସ ଲାଗି କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ କରିହେବ ନାହିଁ। ସେହିଭଳି ବୀମାରାଶି ମିଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କାହିଁକି ନା ଏହା ସରକାରଙ୍କ ଦ୍ୱାରା ଲକ୍‌ଡାଉନ୍‌ ହୋଇଛି। ସରକାରଙ୍କ ଦ୍ୱାରା ହୋଇଥିବା ଲକ୍‌ଡାଉନରେ ବୀମା ରାଶି କଭର୍‌ ହୋଇଥାଏ କି ନାହିଁ ତାହା ନିଶ୍ଚିତ ନୁହେଁ ବୋଲି ଗାଙ୍ଗୁଲି ଏହି ଅବସରରେ କହିଛନ୍ତି। ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ବର୍ତ୍ତମାନ ସୁଦ୍ଧା କରୋନା ଭାରଇସ୍‌ ସହ ମୁକାବିଲା କରିବା ପାଇଁ କୌଣସି ସହାୟତା ଘୋଷଣା କରିନାହିଁ। ‘ ଜୟ (ଜୟ ଶାହା, ବିସିସିଆଇ ସମ୍ପାଦକ)ଙ୍କ ସହ କୌଣସି ଆଲୋଚନା କରିନାହିଁ। ଦେଖାଯାଉ, ଆମେ ସ୍ଥିତିର ଆକଳନ ଏବଂ ନିର୍ଦ୍ଦେଶର ଅନୁପାଳନ କରିବୁ। ଦେଖିବୁ କ’ଣ ହୋଇପାରୁଛି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଯଦି ରାଜ୍ୟ ସରକାର ଚାହିଁବେ ତାହାଲେ ଇଡେନ ଗାଡେନ୍ସ ଇନ୍‌ଡୋର ସୁବିଧା ସୁଯୋଗ ଏବଂ ଖେଳାଳିଙ୍କ ହଷ୍ଟେଲକୁ ସାମୟିକ ମେଡିକାଲ ପାଇଁ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛୁ।

Share