ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି ପ୍ରଭେଦ ବହୁ ଅଧିକ ଥିବା ଜଣାପଡିଛି। କର୍ମଚାରୀଙ୍କ ଦରମା ନାମମାତ୍ର ବଢ଼ିଥିବା ବେଳେ ସିଇଓମାନେ ବମ୍ପର ବେତନ ପାଇଛନ୍ତି। ଆଇଟି କମ୍ପାନୀ ଓ୍ବିପ୍ରୋ ସିଇଓ ଆବିଦାଲି ନିମୁଚଓ୍ବାଲାଙ୍କ ଦରମା କମ୍ପାନୀର ସାଧାରଣ କର୍ମଚାରୀଙ୍କ ହାରାହାରି ବେତନ ତୁଳନାରେ ୪୫୫ ଗୁଣା ବୃଦ୍ଧି ପାଇଛି। ଗତବର୍ଷ ଏହା ୩୩୭ ଗୁଣା ଅଧିକ ଥିଲା। ସେହିପରି ଟାଟା କନସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ସିଇଓ ରାଜେଶ ଗୋପୀନାଥନଙ୍କ ବେତନ କର୍ମଚାରୀଙ୍କ ଦରମା ଠାରୁ ୨୬୨ ଗୁଣ ଅଧିକ, ଯାହା କି ଗତବର୍ଷ ୨୧୧ ଗୁଣ ଥିଲା। ସେହିପରି ଇନ୍‌ଫୋସିସ୍‌ ସିଇଓ ସଲିଲ ପାରେଖ ୨୦୧୮-୧୯ରେ ୨୭୩ ଗୁଣ ଅଧିକ ବେତନ ନେଇଛନ୍ତି। ଏହି ଟ୍ରେଣ୍ଡ ବିଶ୍ୱର ଅନ୍ୟ କମ୍ପାନୀଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ। ଆମେରିକା କମ୍ପେସେଶନ ରିସର୍ଚ୍ଚ ଫାର୍ମ ଇକ୍ୱିଲିୟର ପକ୍ଷରୁ କୁହାଯାଇଛି ଯେ, ରସେଲ ୩୦୦୦ କମ୍ପାନୀ(ମାର୍କେଟ କ୍ୟାପିଟାଲାଇଜେଶନ ଆଧାରିତ ଇକୁଇଟି ଇଣ୍ଡେକ୍ସ)ର ମେ’ର ତଥ୍ୟ ଅନୁଯାୟୀ ଟେକ୍‌ କମ୍ପାନୀଙ୍କ ସିଇଓ ଓ କର୍ମଚାରୀଙ୍କ ବେତନ ବୃଦ୍ଧି ଭିତରେ ପ୍ରାୟ ସମାନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri