ଆଇଟିଆଇ ପ୍ରସ୍ତୁତ କଲା ୟୁଭିସି ସାନିଟାଇଜ୍‌ ମେଶିନ: ଇଲୋକ୍ଟ୍ରୋନିକ୍ସ ଉପକରଣକୁ କରିହେବ ସାନିଟାଇଜ୍‌

ବ୍ରହ୍ମପୁର ଅଫିସ,୭ା୫-କୋଭିଡ୍‌-୧୯ ଭୂତାଣୁ ସାରା ଦେଶ ତଥା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହି ସମୟରେ ଇଲୋକ୍ଟ୍ରାନିକ୍ସ ଉପକରଣ ଦ୍ୱାରା ଏହି ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ଏକ ସ୍ବତନ୍ତ୍ର ୟୁଭିସି(ଅଲ୍‌ଟ୍ରା ଭାଉଲେଟ୍‌ ଚାମ୍ବର) ସାନିଟାଇଜ୍‌ ମେଶିନ ପ୍ରସ୍ତୁତ କରିଛି ବ୍ରହ୍ମପୁର ଆଇଟିଆଇ । ଏହା ଦ୍ୱାରା ଜଳ ତଥା ସାନିଟାଇଜର ଦ୍ୱାରା ବିଶୋଧନ କରାଯାଇ ପାରୁ ନ ଥିବା ମୋବାଇଲ, ଲାପ୍‌ଟପ୍‌, ଟାବ୍‌ଲେଟ ଭଳି ଯାନ୍ତ୍ରିକ ଉପକରଣ ବିଶୋଧିତ କରାଯାଇ ପାରିବ ବୋଲି ଆଇଟିଆଇ ପକ୍ଷରୁ କୁହାଯାଇଛି ା କୋଭିଡ୍‌-୧୯ କ୍ଷେତ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ, ଡାକ୍ତରମାନେ ବ୍ୟବହାର କରୁଥିବା ଇଲୋକ୍ଟ୍ରୋନିକ୍ସ ଉପକରଣ ଦ୍ୱାରା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ତେଣୁ ନିତ୍ୟ ବ୍ୟବହୃତ ମୋବାଇଲ, ଲାପଟପ୍‌ ସମେତ ସମସ୍ତ ବ୍ୟବହାର୍ଯ୍ୟ ଉପକରଣକୁ ସାନିଟାଇଜ୍‌ ତଥା ବିଶୋଧନ କରିବାର ଆବଶ୍ୟକତା ରହିଛି ା ତେବେ ଏହି ୟୁଭିସି ସାନିଟାଇଜ୍‌ରେ ବ୍ୟବହୃତ ଅଲଟ୍ରାଭାୟୋଲେଟ ରଶ୍ମି ଦ୍ୱାରା ମାତ୍ର ୧୫ ମିନିଟ ମଧ୍ୟରେ ସମସ୍ତ ଉପକରଣ ସାନିଟାଇଜ୍‌ କରାଯାଇ ପାରିବ ା ଏହି ଉପକରଣ ଘରେ ବ୍ୟବହୃତ ପୁରୁଣା ମାଇକ୍ରୋୱେଭ୍‌ ଓଭନ୍‌ ଉପକରଣର ଅପ୍‌ଗ୍ରେଡେଶନ କରାଯାଇ ପ୍ରସ୍ତୁତ କରାଯାଇଛି ା ମାତ୍ର ୧୨୦୦ ଟଙ୍କାରେ ଏହି ଉପକରଣ ପ୍ରସ୍ତୁତ ହୋଇପାରୁ ଥିବାରୁ ଏହାକୁ ଘର ଭିତରେ ମଧ୍ୟ ଇଲୋକ୍ଟ୍ରାନିକ୍ସ ଉପକରଣଗୁଡିକୁ ସାନିଟାଇଜ୍‌ ପାଇଁ ବ୍ୟବହାର କରାଯାଇ ପାରିବ ା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁମତି ପତ୍ର ପ୍ରଦାନ ପରେ ଏହାକୁ ପ୍ରତ୍ୟେକ କୋଭିଡ୍‌-୧୯ ହସ୍‌ପିଟାଲକୁ ଯୋଗାଇ ଦିଆଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri