ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ଓ କୋଣାର୍କକୁ ଏଥିରେ ସ୍ଥାନ ଦିଆଯାଇ ନାହିଁ। ଏହାଛଡ଼ା ରାଜ୍ୟର କୌଣସି ସ୍ଥାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶାସକ ଦଳର ସଦସ୍ୟମାନେ ଶୁକ୍ରବାର ବିଧାନସଭାରେ ଜୋର୍‌ଦାର ବିରୋଧ କରିଛନ୍ତି। ସର୍ବସମ୍ମତି କ୍ରମେ ଏ ନେଇ ଏକ ପ୍ରସ୍ତାବ ଗୃହରେ ପାରିତକରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉ ବୋଲି ସଦସ୍ୟମାନେ ଏକ ସ୍ବରରେ କହିଛନ୍ତି।
ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସଭ୍ୟ ପ୍ରଦୀପ ମହାରଥୀ କହିଥିଲେ ଯେ, କେନ୍ଦ୍ର ସରକାର ୧୭ଟି ଜାଗାକୁ ଆଇକନିକ୍‌ ଡେଷ୍ଟିନେଶନ ଘୋଷଣା କଲେ। ପୁରୀକୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ପୁରୀ ଭଳି ତୀର୍ଥକ୍ଷେତ୍ର ବିଶ୍ୱରେ ପ୍ରସିଦ୍ଧ। ତୁରନ୍ତ କେନ୍ଦ୍ର ସରକାର ପୁରୀକୁ ଆଇକନିକ୍‌ ଡେଷ୍ଟିନେଶନ ପରିସରଭୁକ୍ତ କରିବାକୁ ସେ ଦାବି କହିଛନ୍ତି। ଶାସକ ଦଳ ସଭ୍ୟ ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ଅରବିନ୍ଦ ଢାଲି, ଭୂପିନ୍ଦର ସିଂହ, କିଶୋର ମହାନ୍ତି, ନୃସିଂହ ସାହୁ ପ୍ରମୁଖ ମହାରଥୀ ଉଠାଇଥିବା ପ୍ରସଙ୍ଗକୁ ଦୃଢ଼ ସମର୍ଥନ କରିଥିଲେ। କେନ୍ଦ୍ର ସରକାର କେଉଁ ପରିସ୍ଥିତିରେ ଏଭଳି ଘୋଷଣା କଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବାଦକରି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ରାଜ୍ୟ ଅଭିବୃଦ୍ଧିରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀ ଓ କୋଣାର୍କ ବ୍ୟତୀତ ଚିଲିକା, ଭିତରକନିକା ଭଳି ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏଥିସହିତ ଓଡ଼ିଶାରେ ୬୨ ଶ୍ରେଣୀର ଆଦିବାସୀ ରହିଛନ୍ତି। ଏହା ସତ୍ତ୍ୱେ କେନ୍ଦ୍ର ବଜେଟରେ ଓଡ଼ିଶାରୁ କୌଣସି ସ୍ଥାନକୁ ଆଇକନିକ୍‌ ଡେଷ୍ଟିନେଶନରେ ସାମିଲ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧକରି ସର୍ବସମ୍ମତି କ୍ରମେ ଗୃହରେ ଏକ ପ୍ରସ୍ତାବ ପାରିତ କରାଯାଉ। ଏଥିପାଇଁ ଏକ କମିଟି ମଧ୍ୟ ଗଠନ ହେଉ। କମିଟି ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri