Categories: ଖେଳ

ଆଇଓସି ମୁଖ୍ୟଙ୍କୁ ବ୍ରିଟିସ ଅଲିମ୍ପିଆନ୍‌ଙ୍କ ସମାଲୋଚନା

ଲଣ୍ଡନ,୨୪।୩(ଏଏଫ୍‌ପି)- କୋଭିଡ-୧୯ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ଏବେ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅହଂକାରୀ ଓ ଜିଦ୍‌ଖୋର ମନୋବୃତ୍ତି ପାଇଁ ବାକ୍‌ଙ୍କୁ ବ୍ରିଟସ୍‌ ଅଲିମ୍ପିଆନ ତଥା ଟ୍ରାକ ସାଇକ୍ଲିଷ୍ଟ କାଲମ ସ୍କିନର କଡ଼ା ସମାଲୋଚନା କରିଛନ୍ତି। ଜୁଲାଇ ୨୪ରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଆଇଓସି ସବୁଆଡୁ ଚାପର ସମ୍ମୁଖୀନ ହେଉଛି। ଆଗାମୀ ୪ ସପ୍ତାହରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ବାକ୍‌ କହିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ବାକ୍‌ ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି ଓ କାଳ କ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବାକ୍‌ଙ୍କ ଏଭଳି ଆଚରଣ ଅଲିମ୍ପିକ ଆନ୍ଦୋଳନକୁ ପ୍ରଭାବିତ କରିଛି ବୋଲି ସ୍କିନର କହିଛନ୍ତି। ଉଲ୍ଲେଖଥାଉ କି, ସ୍କିନର ୨୦୧୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ୟୁକେ ସ୍ପୋଟର୍‌ସ, ବ୍ରିଟିଶ ଅଲିମ୍ପିକ୍‌ ଆସୋସିଏଶନ (ବିଓଏ) ଓ ବ୍ରିଟିସ ପରା ଅଲିମ୍ପିକ୍‌ ଆସୋସିଏଶନ ବିଭିନ୍ନ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ପରଫର୍ମାନ୍ସ ଡାଇରେକ୍ଟରଙ୍କ ସହ ମଙ୍ଗଳବାର ବୈଠକରେ ବସିବ।

Share