ଆଇଏମ୍‌ଡି ନୂତନ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର,୪।୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ମଙ୍ଗଳବାର ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ସେ ଅଗଷ୍ଟ ପହିଲାରୁ ଏହି ଦାୟିତ୍ୱ ତୁଲାଇବେ। ଏବେ ସେ ଆଇଏମ୍‌ଡିର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ମୃତ୍ୟୁଞ୍ଜୟ ଆଗାମୀ ୫ ବର୍ଷ ଲାଗି ଏହି ଦାୟିତ୍ୱ ବହନ କରିବେ।

ତେବେ ମୃତ୍ୟୁଞ୍ଜୟ ପୂର୍ବରୁ ବାତ୍ୟା ସୂଚନା କେନ୍ଦ୍ର ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି। ଅନେକ ବାତ୍ୟାର ଠିକ୍‌ ଆକଳନ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି। ନିକଟରେ ହୋଇଥିବା ‘ଫନୀ’ ବାତ୍ୟା ସମ୍ପର୍କରେ ମଧ୍ୟ ସେ ସଫଳତାପୂର୍ବକ ଆକଳନ କରିଥିଲେ।