ଆଇଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୧୯୮୯ ବ୍ୟାଚ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ। ତାଙ୍କୁ ଅତିରିକ୍ତ ଭାବେ ଏସଆରସି ଓ ଓସଡମା ଏମ୍‌ଡି ଦାୟିତ୍ୱ ଦିଆଯାଇଛି। ୧୯୮୯ ବ୍ୟାଚ ଆଇଏଏସ୍‌ ଅଫିସର ଡ. ମୋନା ଶର୍ମା ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ। ୧୯୯୦ ବ୍ୟାଚ ଆଇଏଏସ  ଅଫିସର ସଞ୍ଜୀବ ଚୋପ୍ରା ହେଲେ ଗୃହ ବିଭାଗର ପ୍ରମୁଖ ସଚିବ। ତାଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ୧୯୯୧ ବ୍ୟାଚ ଆଇଏଏସ୍‌ ଅଫିସର ଡ. ସୌରଭ ଗର୍ଗଙ୍କୁ ଅତିରିକ୍ତ ଭାବେ ସିଏମ୍‌ଡି, ଗ୍ରିଡ୍‌କୋ, ଓପିଟିସିଏଲ ଏବଂ ସିଇଓ ଓସିପିଏଲ ଦାୟିତ୍ୱ ମିଳିଛି। ଡ. ଗର୍ଗ ଏବେ କୃଷି ବିଭାଗର ପ୍ରମୁଖ ସଚିବ ଅଛନ୍ତି।୧୯୯୫ ବ୍ୟାଚ ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା ହେଲେ ଶିଳ୍ପ ସଚିବ। ତାଙ୍କୁ ଅତିରିକ୍ତ ଭାବେ ଏମ୍‌ଏସ୍‌ଏମ୍‌ଇ ଓ ଇପିକଲର ସିଏମ୍‌ଡି ଦାୟିତ୍ୱ ଦିଆଯାଇଛି। ୧୯୯୫ ବ୍ୟାଚ ଆଇଏଏସ୍‌ ଅଫିସର ବିଷ୍ଣୁ ପଦ ସେଠୀ ହେଲେ ଶକ୍ତି ସଚିବ। ତାଙ୍କୁ ଅତିରିକ୍ତ ଭାବେ ଓଏଚ୍‌ପିସିର ସିଏମ୍‌ଡି ଦାୟିତ୍ୱ ମିଳିଛି। ୧୯୯୫ ବ୍ୟାଚ ଆଇଏଏସ୍‌ ଅଫିସରଚିତ୍ରା ଅରୁମୁଗମ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ। ୧୯୯୮ବ୍ୟାଚ ଆଇଏଏସ୍‌ ଅଫିସର ବିଶାଳ ଗଗନ ନେଲେ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ। ସେ ଏବେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ପଦରେ ଅଛନ୍ତି। ୨୦୦୭ ବ୍ୟାଚ ଆଇଏଏସ୍‌ ଅଫିସର ଅରବିନ୍ଦ ଅଗ୍ରୱାଲଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ସେ ଏବେ ସମାଜ କଲ୍ୟାଣ ନିର୍ଦ୍ଦେଶକ ସହିତ ମହିଳା ବିକାଶ ସମବାୟ ନିଗମ ଦାୟିତ୍ୱରେ ଅଛନ୍ତି।