Categories: ଖେଳ

ଆଇଏଏଏଫ୍‌ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ

ଜେନେଭା, ୪ା୬ (ଏଏଫ୍‌ପି)-ସୁଇଜରଲାଣ୍ଡର ଟପ୍‌ କୋର୍ଟ ସୋମବାର ସାମୟିକ ଭାବେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ୍ସ (ଆଇଏଏଏଫ୍‌)ର ବିବାଦୀୟ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ କରିଛନ୍ତି। ଏହି ନିୟମ ଯୋଗୁ କେତୋଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଡବଲ ଅଲିମ୍ପିକ ଚାମ୍ପିୟନ କାଷ୍ଟର ସିମେନ୍ୟାଙ୍କ ସମେତ କେତେଜଣ ଆଥଲେଟଙ୍କୁ ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନ ମାତ୍ରାକୁ ହ୍ରାସ କରିବାକୁ ପଡ଼ିବ। ସୁଇସ୍‌ ଫେଡେରାଲ ଟ୍ରିବ୍ୟୁନାଲ ମୁଖପାତ୍ର ପିଟର ଯୋଶି କହିଛନ୍ତି କୋର୍ଟ ସୁପର ପ୍ରୋଭିଜନାଲ ଅର୍ଡର ଜାରି କରିଛନ୍ତି। ପୁନର୍ବାର ଏକ ଶୁଣାଣି ନ ହେବା ପର୍ଯ୍ୟନ୍ତ ଆଇଏଏଏଫ୍‌ର ନୂଆ ନିୟମକୁ ସସ୍‌ପେଣ୍ଡ କରାଯାଇଛି। ସୂଚନାଯୋଗ୍ୟ, ଆଇଏଏଏଫ୍‌ର ଏହି ନୂଆ ନିୟମ ପୂର୍ବରୁ ଲାଉସାନେସ୍ଥିତ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌) ଦ୍ୱାରା ଅନୁମୋଦନ ଲାଭ କରିସାରିଥିଲା।

Share