ଅସ୍ଥାୟୀ ଆଶ୍ରୟସ୍ଥଳ ଦେଇଛି ଆହାର

କେନ୍ଦୁଝର, ୩୧ା୩ (ନରେଶ ପଟ୍ଟନାୟକ)-କରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ। ଏହା ଚାରିଆଡ଼େ ତାହାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ୩୪ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିବାବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସବୁଠି ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ସବୁଆଡ଼େ ଯାତାୟାତ ଏକପ୍ରକାର ଠପ୍‌ ହୋଇପଡ଼ିଥିବାବେଳେ ଦିନ ମଜୁରିଆମାନେ ବହୁ କଷ୍ଟରେ ସମୟ କାଟୁଛନ୍ତି। ସରକାରଙ୍କ ଲକଡାଉନ ଘୋଷଣା ଅନେକଙ୍କ କାମ ଛଡାଇ ନେଇଛି। ବାହାର ରାଜ୍ୟରୁ ଆସି କେନ୍ଦୁଝର ଜିଲାରେ ବହୁ ବର୍ଷ ହେଲା ରହି ଗଦି ଓ ରେଜେଇ ପ୍ରସ୍ତୁତ କରି ପେଟ ପୋଷୁଥିବା ଅନେକ ବ୍ୟକ୍ତି କିଛି ଦିନ ହେଲା କାମ ନ ପାଇ ବହୁତ ହଇରାଣ ହେଉଥିଲେ। ହେଲେ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଥିବା ବହିରାଗତ ପାଇଁ ଗଦି ଆବଶ୍ୟକ ପଡିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତିଆରି କରିବାକୁ ଅର୍ଡର ମିଳିଛି। ଏବେ ସେମାନେ କାମ ପାଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ବହିରାଗତଙ୍କୁ ଏକାନ୍ତରେ ରଖିବା ଆବଶ୍ୟକ। ସେମାନଙ୍କର ଚିକିତ୍ସା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେମାନଙ୍କ ଶୋଇବା ପାଇଁ ଆବଶ୍ୟକତା ଥିବା ବିଛଣା (ଗଦି) ପ୍ରସ୍ତୁତି କାମରେ ଗଦି, ରେଜେଇ ବେପାରୀମାନେ ଲାଗି ପଡିଛନ୍ତି। ଏହି କାମ ସେମାନଙ୍କୁ କର୍ମ ଯୋଗାଣ ସହ ଅସୁବିଧା ସମୟରେ ସେବା କରିବାକୁ ସୁଯୋଗ ଦେଲା ବୋଲି କୁହନ୍ତି ଗଦିବାଲା ଏମ୍‌ଡି ସମୀର। ଏଭଳି ୫୦୦ ଗଦି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଆଦେଶ ମିଳିଥିବା କହିଛନ୍ତି। ଏହି କାମରେ ଲାଗିଛନ୍ତି ୭ ଜଣ ମଜୁରିଆ। ଏମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ। କିନ୍ତୁ ବହୁ ବର୍ଷ ଧରି ଓଡ଼ିଶାର କେନ୍ଦୁଝର ଜିଲାରେ ଭଡ଼ା ଘରେ ରହି ଗାଁ ସହର ବୁଲି ଲୋକଙ୍କ ଗଦି ତିଆରି, ମରାମତି ଆଦି କାମ କରୁଛନ୍ତି। ଯାହା କିଛି ରୋଜଗାର ହୁଏ ନିଜେ ଚଳନ୍ତି ଏବଂ ଘରକୁ ଛୁଆପିଲାମାନଙ୍କ ଚଳିବା ପାଇଁ ପଠାଇଥାନ୍ତି। ହଠାତ ଲକ ଡାଉନ ଘୋଷଣା ଯୋଗୁ ସେମାନେ ଘରକୁ ଫେରି ପାରି ନ ଥିଲେ। ସବୁବେଳେ ବୁଲି କାମ କରିଆସୁଥିବା ଏହି ଲୋକ ଭଡ଼ାଘରେ ବସି ରହିି କ’ଣ କରିବେ ଚିନ୍ତାରେ ରହୁଥିଲେ। ଏଠାରେ କିପରି ରହିବେ କ’ଣ ଖାଇବେ ଚିନ୍ତାରେ ଥିବା ବେଳେ ଏହି କାମ ସେମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ସେମାନଙ୍କ ଭଳି ଜିଲାର ବହୁ ଗଦିବାଲାଙ୍କୁ ଏଭଳି ଗଦି ତିଆରି ପାଇଁ ବରାଦ ମିଳିଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ତୁଳା ବାଲେଶ୍ୱରରୁ ମଗାଇ ଯୋଗାଇ ଦେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri