ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ରାଜ୍ୟର ବଡଜାମଦା ପୋଲିସ ସୀମା ସିଲ୍‌ କରିବାକୁ ଯାଇ କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳର ନାଲଦା ଅଞ୍ଚଳରେ ପଶି ଟେଣ୍ଟ ବାନ୍ଧିବାରୁ ବିବାଦ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏହା ଜାଣିବା ପରେ ସୀମାନ୍ତରେ ପହଞ୍ଚି ଝାଡଖଣ୍ଡ ପୋଲିସ ଦ୍ୱାରା ନିର୍ମାଣ ହୋଇଥିବା ଟେଣ୍ଟକୁ ହଟାଇ ନେବାକୁ କହିଥିଲେ। ଏହାକୁ ନେଇ ଏବେ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ଟଣାଓଟରା ଦେଖାଦେଇଛି। ଝାଡଖଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏଠାକୁ ଓଡିଶା ପୋଲିସ କେବେ ଆସୁ ନ ଥିବାରୁ ତେଣୁ ସୀମାରେଖା କେଉଁଠାରୁ ଆରମ୍ଭ ଆମେ ଜାଣିନାହୁଁ। ଏହାଛଡା ପୂର୍ତ୍ତ ବିଭାଗ ଓ ପୌର ପରିଷଦ ପକ୍ଷରୁ ସ୍ବାଗତମ ଓ ଧନ୍ୟବାଦ ତୋରଣ ସୀମାରେଖାଠାରୁ ଅନେକ ଦୂରରେ ରହିଥିବାରୁ ତାହା ମଧ୍ୟ ଭ୍ରମ ସୃଷ୍ଟି କରୁଛି।
ଝାଡଖଣ୍ଡ ପୋଲିସ ସୀମାନ୍ତ ସିଲ ନିମନ୍ତେ ଟେଣ୍ଟ କରୁଥିବା ସ୍ଥାନ ବଡବିଲ ବନ ବିଭାଗ କାର୍ଯ୍ୟାଳୟର ଠିକ୍‌ ସମ୍ମୁଖରେ ରହିଛି। ଝାଡଖଣ୍ଡ ପୋଲିସ ସୀମା ଭିତରକୁ ପଶି ଆସିଥିଲେ ହେଁ ଓଡିଶା ପୋଲିସ ସୀମାନ୍ତ ସିଲ୍‌ କରିବା ନେଇ କୌଣସି ପଦକ୍ଷେପ ନେଇ ନ ଥିଲା। ତେବେ ଓଡ଼ିଶା ସୀମା ଭିତରକୁ ଝାଡଖଣ୍ଡ ପୋଲିସର ପ୍ରବେଶ ଓ ଟେଣ୍ଟ ନିର୍ମାଣକୁ ଗଣମାଧ୍ୟମର ପ୍ରତିନିଧିମାନେ ବିରୋଧ କରିବା ସହ ଏନେଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଏବଂ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନିର୍ମାଣାଧୀନ ଟେଣ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri