ଅସୁରକ୍ଷିତ ଭଞ୍ଜବିହାର ଛାତ୍ରାବାସ

ବ୍ରହ୍ମପୁର ଅଫିସ,୨୭ା୨ – ଭଞ୍ଜବିହାରରେ ୬ ଛାତ୍ରାବାସ ରହିଛି। ସେଗୁଡିକ ହେଲୋ ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ବାହୁଦା ଓ ଯୋଗେନ୍ଦ୍ର । ଏହା ସବୁ ଛାତ୍ରାବାସରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ମୌଳିକ ସୁବିଧା ସେମାନଙ୍କୁ ମିଳିପାରୁ ନ ଥିବା କହିଛନ୍ତି ଅନ୍ତେବାସୀ । ସେମାନଙ୍କ କହିବା କଥା ବିଦ୍ୟୁତ୍‌ ଓ ପାଣି ଭଳି ଦୁଇଟି ମୁଖ୍ୟ ଆବଶ୍ୟକତା ମିଳିପାରୁ ନାହିଁ । ତା’ସହ ଗାଧୁଆ ଘର ଅବସ୍ଥା ବହୁତ ଶୋଚନୀୟ। ଛାତରୁ ପାଣି ଗଳିବା ଦ୍ୱାରା ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ପାଣି ଟାଙ୍କି ସଫା ନ ହେବାରୁ ବ୍ୟବହାର ସମୟରେ ପୋକ ବାହାରୁଛି । ଗାଧୁଆ ଘରେ କବାଟ ନ ଥିବାରୁ ଗାଧୋଇବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲାଟ୍ରିନ୍‌ଗୁଡିକ ମାସମାସ ଧରି ସଫା ହେଉନାହିଁ ।  ଉପାୟ ନ ପାଇ ଛାତ୍ରମାନେ ବାଧ୍ୟହୋଇ ଏହାକୁ ବ୍ୟବହାର କରୁଛନ୍ତି। କେତେକ କୋଠା ଅବସ୍ଥା ଏତେ ଖରାପ ଯେ ସେଠାରେ ରହିବା ପାଇଁ ଛାତ୍ରମାନେ ସୁରକ୍ଷିତ ମଣୁନାହାନ୍ତି ା ସେଥିପାଇଁ କେତେକ ଛାତ୍ର ଅନ୍ୟ ସାଙ୍ଗମାନଙ୍କ ପାଖରେ ରହୁଛନ୍ତି ା ଅନେକ ଛାତ୍ରାବାସ ମାସ ମାସ ଧରି ସଫା ହେଉ ନ ଥିବା ଦେଖିବାକୁ ମିଳୁଛି ା ଛାତ୍ରମାନଙ୍କ କହିବା କଥା ପିଇବା ପାଇଁ ଶୁଦ୍ଧ ପାଣି ମଧ୍ୟ ମିଳେ ନାହିଁ ା ଦିନେ ଆକ୍ୱାଗାର୍ଡ଼ ଚାଲିଲେ ୧୦ ଦିନ ବନ୍ଦ ରହୁଛି। ଫଳରେ ବାହାରୁ ପାଣି ଆଣି ପିଇବାକୁ ପଡ଼ୁଛି ା
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଜିମ୍‌ ସେଣ୍ଟର ଖୋଲିଥିଲେ। କିନ୍ତୁ ତାହା ଏବେ ଅଚଳ ହୋଇପଡ଼ିଛି ା ଅନେକ ଜାଗାରେ ଛାତଗୁଡ଼ିକ ଏପରି ଅବସ୍ଥାରେ ରହିଛି ତାହା କେଉଁ ମୁହୂର୍ତ୍ତରେ ଭୁଶୁଡ଼ିପଡ଼ିବ କହି ହେବ ନାହିଁ ା ଏ ସମ୍ପର୍କରେ ଛାତ୍ରାବାସ ୱାଡେନ୍‌ ପ୍ରଫେସର ଭାଗୀରଥି ପାଣିଗ୍ରାହୀଙ୍କୁ ପଚାରିବାରୁ ଛାତ୍ରାବାସ ମରାମତି କାମ ଚାଲୁ ରହିଛି । ଖୁବ୍‌ଶୀଘ୍ର ସମସ୍ୟାର ସାମଧାନ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri