ଅସୁରକ୍ଷିତ ଜେଟି, ମାଛ ବିକ୍ରୟ କେନ୍ଦ୍ର

ବାସୁଦେବପୁର, ୮।୭(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ତଟବର୍ତ୍ତୀ ଉପକୂଳବର୍ତ୍ତୀ ଅଞ୍ଚଳ। ଉକ୍ତ ବ୍ଲକର ୧୪ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସହ ବାସୁଦେବପୁର ପୌରପାଳିକାର ୨ଟି ୱାର୍ଡ ଉପକୂଳ ଅଞ୍ଚଳରେ ରହିଛି। ବାସୁଦେବପୁର ବ୍ଲକ ଓ ପୌରପାଳିକାର ୨୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ସମୁଦ୍ରରୁ ମାଛମାରି ଜୀବିକା ନିର୍ବାହ କରୁଛନ୍ତି। ବଙ୍ଗୋପସାଗର କୂଳେ କୂଳେ ଥିବା ବାସୁଦେବପୁରର ୩ଟି ଜେଟି ଭାଙ୍ଗିରୁଜି ଶୋଚନୀୟ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ବିକାଶ ଦିଗରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିବାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବିପନ୍ନ ହେବାକୁ ବସିଛି। ସେହିପରି ମାଛ ବିକ୍ରୟ କେନ୍ଦ୍ର ଅସୁରକ୍ଷିତ ହୋଇପଡ଼ିଛି।
ବାସୁଦେବପୁରର ସର୍ବପୁରାତନ ଚୂଡ଼ାମଣି ବନ୍ଦର କେବଳ ରାଜ୍ୟ ସରକାରଙ୍କ ଏମ୍‌ଓଏୟୁ(ଚୁକ୍ତିନାମା)ରେ ଅଟକିଛି। ଚୂଡ଼ାମଣି ଜେଟିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ଜେଟିର ମାଛ ରଖିବା ପାଇଁ ଉଦ୍ଦିଷ୍ଟ ଗୃହ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଜେଟି ଗୃହ ଅସୁରକ୍ଷିତ ଅବସ୍ଥାରେ ରହିଛି। ଅର୍ଦ୍ଧଭଗ୍ନ ଗୃହ ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଚୂଡ଼ାମଣି ଘାଟଠାରୁ ଜେଟି ଓ ସେଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଗମେଈ ନଦୀ ପୋତି ହୋଇପଡ଼ିଥିବାରୁ ଶତାଧିକ ବୋଟ୍‌, ଲଞ୍ଚ୍‌, ଭୁଟୁଭୁଟି ସମୁଦ୍ରକୁ ଯା’ଆସ ବେଳେ ବିପଦରେ ପଡୁଛନ୍ତି। ମୁହାଣକୁ ତୁରନ୍ତ ଖୋଳି ଅଧିକ ଗଭୀର କରାଯିବାକୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଦାବି ହେଉଛି। ଚୂଡ଼ାମଣି ଜେଟି ଏବଂ ଘାଟ ଅଞ୍ଚଳରେ ମାଛ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଅନ୍ୟ ଜେଟିଠାରୁ ଅଗ୍ରଣୀ ଥିବାବେଳେ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଟ୍ରଲର ମାଲିକ ସଂଘ ସମ୍ପାଦକ ଶଶିକାନ୍ତ ନାୟକ ମତ ପ୍ରକାଶ କରିଛନ୍ତି। ସେହିପରି କଷିଆ ମାଛଧରା ଜେଟିର ଅନୁରୂପ ଅବସ୍ଥା। ଏହି ଜେଟି ଉପରେ ଶତାଧିକ ବୋଟ୍‌, ଭୁଟୁଭୁଟି ନିର୍ଭରଶୀଳ ଥିବାବେଳେ ଜେଟିରୁ ସମୁଦ୍ର ମୁହାଣକୁ ସଂଯୋଗ କରୁଥିବା ନାଳୀ ଅତ୍ୟନ୍ତ ଅଣଓସାରିଆ ସହ ପୋତି ହୋଇପଡ଼ିଥିବାରୁ ଏହା ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଅନ୍ୟ ଏକ ଛୋଟ ଜେଟି ମୋହନପୁର ପଢୁଁଆଠାରେ ରହିଛି। ଏହାର ମଧ୍ୟ ଭିତ୍ତିଭୂମି ବିକାଶ ହେଉନାହିଁ। ବୋଟ୍‌ ଓ ଭୁଟୁଭୁଟି ରଖିବା ଲାଗି ଏଠାରେ ବେସ୍‌ ନିର୍ମାଣ କରାଯାଇ ନାହିଁ। ମାଛ, ଶୁଖୁଆ ଶୁଖାଇବା ଓ ରଖିବା ପାଇଁ ଗୃହ ମଧ୍ୟ ନିର୍ମାଣ ହୋଇନାହିଁ। ଏହି ୩ ପ୍ରମୁଖ ଜେଟିର ଉନ୍ନତୀକରଣ ନ ହେବା ନେଇ ମତ୍ସ୍ୟଜୀବୀମାନେ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ଦିଗରେ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri