ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ ତିନୋଟି, ସଦର ଥାନା ଇଲାକାରେ ଦୁଇଟି, ବଡ଼ବଜାର ଥାନା ଅଞ୍ଚଳରେ ଦୁଇଟି ଓ ଟାଉନ ଥାନା ଅଧୀନରେ ଗୋଟିଏ ଚୋରି ଘଟଣାର ପୋଲିସ ବାପ-ପୁଅ ଗ୍ୟାଙ୍ଗକୁ ଧରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି ।
ଏନେଇ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମାୟାଧର ସେଠୀ ସୂଚନା ଦେଇଛନ୍ତି । ଗ୍ୟାଙ୍ଗ ଲିଡର କୁହାଯାଉଥିବା ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲେନରେ ରହୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅମାନେ ଏହି ଚୋରି ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୧୩୫ ଗ୍ରାମ ସୁନା, ୨୫ ହଜାର ଟଙ୍କା, ରୁପା ସାମଗ୍ରୀ, କ୍ୟାମେରା, ମୋବାଇଲ ଫୋନ, ଏଲଇଡି ଟିଭି, ରେଡିଓ ଏବଂ ଆଇରନ ଚେଷ୍ଟ ପ୍ରଭୃତି ଜବତ କରାଯାଇଥିବା ଅତିରିକ୍ତ ଏସ୍‌ପି ସେଠୀ କହିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ବୈଦ୍ୟନାଥପୁର ପୋଲିସ ରବିବାର କୋର୍ଟଚାଲାଣ କରିଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)କୁ ପଠାଇ ଦିଆଯାଇଛି । ଗତ ମେ ମାସରେ ନାବାଳକମାନେ ବାଳ ସୁଧାର ଗୃହରୁ ମୁକ୍ତି ପାଇବା ପରେ ପୁଣିଥରେ ଏହି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି। ଗତ କିଛିଦିନ ତଳେ ଉପରୋକ୍ତ ସିରିଜ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ବଡ଼ବଜାର ପୋଲିସ ଜେଜେବିକୁ ପଠାଇଥିଲା। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଧରିପାରି ନ ଥିବା କହିଛି। ଏହି ଗ୍ୟାଙ୍ଗ ସହର ଓ ସହର ତଳି ଅଞ୍ଚଳ ଘୂରି ବୁଲିବା ସହ ବିଶେଷକରି ତାଲା ବନ୍ଦ ଘରକୁ ଟାର୍ଗେଟ କରୁଥିଲେ ବୋଲି ସେମାନଙ୍କୁ ଜେରା ବେଳେ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି ।
ଯେ, ଗତ ମେ ମାସରୁ ସହରର ବିଭିନ୍ନ ଥାନା ଇଲାକାରେ ନିୟମିତ ବ୍ୟବଧାନରେ ତାଲା ବନ୍ଦ ଘରୁ ସୁନା ଅଳଙ୍କାର, ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା । ଯାହାକି ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ବଡ଼ବଜାର ଆଇଆଇସି ପ୍ରଶାନ୍ତ ଭୂପତି, ଟାଉନ ଥାନାଧିକାରୀ ସନ୍ତୋଷିନୀ ଓରାମ, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସାଦ ଦାଶ, ସଦର ଥାନାଧିକାରୀ ଭାବନାନନ୍ଦ ପ୍ରଧାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ଗ୍ୟାଙ୍ଗର ଗତିିବିଧି ଉପରେ ନଜର ରଖିଥିଲେ। ଜଣେ ନାବାଳକଙ୍କୁ ଧରି ପୋଲିସ ପଚରାଉଚରା ବେଳେ ଏହି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣକ ତାଙ୍କ ନାବାଳକ ପୁଅମାନଙ୍କୁ ଚୋରି କାର୍ଯ୍ୟରେ ଲିପ୍ତ କରାଉଥିଲେ। ସେମାନଙ୍କଠାରୁ ଚୋରି ସାମଗ୍ରୀ ପାଇବା ପରେ ସେ ଅଳ୍ପ କିଛି ଟଙ୍କା ତାଙ୍କୁ ଦେଉଥିଲେ ବୋଲି ଜେରା ବେଳେ ଜଣାପଡ଼ିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଖୁବଶୀଘ୍ର ଧରିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri