ଅସୁରକ୍ଷିତ ଜେଟି, ମାଛ ବିକ୍ରୟ କେନ୍ଦ୍ର

ବାସୁଦେବପୁର, ୮।୭(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ତଟବର୍ତ୍ତୀ ଉପକୂଳବର୍ତ୍ତୀ ଅଞ୍ଚଳ। ଉକ୍ତ ବ୍ଲକର ୧୪ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସହ ବାସୁଦେବପୁର ପୌରପାଳିକାର ୨ଟି ୱାର୍ଡ ଉପକୂଳ ଅଞ୍ଚଳରେ ରହିଛି। ବାସୁଦେବପୁର ବ୍ଲକ ଓ ପୌରପାଳିକାର ୨୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ସମୁଦ୍ରରୁ ମାଛମାରି ଜୀବିକା ନିର୍ବାହ କରୁଛନ୍ତି। ବଙ୍ଗୋପସାଗର କୂଳେ କୂଳେ ଥିବା ବାସୁଦେବପୁରର ୩ଟି ଜେଟି ଭାଙ୍ଗିରୁଜି ଶୋଚନୀୟ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ବିକାଶ ଦିଗରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିବାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବିପନ୍ନ ହେବାକୁ ବସିଛି। ସେହିପରି ମାଛ ବିକ୍ରୟ କେନ୍ଦ୍ର ଅସୁରକ୍ଷିତ ହୋଇପଡ଼ିଛି।
ବାସୁଦେବପୁରର ସର୍ବପୁରାତନ ଚୂଡ଼ାମଣି ବନ୍ଦର କେବଳ ରାଜ୍ୟ ସରକାରଙ୍କ ଏମ୍‌ଓଏୟୁ(ଚୁକ୍ତିନାମା)ରେ ଅଟକିଛି। ଚୂଡ଼ାମଣି ଜେଟିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ଜେଟିର ମାଛ ରଖିବା ପାଇଁ ଉଦ୍ଦିଷ୍ଟ ଗୃହ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଜେଟି ଗୃହ ଅସୁରକ୍ଷିତ ଅବସ୍ଥାରେ ରହିଛି। ଅର୍ଦ୍ଧଭଗ୍ନ ଗୃହ ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଚୂଡ଼ାମଣି ଘାଟଠାରୁ ଜେଟି ଓ ସେଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଗମେଈ ନଦୀ ପୋତି ହୋଇପଡ଼ିଥିବାରୁ ଶତାଧିକ ବୋଟ୍‌, ଲଞ୍ଚ୍‌, ଭୁଟୁଭୁଟି ସମୁଦ୍ରକୁ ଯା’ଆସ ବେଳେ ବିପଦରେ ପଡୁଛନ୍ତି। ମୁହାଣକୁ ତୁରନ୍ତ ଖୋଳି ଅଧିକ ଗଭୀର କରାଯିବାକୁ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଦାବି ହେଉଛି। ଚୂଡ଼ାମଣି ଜେଟି ଏବଂ ଘାଟ ଅଞ୍ଚଳରେ ମାଛ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ଅନ୍ୟ ଜେଟିଠାରୁ ଅଗ୍ରଣୀ ଥିବାବେଳେ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଟ୍ରଲର ମାଲିକ ସଂଘ ସମ୍ପାଦକ ଶଶିକାନ୍ତ ନାୟକ ମତ ପ୍ରକାଶ କରିଛନ୍ତି। ସେହିପରି କଷିଆ ମାଛଧରା ଜେଟିର ଅନୁରୂପ ଅବସ୍ଥା। ଏହି ଜେଟି ଉପରେ ଶତାଧିକ ବୋଟ୍‌, ଭୁଟୁଭୁଟି ନିର୍ଭରଶୀଳ ଥିବାବେଳେ ଜେଟିରୁ ସମୁଦ୍ର ମୁହାଣକୁ ସଂଯୋଗ କରୁଥିବା ନାଳୀ ଅତ୍ୟନ୍ତ ଅଣଓସାରିଆ ସହ ପୋତି ହୋଇପଡ଼ିଥିବାରୁ ଏହା ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଅନ୍ୟ ଏକ ଛୋଟ ଜେଟି ମୋହନପୁର ପଢୁଁଆଠାରେ ରହିଛି। ଏହାର ମଧ୍ୟ ଭିତ୍ତିଭୂମି ବିକାଶ ହେଉନାହିଁ। ବୋଟ୍‌ ଓ ଭୁଟୁଭୁଟି ରଖିବା ଲାଗି ଏଠାରେ ବେସ୍‌ ନିର୍ମାଣ କରାଯାଇ ନାହିଁ। ମାଛ, ଶୁଖୁଆ ଶୁଖାଇବା ଓ ରଖିବା ପାଇଁ ଗୃହ ମଧ୍ୟ ନିର୍ମାଣ ହୋଇନାହିଁ। ଏହି ୩ ପ୍ରମୁଖ ଜେଟିର ଉନ୍ନତୀକରଣ ନ ହେବା ନେଇ ମତ୍ସ୍ୟଜୀବୀମାନେ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ଦିଗରେ ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri