Posted inଖେଳ

ଅଷ୍ଟ୍ରେଲିଆ ସେମିଫାଇନାଲ ନିକଟତର

ନଟିଂହାମ,୨୧।୬ (ପି.ଟି.)- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଅଷ୍ଟ୍ରେଲିଆ ଗୁରୁବାର ଅନୁଷ୍ଠିତ ଟୁର୍ନାମେଣ୍ଟର ୨୬ତମ ମ୍ୟାଚ୍‌ରେ ବାଂଲାଦେଶକୁ ୪୮ ରନରେ ପରାସ୍ତ କରିଛି। ଟ୍ରେଣ୍ଟ ବିଜ୍‌ରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନରଙ୍କ ଧୂଆଁଧାର ଶତକ (୧୬୬ ରନ, ୧୪୭ ବଲ, ୧୪ ଚୌକା, ୫ ଛକା) ସହାୟତାରେ ୫ ଉଇକେଟ ହରାଇ ୩୮୧ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୮ ଉଇକେଟ ହରାଇ ୩୩୩ ରନରେ ସୀମିତ ରହି ପରାସ୍ତ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୧୦ ପଏଣ୍ଟ ହାସଲ କରି ନ୍ୟୁଜିଲାଣ୍ଡକୁ ହଟାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ବାଂଲାଦେଶ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ମ୍ୟାଚ୍‌ ବିଜୟୀ ବୃହତ୍‌ ଶତକୀୟ ଇନିଂସ ପାଇଁ ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୮୨ ରନ କଷ୍ଟସାଧ୍ୟ ବିଜୟଲକ୍ଷ୍ୟର ପିଛା କରି ବାଂଲାଦେଶ ଲଢ଼େଇ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୧୦୨ (୯୭ ବଲ, ୯ ଚୌକା, ୧ ଛକା) ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଏହା ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମୁଦୁଲ୍ଲା ୬୯ ରନ (୫୦ ବଲ, ୫ଚୌକା, ୩ ଛକା), ଓପନର ତାମିମ ଇକ୍‌ବାଲ ୬୨, ଇନଫର୍ମ ସାକିବ ଅଲ ହାସନ ୪୧, ଲିଟନ ଦାସ ୨୦, ସୌମ୍ୟ ସରକାର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସବୀର ରହମାନ ଖାତା ଖୋଲିପାରି ନ ଥିଲେ। ମେହିଦ ହାସନ ମିର୍ଜା ଓ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ୬ ରନ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ, ନାଥନ କଲ୍ଟର- ନାଇଲ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏ, ସ୍ପିନର ଆଡାମ ଜାମ୍ପା ଗୋଟିଏ ଉଇକେଟ ହାସଲ କରିଥିଲେ।
ଓ୍ବାର୍ନରଙ୍କ ରେକର୍ଡ
ପୂର୍ବରୁ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ବୃହତ୍‌ ସ୍କୋର କରିଥିଲା। ତାରକା ଓପନର ଡେଭିଡ ଓ୍ବାର୍ନର ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରି ୧୬୬ ରନର ଶତକୀୟ ଇନିଂସ ଖେଳିଥିଲେ। ସେ କ୍ରିଜ୍‌ରେ ୧୮୪ ମିନିଟ ରହିବା ସହ ୧୪୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ଟି ଚୌକା ଓ ୫ଟି ଛକା ମାରି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଏଥିସହିତ ସେ ଟୁର୍ନାମେଣ୍ଟର ଦ୍ୱିତୀୟ ଓ କ୍ୟାରିୟରର ୧୬ତମ ଶତକ ହାସଲ କରିଛନ୍ତି। ସେ ମଧ୍ୟ ଦିନିକିଆରେ ଷଷ୍ଠଥର ପାଇଁ ୧୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ଓ୍ବାର୍ନର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୦୭ ରନର ଶତକୀୟ ଇନିଂସ ଖେଳିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ଦୁଇଥର ୧୫୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରି ସେ ରେକର୍ଡ କରିଛନ୍ତି।
ଓ୍ବାର୍ନରଙ୍କ ଏହି ଧୂଆଁଧାର ଇନିଂସ ବଲରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୮୧ ରନ ସଂଗ୍ରହ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଓ୍ବାର୍ନର ଓପ୍‌ନିଂ ଯୋଡିରେ ୨୬ ଓଭର ପୂର୍ବରୁ ୧୨୧ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ଫିଞ୍ଚ୍‌ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ରଥମେ ଆଉଟ ହୋଇଥିଲେ। ସେହିପରି ଉସ୍‌ମାନ ଖ୍ବାଜା ୭୨ ବଲରୁ ୧୦ ଚୌକା ସହ ୮୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଓ୍ବାର୍ନର ଓ ଖ୍ବାଜା ଧୂଅଁାଧାର ବ୍ୟାଟିଂ କରି ୧୪୧ ବଲରୁ ୧୯୨ ରନ ସଂଗ୍ରହ କରିଥିଲେ। ଟପ୍‌ ଅର୍ଡରର ୩ ବ୍ୟାଟ୍ସମ୍ୟାନ ଓ୍ବାର୍ନର, ଫିଞ୍ଚ୍‌ ଓ ଖ୍ବାଜା ମିଡିୟମ ପେସର ସୌମ୍ୟ ସରକାରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଖ୍ବାଜାଙ୍କ ପୂର୍ବରୁ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ମାତ୍ର ୧୦ ବଲରୁ ୨ ଚୌକା ଓ ୩ ଛକା ସହ ୩୨ ରନ କରି ରୁବେଲ ହୋସେନଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୧ ରନ କରିଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶେଷରେ ମାର୍କସ ଷ୍ଟୋଇନିସ ୧୧ ବଲରୁ ୧୭ ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ୮ ବଲରୁ ୧୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୌମ୍ୟ ୩ ଓ ମୁସ୍ତାଫିଜୁର ରହମାନ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି। କେବଳ ମେହିଦି ହାସନ ମିରାଜଙ୍କୁ ବାଦ୍‌ ଦେଲେ ବାକି ସବୁ ବୋଲର ଓଭର ପିଛା ୬ରୁ ଊର୍ଦ୍ଧ୍ୱ ରନ ବ୍ୟୟ କରିଥିଲେ। ବାଂଲାଦେଶର ସବୁ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଇନିଂସ ଶେଷହେବାକୁ ଆଉ ଗୋଟିଏ ଓଭର ବାକି ଥିବାବେଳେ ବର୍ଷା ହୋଇଥିଲା ଓ ଖେଳ ବାଧାପ୍ରାପ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୩୮୧/୫
(ଓ୍ବାର୍ନର- ୧୬୬, ଖ୍ବାଜା- ୮୯, ଫିଞ୍ଚ୍‌- ୫୩, ମ୍ୟାକ୍ସଓ୍ବେଲ- ୩୨, ସୌମ୍ୟ- ୩/୫୮, ମୁସ୍ତାଫିଜୁର- ୧/୬୯)।
ବାଂଲାଦେଶ ୫୦ ଓଭରରେ ୩୩୩/୮
(ମୁସଫିକର- ୧୦୨*, ମହମୁଦୁଲ୍ଲା- ୬୯, ତାମିମ- ୬୨, ସାକିବ- ୪୧, ଷ୍ଟାର୍କ- ୨/୫୫, କୁଲ୍ଟର ନାଇଲ- ୨/୫୮, ଷ୍ଟୋଇନିସ- ୨/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri