Posted inଫୁରସତ

ଅଷ୍ଟ୍ରେଲିଆର ବଡି ପେଣ୍ଟିଂ ଫେଷ୍ଟିଭାଲ, ଭାଗ ନେଇଥାନ୍ତି ୫୦ ଦେଶର ପ୍ରତିଯୋଗୀ

ବିଭିନ୍ନ ସଉକ ମଧ୍ୟରୁ ଅନ୍ୟତମ ପେଣ୍ଟିଂ ବା ଚିତ୍ରାଙ୍କନ। କାନଭାଷ ଉପରେ ରଙ୍ଗତୂଳୀ ଧରି ଚିତ୍ରକର ଅତି ସୁନ୍ଦର ଭାବେ ଚିତ୍ରକୁ ଆଙ୍କିଥାନ୍ତି, ଯାହା ଦେଖିବାକୁ ଖୁବ୍‌ ଜୀବନ୍ତ ମଧ୍ୟ ଲାଗେ। ତେବେ ମଣିଷ ଦେହରେ ପେଣ୍ଟିଂ କଥା କେବେ ଚିନ୍ତା କରିଛନ୍ତି। ବିଭିନ୍ନ କାର୍ଣ୍ଣିଭାଲ ବା ସ୍ପୋଟର୍‌ସ ଇଭେଣ୍ଟରେ ଆମେ ଦର୍ଶକଙ୍କୁ ବା ପ୍ରତିଯୋଗୀଙ୍କୁ ମୁହଁରେ, ହାତରେ ଭଳିକି ଭଳି ଟାଟୁ ବା ପେଣ୍ଟିଂ କରିଥିବାର ଦେଖିଛେ। କିନ୍ତୁ ପ୍ରତିବର୍ଷ ଏହି ବଡି ପେଣ୍ଟିଂକୁ ନେଇ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥାଏ ଓ୍ବାଲର୍‌ଡ ବଡି ପେଣ୍ଟିଂ ଫେଷ୍ଟିଭାଲ। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପୃଥିବୀର ୫୦ଟି ଦେଶରୁ ପ୍ରତିଯୋଗୀମାନେ ଆସି ଭାଗ ନେଇଥାନ୍ତି। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ପ୍ରଫେସନାଲ ପେଣ୍ଟରମାନେ ମଡେଲଙ୍କ ଦେହରେ ବିଭିନ୍ନ ଆକୃତିର କ୍ରିଏଟିଭ ପେଣ୍ଟିଂ କରିଥାନ୍ତି। ଉକ୍ତ ମଡେଲମାନେ ର଼୍ୟାମ୍ପରେ ଚାଲି ସେହିସବୁ ପେଣ୍ଟିଂକୁ ପ୍ରଦର୍ଶିତ କରିଥାନ୍ତି। ଉତ୍ସବ ଶେଷରେ ବିଭିନ୍ନ କ୍ୟାଟେଗୋରୀରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। କେବଳ ର଼୍ୟାମ୍ପ ଶୋ ନୁହେଁ ଉକ୍ତ ଉତ୍ସବରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ମ୍ୟୁଜିକ ବ୍ୟାଣ୍ଡ, ଡିଜେ, ଲାଇଭ୍‌ ଡେମନ୍‌ଷ୍ଟ୍ରେଶନ୍‌, ଫ୍ୟାଶନ୍‌ ମାର୍କେଟ, ଟାଟୁ, ପିୟର୍ସିଂ ଆଦିର ମଧ୍ୟ ବ୍ୟବସ୍ଥା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri