Posted inଫୁରସତ

ଅଷ୍ଟ୍ରେଲିଆର ବଡି ପେଣ୍ଟିଂ ଫେଷ୍ଟିଭାଲ, ଭାଗ ନେଇଥାନ୍ତି ୫୦ ଦେଶର ପ୍ରତିଯୋଗୀ

ବିଭିନ୍ନ ସଉକ ମଧ୍ୟରୁ ଅନ୍ୟତମ ପେଣ୍ଟିଂ ବା ଚିତ୍ରାଙ୍କନ। କାନଭାଷ ଉପରେ ରଙ୍ଗତୂଳୀ ଧରି ଚିତ୍ରକର ଅତି ସୁନ୍ଦର ଭାବେ ଚିତ୍ରକୁ ଆଙ୍କିଥାନ୍ତି, ଯାହା ଦେଖିବାକୁ ଖୁବ୍‌ ଜୀବନ୍ତ ମଧ୍ୟ ଲାଗେ। ତେବେ ମଣିଷ ଦେହରେ ପେଣ୍ଟିଂ କଥା କେବେ ଚିନ୍ତା କରିଛନ୍ତି। ବିଭିନ୍ନ କାର୍ଣ୍ଣିଭାଲ ବା ସ୍ପୋଟର୍‌ସ ଇଭେଣ୍ଟରେ ଆମେ ଦର୍ଶକଙ୍କୁ ବା ପ୍ରତିଯୋଗୀଙ୍କୁ ମୁହଁରେ, ହାତରେ ଭଳିକି ଭଳି ଟାଟୁ ବା ପେଣ୍ଟିଂ କରିଥିବାର ଦେଖିଛେ। କିନ୍ତୁ ପ୍ରତିବର୍ଷ ଏହି ବଡି ପେଣ୍ଟିଂକୁ ନେଇ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥାଏ ଓ୍ବାଲର୍‌ଡ ବଡି ପେଣ୍ଟିଂ ଫେଷ୍ଟିଭାଲ। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପୃଥିବୀର ୫୦ଟି ଦେଶରୁ ପ୍ରତିଯୋଗୀମାନେ ଆସି ଭାଗ ନେଇଥାନ୍ତି। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ପ୍ରଫେସନାଲ ପେଣ୍ଟରମାନେ ମଡେଲଙ୍କ ଦେହରେ ବିଭିନ୍ନ ଆକୃତିର କ୍ରିଏଟିଭ ପେଣ୍ଟିଂ କରିଥାନ୍ତି। ଉକ୍ତ ମଡେଲମାନେ ର଼୍ୟାମ୍ପରେ ଚାଲି ସେହିସବୁ ପେଣ୍ଟିଂକୁ ପ୍ରଦର୍ଶିତ କରିଥାନ୍ତି। ଉତ୍ସବ ଶେଷରେ ବିଭିନ୍ନ କ୍ୟାଟେଗୋରୀରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। କେବଳ ର଼୍ୟାମ୍ପ ଶୋ ନୁହେଁ ଉକ୍ତ ଉତ୍ସବରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ମ୍ୟୁଜିକ ବ୍ୟାଣ୍ଡ, ଡିଜେ, ଲାଇଭ୍‌ ଡେମନ୍‌ଷ୍ଟ୍ରେଶନ୍‌, ଫ୍ୟାଶନ୍‌ ମାର୍କେଟ, ଟାଟୁ, ପିୟର୍ସିଂ ଆଦିର ମଧ୍ୟ ବ୍ୟବସ୍ଥା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri