Categories: ଖେଳ

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଧିମା ବୋଲିଂ ହାର ଲାଗି ତାଙ୍କୁ ଦଣ୍ଡିତ କରାଯାଇଛି। ଏ ନେଇ ଆଇପିଏଲ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଚଳିତ ସଂସ୍କରଣର ୪ର୍ଥ ଅଧିନାୟକ ଭାବେ ଅଶ୍ୱିନ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି। ତାଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ରାଜସ୍ଥାନ ରୟାଲ୍ସର ଅଜିଙ୍କ୍ୟ ରାହାନେ ଏହି ତ୍ରୁଟି କରିଥିଲେ। ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବକୁ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ପରାସ୍ତ କରିଥିଲା।

Share