Posted inଖେଳ

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମୋଟ ୧,୬୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ କ୍ଲବ ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ପୁରୁଷ ଓପନ ସିଙ୍ଗଲ୍ସ, ପୁରୁଷ ଓପନ ଡବଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଭେଟେରାନ (୪୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୫୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୬୦ ବର୍ଷରୁ ଅଧିକ) ଡବଲ୍ସ ପ୍ରତିଯୋଗିତା ହେବ। ଏହାଛଡ଼ା ୧୪ ବର୍ଷରୁ କମ୍‌ ବାଳିକା ଏବଂ ୧୪ ବର୍ଷରୁ କମ୍‌ ବାଳକ ପ୍ରତିଯୋଗିତା ହେବ, ଯାହାକୁ ଏଆଇଟିଏ କାଟେଗୋରିରେ ସାମିଲ କରାଯାଇଛି। ସମସ୍ତ ଭେଟେରାନ ମ୍ୟାଚଗୁଡ଼ିକ କ୍ଲେ କୋର୍ଟରେ ଖେଳାଯିବାକୁ ଥିବାବେଳେ ଅବଶିଷ୍ଟ ମ୍ୟାଚଗୁଡ଼ିକ ସିନ୍ଥେଟିକ୍‌ କିମ୍ବା କ୍ଲେ କୋର୍ଟରେ ଖେଳାଯିବ। ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ)ର ନିୟମ ଓ ଆଚରଣବିଧିକୁ ଏହି ଟୁର୍ନାମେଣ୍ଟରେ ଲାଗୁ କରାଯିବ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏଣ୍ଟ୍ରି ଫି’ ଦାଖଲ କରିବାକୁ ହେବ। ପୁରୁଷ ଓପନ ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି ୪୦୦ ଟଙ୍କା ରଖାଯାଇଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ପୁରୁଷ ଓପନ ଡବଲ୍ସ ପାଇଁ ଏଣ୍ଟ୍ରି ଫି ୫୦୦ ଟଙ୍କା ଏବଂ ପୁରସ୍କାର ୧୦,୦୦୦ ଟଙ୍କା ରଖାଯାଇଛି। ମହିଳା ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି’ ୩୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ୧୪ବର୍ଷରୁ କମ୍‌ ବାଳିକା ଏବଂ ବାଳକ ଏଆଇଟିଏ କାଟେଗୋରି ପାଇଁ ଏଣ୍ଟ୍ରି ଫି’ ୪୦୦ରୁ ୪୫୦ଟଙ୍କା ରଖାଯାଇଛି। ଏହି କାଟେଗୋରିରେ ସେମିଫାଇନାଲିଷ୍ଟଙ୍କ ଲାଗି ୨୦୦୦ ଟଙ୍କା ଏବଂ ଚାମ୍ପିୟନ ଓ ରନର୍ସ ଅପ୍‌ଙ୍କ ଲାଗି ଯଥାକ୍ରମେ ୫୦୦୦ ଟଙ୍କା ଓ ୩୦୦୦ ଟଙ୍କା ରଖାଯାଇଛି। ଏତଦ୍‌ବ୍ୟତୀତ ସମସ୍ତ ଭେଟେରାନ କାଟେଗୋରି ଲାଗି ଏଣ୍ଟ୍ରି ଫି ୫୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ଲବର ସଭାପତି ପ୍ରକାଶ ଚାନ୍ଦ ଭୁରା, ଅର୍ଗାନାଇଜିଂ ଚେୟାରମ୍ୟାନ ବିଶ୍ୱଜିତ୍‌ ମିଶ୍ର, ଯୁଗ୍ମ ସମ୍ପାଦକ ଗୌରବ ଦାସଙ୍କ ବ୍ୟତୀତ ରିତେଶ ରୟ, ଧୀରଜ ପଣ୍ଡା ଓ ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri