Categories: ଖେଳ

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ସିନ୍ଧୁଙ୍କ ବିଦାୟ

ବର୍ମିଂହାମ୍‌, ୧୪ା୩ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ବିଦାୟ ନେଇଛନ୍ତି। ବର୍ମିଂହାମ୍‌ ଆରେନାରେ ଶୁକ୍ରବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ ମ୍ୟାଚରେ ଜାପାନର ନୋଜୋମି ଓକୁହାରା ତାଙ୍କୁ ୧୨-୨୧, ୨୧-୧୫, ୨୧-୧୩ ଗେମ୍‌ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ୬୮ ମିନିଟ ଧରି ଚାଲିଥିଲା। ୨୪ ବର୍ଷୀୟା ଭାରତୀୟ ଖେଳାଳି ସିନ୍ଧୁ ୩ ରୋମାଞ୍ଚକ ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ତାଙ୍କ ପରାଜୟ ଦ୍ୱାରା ଏହି ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଯାଇଛି। ଓକୁହାରାଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟ ପରାଜୟ ରେକର୍ଡ ୯-୭ ରହିଛି। ଗତ ଥର ସେ ଏହି ଜାପାନିଜ ଖେଳାଳିଙ୍କୁ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ପରାସ୍ତ କରିଥିଲେ।

Share