Categories: ଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ବକ୍ସିଂ: ପଦକ ନିଶ୍ଚିତ କଲେ ଶିବ ଥାପ୍ପା

ଟୋକିଓ, ୨୯।୧୦ (ପି.ଟି.)- ଚାରିଥର ଏସୀୟ ପଦକ ବିଜେତା ଭାରତୀୟ ଷ୍ଟାର୍‌ ବକ୍ସର ଶିବ ଥାପ୍ପା (୬୩ କିଗ୍ରା) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ବକ୍ସିଂର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ଶିବ ପଦକ ମଧ୍ୟ ନିଶ୍ଚିତ କରିଛନ୍ତି। ସେହିଭଳି ଅନ୍ୟ ୬ ଭାରତୀୟ ବକ୍ସର ମଧ୍ୟ କୌଣସି ଲଢ଼େଇ ନ କରି ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ୩ୟ ଥର ପାଇଁ ଜାତୀୟ ଟାଇଟଲ୍‌ ହାସଲ କରିଥିବା ଥାପ୍ପା କ୍ୱାର୍ଟର ଫାଇନାଲରେ ୫-୦ରେ ଘରୋଇ ଖେଳାଳି ୟୁକି ହିରାକାଓ୍ବାଙ୍କୁ ହରାଇଛନ୍ତି। ବୁଧବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଥାପ୍ପାଙ୍କ ମୁକାବିଲା ଅନ୍ୟତମ ଜାପାନ ଖେଳାଳି ଡାଇସୁକେ ନାରିମାତ୍‌ସୁଙ୍କ ସହ ହେବ। ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ୬ ଭାରତୀୟ ବକ୍ସର ହେଲେ ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍‌ ଜରୀନ୍‌ (୫୧ କିଗ୍ରା), ଏସୀୟ ପଦକ ବିଜେତା ସୁମିତ୍‌ ସାଙ୍ଗଓ୍ବାନ (୯୧ କିଗ୍ରା), ଆଶିଷ (୬୯ କିଗ୍ରା), ଭାନ୍‌ଲିମ୍ପୁନିଆ (୭୫ କିଗ୍ରା), ସିମରନଜିତ୍‌ କୌର (୬୦ କିଗ୍ରା) ଓ ପୂଜା ରାଣୀ (୭୫ କିଗ୍ରା)।

Share