Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ

ଟୋକିଓ(ଜାପାନ), ୨୨।୮-  ଏଠାରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ମହିଳା ଦଳ ଜାପାନକୁ ୨-୧ ଗୋଲରେ ହରାଇଥିବାବେଳେ ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି।

ମହିଳା: ଭାରତ ୨, ଜାପାନ୧
ଭାରତ-ଜାପାନ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟରରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ। ପ୍ରଥମ ୧୦ ମିନିଟରେ ପ୍ରଭାବ ବିସ୍ତାର କରି ଖେଳିଥିବା ଭାରତ ୧୧ତମ ମିନିଟରେ ନଭଜୋତ କୌର ଏକ ଫିଲ୍ଡ ଗୋଲ ମାଧ୍ୟମରେ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଏହି ଖୁସି ବେଶି ସମୟ ରହି ନ ଥିଲା। ଏହାର ୧ ମିନିଟ ପରେ ଅଥାତ୍‌ ୧୧ତମ ମିନିଟରେ ମିନାମି ଶିମିଜୁ ଏକ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭିନ୍ନ ରଣନୀତିରେ ଉଭୟ ଦଳ ରକ୍ଷଣାତ୍ମକ ବିଭାଗକୁ ଦୃଢ଼ କରି ଖେଳିଥିଲେ ଏବଂ ସତର୍କତାର ସହ ପ୍ରତିପକ୍ଷ ଗୋଲ୍‌ପୋଷ୍ଟ ଉପରେ ଆକ୍ରମଣ କରୁଥିଲେ। ବନ୍ଦନା କାଟରିଆ ଓ ନଭଜୋତ କେତେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଜାପାନ ମଧ୍ୟ ସୁଯୋଗ ହାତଛଡ଼ା କରିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଉଭୟ ଦଳ ବରାବର ସ୍ଥିତିରେ ଥିଲେ।

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଫଳ ସ୍ବରୂପ ୩୩ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଭାରତୀୟ ଡ୍ରାଗ୍‌ଫ୍ଲିକର ଗୁରଜିତ କୌରଙ୍କ ଶଟ୍‌କୁ ଜାପାନ ଗୋଲକିପର ମିଗୁମି କାଗେୟାମା ଚମତ୍କାରଭାବେ ସେଭ୍‌ କରି ଦେଇଥିଲେ। ମାତ୍ର ତାଙ୍କ ନିକଟରୁ ଫେରି ଆସୁଥିବା ବଲ୍‌କୁ ନିକଟରେ ପାଇ ସୁଯୋଗ ହାତଛଡ଼ା କରି ନ ଥିଲେ ଲାଲରେମସିଆମି। ସେ ରିବାଉଣ୍ଡ ଶଟ୍‌ ମାଧ୍ୟମରେ ଗୋଲ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଭାରତୀୟ ଦଳ ଚମତ୍କାର ରିଦମରେ ଖେଳିଥିବାରୁ ଜାପାନ ଖେଳାଳିମାନେ ରକ୍ଷଣଭାଗ ଭେଦ କରି ଗୋଲ ପରିଶୋଧ କରିବାକୁ କଷ୍ଟର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ୪୨ତମ ମିନିଟରେ ଦଳ କ୍ରମାଗତ ୨ଟି ଏବଂ ୪୫ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତୀୟ ଡିଫେଣ୍ଡରମାନେ ତାହାକୁ ସଫଳତାର ସହ ପ୍ରତିହତ କରିଥିଲେ। ଅନ୍ତିମ କ୍ୱାର୍ଟରରେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଜାପାନ। ମ୍ୟାଚ ଶେଷ ହେବାକୁ ଅଳ୍ପ ସମୟ ଥିବାବେଳେ ଜାପାନ ଲଗାତର ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲକିପର ସବିତାଙ୍କ ଚମତ୍କାର ସେଭ୍‌ ଯୋଗୁ ଭାରତ ବିଜୟ ମୁକୁଟ ପିନ୍ଧିଥିଲା। ଚାପ ପରିସ୍ଥିତିରେ ଭାରତୀୟ ଡିଫେଣ୍ଡର ଓ ଗୋଲକିପର ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଚାଇନାକୁ ୩-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନ ଅଧିକାର କରିଛି।

ପୁରୁଷ: ଭାରତ ୫, ନ୍ୟୁଜିଲାଣ୍ଡ ୦
ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ହରାଇ ଲିଗ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ଟାଇଟଲ ପର୍ଯ୍ୟାୟରେ କିନ୍ତୁ ହରମନପ୍ରୀତ ସିଂଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ଏକପାଖିଆ କରି ଦେଇଥିଲା। ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଥମେ ପୋଷଣ କରିଥିଲା ଭାରତ। ଫଳରେ ୭ମ ମିନିଟରେ ଦଳକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଭାରତୀୟ ଦଳ ଅଧିନାୟକ ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ମାତ୍ର ନ୍ୟୁଜିଲାଣ୍ଡ ଖେଳାଳିଙ୍କ ତ୍ରୁଟି ଯୋଗୁ ଭାରତକୁ କ୍ରମାଗତ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ ହରମନପ୍ରୀତ। ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ୧-୦ ଗୋଲରେ ଅଗ୍ରଣୀ ରହିଥିଲା।

ପ୍ରଥମ କ୍ୱାର୍ଟରରେ ମିଳିଥିବା ମୋମେଣ୍ଟମ୍‌କୁ ଭାରତ ଦ୍ୱିତୀୟ କ୍ୱାର୍ଟରରେ ହାତଛଡ଼ା କରି ନ ଥିଲା। ୧୮ତମ ମିନିଟରେ ପେନାଲ୍ଟି କର୍ନରରୁ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ସମସେର ସିଂ। ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ମାତ୍ର ୨ଥର ଭାରତୀୟ ସର୍କଲ ଭେଦ କରିବାରେ ସକ୍ଷମ ହୋଇଥିବାବେଳେ ଭାରତ ମୋଟ ୪ଟି ଗୋଲ ଦେଇଥିଲା। ୨୨ତମ ମିନିଟରେ ନୀଳକାନ୍ତ ଶର୍ମା, ୨୬ତମ ମିନିଟରେ ଗୁରସାହିବଜିତ ସିଂ ଓ ମନଦୀପ ସିଂ ୨୭ତମ ମିନିଟରେ ଗୋଲ ଦେଇଥିଲେ। ମନଦୀପ ସିଂ ୨୭ତମ ମିନିଟରେ ପୋଲ୍ଟି କର୍ନରରୁ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୫-୦ରେ ପହଞ୍ଚତ୍ ଯାଇଥିଲା। ତୃତୀୟ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ନ୍ୟୁଜିଲାଣ୍ଡ ଭରପୂର ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲା। ୩୭ତମ ମିନିଟରେ ଦଳର ଖେଳାଳିମାନେ ମାରିଥିବା ଶଟ୍‌ ଭାରତୀୟ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାର ୧ ମିନିଟପରେ ଦଳ ପେନାଲ୍ଟି କର୍ନର ପାଇଥିଲେ ହେଁ ଭାରତର ଜରମନପ୍ରୀତ ସିଂ ଏହାକୁ ସେଭ୍‌ କରି ଦେଇଥିଲେ। ୪ର୍ଥ ତଥା ଶେଷ କ୍ୱାର୍ଟରରେ ଗୋଲ ବରଣ ନ କରିବା ଉପରେ ଭାରତ ଗୁରୁତ୍ୱ ଦେଇଥିଲା। ରକ୍ଷଣଭାଗକୁ ଦୃଢ଼ କରି ଦଳ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ରୋକିବାରେ ସକ୍ଷମ ହୋଇଥିଲା। ଅନ୍ୟ ଏକ ମ୍ୟାଚରେ ଆୟୋଜକ ଜାପାନ ୬-୧ ଗୋଲରେ ମାଲେସିଆକୁ ହରାଇ ୩ୟ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri