Posted inଖେଳ

ଅଲିମ୍ପିକ୍ସ ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା : ପଦକ ବିଜେତା ଦମ୍ପତି

ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ଇଭେଣ୍ଟରେ କେତେଜଣ କ୍ରୀଡ଼ାବିତ୍‌ ଦମ୍ପତି ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏମିଲ ଜାଟୋପେକ ଏବଂ ଡାନା ଜାଟୋପେକଙ୍କଠାରୁ ୧୯୫୨ ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିବା ଏହି ଧାରାକୁ ୨୦୧୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ମାଇକେଲ ଉଇବୋ ଏବଂ ସଓନ ମିଲର ଉଇବୋ ଆଗେଇ ନେଇଛନ୍ତି।

ଚଳଚ୍ଚିତ୍ର ବା ମନୋରଞ୍ଜନ ଜଗତରେ ତାରକାମାନଙ୍କ ମଧ୍ୟରେ ପ୍ରେମ ଏବଂ ବିବାହ ପ୍ରାୟତଃ ଏକ ସାଧାରଣ ଘଟଣା ଭାବେ ବିବେଚିତ ହୋଇଥାଏ। ଅଧୁନା କ୍ରୀଡ଼ା ମଧ୍ୟ ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଲୋକପ୍ରିୟତା, ପ୍ରଶଂସକଙ୍କ ସମର୍ଥନ, ବ୍ରାଣ୍ଡ ଭାଲ୍ୟୁ ଏବଂ ଅର୍ଥ ରୋଜଗାର କ୍ଷେତ୍ରରେ ଅନେକ କ୍ରୀଡ଼ାବିତ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଜଗତର ସୁପରଷ୍ଟାରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ପର୍ତ୍ତୁଗୀଜ୍‌ ଫୁଟବଲ ସୁପରଷ୍ଟାର ଖ୍ରିଷ୍ଟିଆନୋ ରୋନାଲ୍‌ଡୋ। ଯାହାଙ୍କୁ ପ୍ରାୟ ୮ କୋଟି ପ୍ରଶଂସକ ଟୁଇଟରରେ ଅନୁସରଣ କରିଥାନ୍ତି ଏବଂ ସେ ବିଶ୍ୱର ସର୍ବାଧିକ ଅନୁସରଣ (ଟୁଇଟର୍‌) ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି। ମନୋରଞ୍ଜନ କ୍ଷେତ୍ରରେ ଯଶ ଓ ଖ୍ୟାତି ଅର୍ଜନ କରିଥିବା ପ୍ରସିଦ୍ଧ ତାରକାମାନଙ୍କ ମଧ୍ୟରେ ପ୍ରେମ ବା ବିବାହ ସର୍ବଦା ଏକ ନିଆରା ପରମ୍ପରା ସୃଷ୍ଟି କରିଥାଏ। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧ କ୍ରୀଡ଼ାବିତ୍‌ମାନେ ସହ କ୍ରୀଡ଼ାବିତ୍‌ଙ୍କ ସହିତ ବିବାହ ବନ୍ଧନରେ ବନ୍ଧା ହେବାର ବିରଳ ନଜିର ରହିଛି।
ଦୌଡ଼କୁଦ (ଆଥ୍‌ଲେଟିକ୍ସ) ଶୃଙ୍ଖଳାରେ ବିଶ୍ୱସ୍ତରରେ ଯେଉଁ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଦମ୍ପତିମାନେ ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ଇସ୍ତୋନିଆନ୍‌ ଆଥଲେଟ ମାଇକେଲ ଉଇବୋ ଏବଂ ତାଙ୍କ ପନତ୍ୀ ବାହାମାସର ସଓନ୍‌ ମିଲର ଉଇବୋ। ନିକଟରେ ସମାପ୍ତ ହୋଇଥିବା ବିଶ୍ୱ ଆଥ୍‌ଲେଟିକ୍ସ ପ୍ରତିଯୋଗିତା (ଦୋହା)ର ଡେକାଥଲନ୍‌ ଇଭେଣ୍ଟରେ ମାଇକେଲ ରୌପ୍ୟ ପଦକ ଜିତିଥିବାବେଳେ ସଓନ ୪୦୦ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ପ୍ରକାଶଯୋଗ୍ୟ ଯେ, ସଓନ୍‌ ୨୦୧୬ ରିଓ ଅଲିମ୍ପିକ୍ସର ୪୦୦ମିଟର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଅଲିମ୍ପିିକ୍ସ ବା ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାର ସର୍ବୋଚ୍ଚ ସ୍ତରରେ ଏପରି ସ୍ବତନ୍ତ୍ର ଏବଂ ବିରଳ କୃତିତ୍ୱ ହାସଲ କରିବାରେ ପ୍ରଥମ କ୍ରୀଡ଼ାବିତ୍‌ ଦମ୍ପତି ହେଉଛନ୍ତି ଚେକୋସ୍ଲୋଭାକିଆର ଏମିଲ୍‌ ଜାଟୋପେକ୍‌ ଏବଂ ଡାନା ଜାଟୋପେକ୍‌। ସର୍ବକାଳୀନ ଶ୍ରେଷ୍ଠ ଲମ୍ବଦୌଡ଼ କ୍ରୀଡ଼ାବିତ୍‌ର ମାନ୍ୟତା ପାଇଥିବା ଏମିଲ୍‌ ଜାଟୋପେକ୍‌ ୧୯୫୨ ହେଲେସିଙ୍କି ଅଲିମ୍ପିକ୍ସରେ ୫୦୦୦ ମି, ୧୦୦୦୦ ମି ଏବଂ ମାରାଥନରେ (ଅଲିମ୍ପିକ୍ସ ଇତିହାସରେ ଏକମାତ୍ର ଆଥ୍‌ଲେଟିକ୍‌) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ତାଙ୍କ ସ୍ତ୍ରୀ ଡାନା ଜାଟୋପେକ୍‌ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ବିଜୟୀ ହୋଇ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଗୋଟିଏ ଅଲିମ୍ପିକ୍ସ କ୍ରୀଡ଼ାରେ କୌଣସି ଦମ୍ପତି ତାଙ୍କ ନିଜ ନିଜ ଶୃଙ୍ଖଳାରେ ସ୍ବର୍ଣ୍ଣ ପଦକ ଜିତିବା ଏହାଥିଲା ପ୍ରଥମ ଘଟଣା। ୧୨୩ ବର୍ଷର ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ଆଉ ମାତ୍ର ଥରେ ଏପରି ବିରଳ ପ୍ରଦର୍ଶନର ପୁନରାବୃତ୍ତି ହୋଇଥିଲା। ୧୯୫୬ ମେଲ୍‌ବୋର୍ନ ଅଲିମ୍ପିକ୍ସରେ ଯୁକ୍ତରାଷ୍ଟ୍ର ଆମେରିକାର ହାରଲଡ୍‌ କନୋଲି ହାମର ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କର ପ୍ରେମିକା/ସ୍ତ୍ରୀ (ପର ବର୍ଷ ୧୯୫୭ରେ ତାଙ୍କର ବିବାହ ହୋଇଥିଲା) ଚେକୋସ୍ଲୋଭାକିଆର ଓଲଗା ଫୁକୋଟୋଭା ଡିସକସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଏହା ବ୍ୟତୀତ ଆଉ ଏକ ବିଖ୍ୟାତ କ୍ରୀଡ଼ାବିତ ଦମ୍ପତି ହେଉଛନ୍ତି ଆମେରିକାର ଡେକାଥଲନ୍‌ ଡବଲ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା (୨୦୧୨ ଲଣ୍ଡନ, ୨୦୧୬ ରିଓ-ବିଶ୍ୱ ରେକର୍ଡ) ଏବଂ ବିଶ୍ୱ ଚାମ୍ପିୟନ (୨୦୧୫) ଆଥ୍‌ଲେଟ୍‌ ଆଷ୍ଟନ ଇଟ୍‌ନ୍‌ ଏବଂ ତାଙ୍କ ସ୍ତ୍ରୀ କାନାଡ଼ାର ହେପ୍‌ଟାଥଲେଟ୍‌ ବ୍ରେନି ଥିସେନ୍‌ ଇଟନ୍‌ (Brianee Theisen Eton) (ଯିଏକି ୨୦୧୩ ଏବଂ ୨୦୧୫ ବିଶ୍ୱ ଚାମ୍ପିୟନଶିପ୍‌ର ହେପଟାଥଲନରେ ରୌପ୍ୟ ପଦକ ଜିତିବା ସହିତ, ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ, ୨୦୧୬ ବିଶ୍ୱ ଇନ୍‌ଡୋର ଚାମ୍ପିୟନଶିପ୍‌ରେ ପେଣ୍ଟାଥଲନରେ ସ୍ବର୍ଣ୍ଣ ଏବଂ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହେପଟାଥଲନରେ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ)।
ଅନ୍ୟାନ୍ୟ କ୍ରୀଡ଼ା ଇଭେଣ୍ଟଗୁଡ଼ିକରେ ଏକାଧିକ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଦମ୍ପତି ରହିଥିବା ବେଳେ ବିଶ୍ୱସ୍ତରୀୟ ଦୌଡ଼କୁଦ (ଆଥ୍‌ଲେଟିକ୍ସ)ର ସର୍ବୋଚ୍ଚ ସ୍ତରରେ ଉପରୋକ୍ତ କିଛି ହାତଗଣତି କ୍ରୀଡ଼ାବିତ ଦମ୍ପତି ଏଭଳି ବିରଳ କୃତିତ୍ୱର ଅଧିକାରୀ ତାଲିକାରେ ସ୍ବତନ୍ତ୍ର ସ୍ଥାନ ପାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରି ପାରିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାରେ କେତେକ ନୂଆ କ୍ରୀଡ଼ାବିତ ପଦକ ବିଜେତା ଦମ୍ପତି ଭାବେ ଉଭା ହୋଇ ଏହି ନିଆରା ପ୍ରଥାକୁ ଉଜ୍ଜୀବିତ କରିବେ ବୋଲି ଆଶା।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri