Posted inଖେଳ

କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ଜଣେ କ୍ରିକେଟରରୁ ଏହି ହାଇପ୍ରୋଫାଇଲ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ…

ବିଶ୍ୱ କ୍ରିକେଟରେ ସୌରଭ ଗାଙ୍ଗୁଲିଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେଇଥିବା ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କୁ ଏବେ ନୂଆ ଭୂମିକାରେ ଦେଖବାକୁ ମିଳିବ। ଯଦିଓ ସେ କ୍ରିକେଟ ପ୍ରଶାସନରେ ବହୁଦିନ ହେବ କାର୍ଯ୍ୟ କରିଛନ୍ତି ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ରୂପେ ଦାୟିତ୍ୱ ସମ୍ଭାଳିବେ। ଜଣେ ଅଲରାଉଣ୍ଡର ଭାବେ ଭାରତୀୟ ଦଳରେ ସ୍ଥାନ ହାସଲ କରିଥିବା ଗାଙ୍ଗୁଲି ପରେ ଅଧିନାୟକ ନିଯୁକ୍ତ ହୋଇଥିଲେ। ଏବେ ସେ ବିସିସିଆଇର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। କେବଳ ଏ ନେଇ ଓପଚାରିକତା ବାକି ରହିଛି। ତେବେ ଜଣେ କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବାର ଦୀର୍ଘ ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନ ଥିଲା। ଏହା ବେଶ୍‌ କଣ୍ଟକିତ ଓ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ୧୯୯୨ରେ ଗାଙ୍ଗୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ୩ ରନ କରି ଆଉଟ ହୋଇଥିଲେ। ଫଳରେ ତାଙ୍କୁ ଟିମ୍‌ରୁ ବାହାର କରିଦିଆଯାଇଥିଲା। ଏହାପରେ ଆଗାମୀ ୪ ବର୍ଷ ତାଙ୍କୁ ଟିମ୍‌ରୁ ବାହାରେ ରଖାଗଲା। ଏହାପରେ ୧୯୯୬ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ସେ ଧୀରେ ଧୀରେ ଦଳରେ ନିଜର ସ୍ଥାନ ପକ୍କା କରିଥିଲେ।
ପ୍ରତିକୂଳ ପରିସ୍ଥିତିରେ ନେତୃତ୍ୱ: ଯେତେବେଳେ କଷ୍ଟକର ପରିସ୍ଥିତି ଦେଇ ଭାରତୀୟ ଦଳ ଗତି କରୁଥିଲା ସେତେବେଳେ ଗାଙ୍ଗୁଲିଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା। କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂର କଳା ବାଦଲର ଛାୟା ରହିଥିବାବେଳେ ଭଦ୍ରଲୋକଙ୍କ ଏହି ଖେଳ ବେଶ୍‌ ବିବାଦରେ ଫସିଯାଇଥିଲା। ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ନେତୃତ୍ୱ ଦିଆଯାଇଥିଲା। ଏହାପରେ ଗାଙ୍ଗୁଲି ପଛକୁ ଫେରି ଚାହିଁ ନ ଥିଲେ ଓ ସାରା ବିଶ୍ୱ ନେତୃତ୍ୱର ଏକ ନୂଆ ଉଦାହରଣ ଦେଖିବାକୁ ପାଇଥିଲା। ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ଗାଙ୍ଗୁଲି ଭାରତର ନେତୃତ୍ୱ ନେଇଥିଲେ। ସେ ୪୯ଟି ଟେଷ୍ଟ ଓ ୧୪୬ଟି ଦିନିକିଆ ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ୭୬ଟି ଦିନିକିଆ ଓ ୨୧ଟି ଟେଷ୍ଟରେ ବିଜୟୀ ହୋଇଥିଲା।
ଚାପେଲ ବିବାଦ: କୋଚ୍‌ ଗ୍ରେଗ୍‌ ଚାପେଲଙ୍କ ସହ ହୋଇଥିବା ବିବାଦ ଗାଙ୍ଗୁଲିଙ୍କ କ୍ୟାରିୟରର ଅନ୍ୟତମ ଅଧ୍ୟାୟ। ଏହା ସର୍ବ ସାଧାରଣରେ ବେଶ୍‌ ଚର୍ଚ୍ଚିତ ଘଟଣା ଥିଲା। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ୍‌ ଚାପେଲଙ୍କୁ କୋଚ୍‌ ନିଯୁକ୍ତ କରିବାକୁ ଗାଙ୍ଗୁଲି ପ୍ରସ୍ତାବ ଦେଇଥିଲେ। ଚାପେଲ କୋଚ୍‌ ନିଯୁକ୍ତ ହେବା ପରେ ଗାଙ୍ଗୁଲିଙ୍କ ସହ ତାଙ୍କର ମତପାର୍ଥକ୍ୟ ହୋଇଥିଲା। ଏହା ନେଇ ବିବାଦ ଏତେ ଉତ୍କଟ ହୋଇଥିଲା ଯେ, ଶେଷରେ ଗାଙ୍ଗୁଲିଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିଥିଲା। କଥା ସେତିକିରେ ରହି ନ ଥିଲା। ତାଙ୍କୁ ଦଳରୁ ମଧ୍ୟ ବାହାରିବାକୁ ପଡିଥିଲା। ଏହା ପରେ ଗାଙ୍ଗୁଲି ଦଳକୁ ଫେରିଥିଲେ ମଧ୍ୟ ପୂର୍ବ ଚମକ ନ ଥିଲା। ଶେଷରେ ଗାଙ୍ଗୁଲିଙ୍କ କ୍ୟାରିୟର ଅନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ...

ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଖୋଲିଲା ପୋଲ୍‌

ଇସଲାମାବାଦ୍‌,୧୬।୪: ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୋଲ୍‌ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି।...

ଆଇପିଏଲ ୨୦୨୪ରେ ସବୁଠାରୁ ଲମ୍ବା ଛକା ମାରିଲେ ଦୀନେଶ କାର୍ତ୍ତିକ, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୬।୪: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ର ଦୀର୍ଘତମ ଛକା ମାରିଛନ୍ତି। କାର୍ତ୍ତିକ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି ନଟରାଜନଙ୍କ ବଲରେ...

ଆଇପିଏଲ୍‌ରେ ଅଲୋଡା ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଏହି ୪ ଖେଳାଳିଙ୍କ ପାଇଁ ହାରିଲା ଆରସିବି

ନୂଆଦିଲ୍ଲୀ,୧୬।୪: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩...

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri