ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ପର୍ଦ୍ଦାଫାଶ କରିଛି। କେହି ଲୁଟେରା ନୁହେଁ ନିଜେ ଅଭିଯୁକ୍ତ ଅଜୟ ଲୁଟ୍‌ ବାହାନା କରି ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ କରିଥିବା ତଦନ୍ତରୁ ଜଣାପଡିଛି। ସେ ଟଙ୍କା ଲୁଚାଇ ରଖିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ପୋଲିସ ୧ଲକ୍ଷ ୫୯ ହଜାର ୯୭୩ ଟଙ୍କା, ବାଇକ, ସ୍ମାର୍ଟ ଫୋନ ଓ କାଗଜ ପତ୍ର ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଅଜୟ ମୟୂରଭଞ୍ଜ ଜିଲା କରଞ୍ଜିଆ ସ୍ଥିତ ଭାରତ ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ କମ୍ପାନୀ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ଫିଲ୍‌ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ସେ ସାହାରପଡା ବ୍ଲକ ମାଛଗଡ଼ ଓ ରାଇଡିହା ଅଞ୍ଚଳକୁ ଯାଇ ମହିଳାମାନଙ୍କଠାରୁ ଋଣ ବାବଦ ଅର୍ଥ ଆଦାୟ କରି ଫେରୁଥିବାବେଳେ ତାଙ୍କୁ ରାଇଡ଼ିହା -ସାହାରପଡା ରାସ୍ତାର ଚଢେଇଘୁଳ ଶାଳ ଜଙ୍ଗଲ ନିକଟରେ ୪ଦୁର୍ବୃତ୍ତ ୨ଟି ବାଇକରେ ଆସି ଖଣ୍ଡା ଦେଖାଇ ୧ଲକ୍ଷ ୫୦ହଜାର୧୯୩ଟଙ୍କା ଲୁଟିନେଇଥିବା ସେ କମ୍ପାନୀର ଶାଖା ପରିଚାଳକ ରଞ୍ଜନକୁମାର ସାହୁଙ୍କୁ ଜଣାଇଥିଲେ। ପରେ ଏନେଇ ରଞ୍ଜନ ଗୁରୁବାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନ ଅଧିକାରୀ ସାରାଣୀ ଜେନା ଘଟଣାର ତଦନ୍ତ କରିବା ବେଳେ ପ୍ରକୃତରେ ଅଜୟଙ୍କଠାରୁ ଟଙ୍କା ଲୁଟ୍‌ ହୋଇନାହିଁ ବରଂ ସେ ନିଜେ କମ୍ପାନୀର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ବାଟରେ ଟଙ୍କା ଲୁଟ୍‌ ବାହାନା କରିଥିବା ଜଣାପଡିଥିଲା। ଶେଷରେ ସେ ଆନନ୍ଦପୁର ଥାନା ମୁଗୁପୁର ଗ୍ରାମ ନୀଳାପୁର ସାହିରେ ତାଙ୍କ ଭିଣୋଇଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡିବାରୁ ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀଙ୍କ ନେତୃତ୍ୱରେ ସାହାରପଡା ଫାଣ୍ଡି ଅଧିକାରୀ ମୋନହର ମହାନ୍ତ ଓ କନଷ୍ଟେବଳ ଲକ୍ଷ୍ମୀପ୍ରିୟା ବଳ ପ୍ରମୁଖ ନୀଳାପୁର ସାହିରେ ସୁଦର୍ଶନ ସାହୁଙ୍କ ଘରେ ଚଢ଼ାଉକରି ସମସ୍ତ ଟଙ୍କା ଜବତ କରିଥିଲେ। ଥାନାରେ ପ୍ରଦତ୍ତ ଏତଲାରେ ଦର୍ଶାଯାଥଥିବା ଅର୍ଥଠାରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏନେଇ ଭାରତୀୟ ପିଙ୍ଗଳ କୋଡ ୪୦୮, ୪୨୦ ଓ ୨୦୧ ଧାରା ଅନୁଯାୟୀ ପାଟଣା ଥାନାରେ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରି ପୋଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା କହିଛି। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ଥାନା ଅପଣ୍ଡା ଗ୍ରାମରେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri