Categories: ଖେଳ

ଅର୍ଜୁନ ପୁରସ୍କାର: ପ୍ରଣବ, ଶିବନାଥଙ୍କ ନାମ ସୁପାରିସ

କୋଲକାତା, ୨୧ା୫ (ପି.ଟି.)-ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ବ୍ରିଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏସିଆନ ଗେମ୍ସ ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଶିବନାଥ ସରକାର ଓ ପ୍ରଣବ ବର୍ଦ୍ଧନଙ୍କ ନାମ ସୁପାରିସ କରିଛି। ଜାକର୍ତ୍ତା ଏସିଆନ ଗେମ୍ସ ବ୍ରିଜ୍‌ ଇଭେଣ୍ଟରେ ବର୍ଦ୍ଧନ ଓ ସରକାର ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ଦ୍ଧନଙ୍କ ବିଶେଷତ୍ୱ ହେଲା ସେ ଭାରତରୁ ସବୁଠାରୁ ବୟସ୍କ ଏସିଆଡ୍‌ ଚାମ୍ପିୟନ। ଗତବର୍ଷ ଭୁଲ୍‌ ବଶତଃ ଆମ ଦୁଇଜଣଙ୍କ ନାମ ସୁପାରିସ ହୋଇ ପାରି ନ ଥିଲା। ଏଥର ପୁରସ୍କାର ଜିତିବା ନେଇ ଆମେ ଆଶାବାଦୀ ବୋଲି ୬୨ ବର୍ଷୀୟ ବର୍ଦ୍ଧନ ଆଶା ପ୍ରକାଶ କରି କହିଛନ୍ତି। ଚଳିତ ବର୍ଷ ବ୍ରିଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏହି ଦୁଇଜଣଙ୍କ ନିକଟକୁ ଏକ ଫର୍ମ ପଠାଇଥିଲା ଏବଂ ଦୁଇ ଦିନମଧ୍ୟରେ ପୂରଣ କରି ଦାଖଲ କରିବା ଲାଗି କହିଥିଲା। ସୁପାରିସ ଦାଖଲ କରିବା ଶେଷ ତାରିଖ ଜୁନ୍‌ ୩ ରହିଛି।

Share