Categories: ଖେଳ

ଅର୍ଜୁନ ପୁରସ୍କାର ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧ା୫ (ପି.ଟି.)-ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ  (ଏଏଫ୍‌ଆଇ) ତରଫରୁ ମଙ୍ଗଳବାର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ନାମ ସୁପାରିସ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡର ୫ଜଣ ଆଥ୍‌ଲେଟଙ୍କ ନାମ ସୁପାରିସ କରାଯାଇଛି। ସେମାନଙ୍କ ମଧ୍ୟରେ ଭାରତର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ (୧୦୦ ମିଟର ଓ ୨୦୦ମିଟରରେ ରୌପ୍ୟ) ଅନ୍ୟତମ। ଅନ୍ୟମାନେ ହେଲେ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ତେଜିନ୍ଦର ପାଲ୍‌ ସିଂ ତୂର (ଶଟ୍‌ ପୁଟ୍‌), ଅର୍ପିନ୍ଦର ସିଂ (ଟ୍ରିପଲ ଜମ୍ପ), ମନଜିତ୍‌ ସିଂ (୮୦୦ ମିଟର) ଏବଂ ସ୍ବପ୍ନା ବର୍ମନ।

Share