ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.)
ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରୁନି। ଖୋଦ୍‌ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ଏତଲାକୁ ଅସମ୍ପୂର୍ଣ୍ଣ ଦର୍ଶାଇ ଗୁରୁତ୍ୱ ଦେଉନି ବିନିକା ପୋଲିସ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଜିଓ୍ବାଇ)ର ଅଯୋଗ୍ୟ ହିତାଧିକାରୀ ଓ ଟ୍ୟାଗ ଅଫିସର ଥିବା ଅସାଧୁ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ମିଳୁଛି। ସେମାନଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ରୁଜୁ ହୋଇ ପାରୁନି ।
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ସିଂଘିଯୁବା, ଭଣ୍ଡାର, ବାଉଁଶୁଣି ଓ ଯୁଲୁଣ୍ଡା ପଞ୍ଚାୟତରେ ପିଏମ୍‌ଏଓ୍ବାଇଜିରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କାଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତି, ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଏମଜିଏନଆରଇଜିଏସରେ ୯୫ ଦିନର ମଜୁରୀ କରାଇ ଦେବା ନାଁରେ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଲାଞ୍ଚ ନେଇଛନ୍ତି । ଗତ ଡିସେମ୍ବର ମାସରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ଟିମ୍‌ ଦ୍ୱାରା ତଦନ୍ତ ପରେ ଏଭଳି ଅନିୟମିତତାର ପର୍ଦ୍ଦାଫାଶ ହୋଇଥିଲା। ପଞ୍ଚାୟତିରାଜ ବିଭାଗର ଉପସଚିବ କୁଳମଣି ମିଶ୍ରଙ୍କ ଚିଠି ନଂ ୧୦୧୭/ତା୧୩।୦୧।୨୦୨୦ରିଖ ଅନୁଯାୟୀ ଜିଲାପାଳ ମୋନିଷା ବାନାର୍ଜୀ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ନାମରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି। ବିଡିଓଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ତଥା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ମିକ ଟ୍ୟାଗ୍‌ ଅଫିସର ଥିବା ପିଇଓ ରମାକାନ୍ତ ନାଏକ, ଜିଆରଏସ ଅନୀଲ କୁମାର ସାହୁ, ନିରୋଜ ନଳିନୀ ନାଏକ, ସୁନୀଲ ପ୍ରସାଦ ସାହୁ ଓ କନିଷ୍ଠ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶିବ ସୁନ୍ଦର ଗୁଇଆଙ୍କ ନାମରେ ବିନିକା ଥାନାରେ ଗତ ଫେବୃୟାରୀ ୨୦ ତାରିଖରେ ଲିଖିତ ଏତଲା ଦେଇଛନ୍ତି । ସେହିପରି ମିଥ୍ୟା ସତ୍ୟପାଠ କରି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ହଡପ କରିଥିବା ଅଯୋଗ୍ୟ ହିତାଧିକାରୀ ଯୁଲୁଣ୍ଡା ଗ୍ରାମର ଚିତ୍ର ଦନ୍ତା, ବିଲେଇବାହାଲିର ଦୌଲଥ ବାଗ, ରତନ ନାଗ, କଦଲିପାଲିର କାର୍ତ୍ତିକ କୁମ୍ଭାର, ଭଣ୍ଡାରର ଅଜାମିଳ ବାରିକ୍‌, ବାଉଁଶୁଣିର ପ୍ରଦୀପ୍ତ ମହଲା, କଲସେପାଲିର ସାବିତ୍ରୀ ପାଣ୍ଡେ, ତାଙ୍କ ପୁଅ ଦେବରାଜ, କମିରାର ଲୋକନାଥ ପଧାନ, ତାଙ୍କ ବାପା ଗୁଲା ପଧାନ ଓ କଣ୍ଟିଆ ପଧାନଙ୍କ ନାମରେ ଫୋଜଦାରୀ ମୋକଦ୍ଦମା ରୁଜୁ ପାଇଁ ଏତଲା ଦେଇଛନ୍ତି । କିନ୍ତୁ ଏତଲାର ଦାର୍ଘ ୧୨ ଦିନ ପରେ ବି ପୋଲିସ ମାମଲା ରୁଜୁ କରିନି । ଏତଲାରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ମାମଲା ରୁଜୁ ହୋଇନି । ବିଡିଓ ଅଯୋଗ୍ୟ ହିତାଧିକାରୀ ଓ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କଲେ ମାମଲା ରୁଜୁ ହେବ ବୋଲି ବିନିକା ଆଇଆଇସି କୁଶ ପାଣିଗ୍ରାହୀ କହିଛନ୍ତି । ତେବେ ବିଡିଓ ପୂର୍ଣ୍ଣାଙ୍ଗ ତଥ୍ୟ ନ ଦେଇ ଉପର ଠାଉରିଆ ଭାବେ କାହିଁକି ଏତଲା ଦେଇଛନ୍ତି । ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ପିଡି ଡିଆରଡିଏଙ୍କୁ ଏତଲା କପି ପଠାଇ କଣ ପାଇଁ ଚୁପ୍‌ ବସିଛନ୍ତି ତାହା ବୁଝାପଡୁନି। ଏହି ଘଟଣାରେ ବିଡିଓଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି । ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ କରିବାକୁ ଯାଇ ଜିଲାପାଳ ଓ ଏସ୍‌ପି ଏକ୍ଷେତ୍ରରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ବିନିକା ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri