Posted inଜାତୀୟ

ଅମ୍ଫନ ପ୍ରସ୍ତୁତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ଦୀଘା-ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ରହିଛି। ଏହା ପୂର୍ବରୁ କେତେକ ସ୍ଥାନରେ ଝଡ଼, ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବାତ୍ୟା ଅମ୍ଫନକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାତ୍ୟା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏହି ବାତ୍ୟାରେ ଉଦ୍ଧାର ପାଇଁ ୨୫ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଥିବା ବେଳେ ୧୨ଟି ଟିମ୍‌ ପ୍ରସ୍ତୁତ ହୋଇ ରହିଛନ୍ତି। ଏତଦ୍‌ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ୨୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଥିବା ନେଇ ମୋଦି ସୂଚନା ଦେଇଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, କ୍ୟାବିନେଟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଭୋ ଭୋ ହୋଇ କାନ୍ଦିଲେ ଆନ୍ନା ହଜାରେ: ଅସୁସ୍ଥ ଥିବା ସତ୍ତ୍ୱେ..

ମୁମ୍ବାଇ,୨୩।୭:ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଏକ ନୀରବ ପ୍ରତିବାଦ ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ମହାରାଷ୍ଟ୍ରର ଶିରିଡିରେ ଏକ ନୀରବ ପ୍ରତିବାଦ ଆୟୋଜନ କରାଯାଇଥିଲା। ଦିଲ୍ଲୀରେ…

ଫାଷ୍ଟ ଟ୍ରାକ କୋର୍ଟ ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଉପରେ ଆସିଲା CJPର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ କୋର୍ଟ ଗଠନ କରାଯିବ। ସେ…

‘କ୍ଷମା କରନ୍ତୁ…’, କାହିଁକି ଏମିତି କହି ଜନ୍ତର ମନ୍ତରରୁ ହଟିଗଲେ ଅଭିଜିତ ଦୀପକେ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର ମନ୍ତରରେ ଏକ ମାସରୁ ଅଧିକ ସମୟ ଧରି ପ୍ରତିବାଦ କରୁଥିବା କୋକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri