ଅମ୍ଫନ୍‌ରେ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ : ରିପୋର୍ଟ ଦେଲା ପ୍ରଶାସନ

ଜଳେଶ୍ୱର,୨୭।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ମୋଟ ଚାଷ ହୋଇଥିବା ୮ହଜାର ହେକ୍ଟର ଜମି ମଧ୍ୟରୁ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯାଇଛି ା ଏହି ଆକଳନ ତ୍ରୁଟିପୂର୍ଣ୍ଣ ବୋଲି ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ଅଭିଯୋଗ ଆଣିଛନ୍ତି। ଏହାର ପୁନଃ ଆକଳନ କରାଯିବାକୁ ଦାବି ହୋଇଛି।
ଉକ୍ତ ରିପୋର୍ଟରେ ରାଜସ୍ବ ବିଭାଗ ପକ୍ଷରୁ ୩୦୬ ଗୃହ ଆଂଶିକ ଭାବେ ଭାଙ୍ଗିଥିବା ବେଳେ ଶତକଡ଼ା ୩୩ରୁ ଅଧିକ ୩୨୪ ହେକ୍ଟର ଜମିର ଧାନ ନଷ୍ଟ ହୋଇଥିବା ଦର୍ଶାଯାଇଛି। ଜଳେଶ୍ୱର ବ୍ଲକ ଅଞ୍ଚଳରେ ଚଳିତବର୍ଷ ୮ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଚାଷ ହୋଇଥିଲା। ଝଡ଼ବାତ୍ୟା ଆସୁଥିବା ପୂର୍ବ ସୂଚନା ପାଇ ଚାଷୀମାନେ ପ୍ରାୟ ୭୦ଭାଗ ଜମିର ଧାନ ଅମଳ କରିଥିଲେ। ୩୦ ପ୍ରତିଶତ ଅଞ୍ଚଳର ଧାନ ଅମଳ ହୋଇ ନ ପାରି ବିଲରେ ଥିବା ତତ୍କାଳୀନ କୃଷି ଅଧିକାରୀମାନେ ମନ୍ତବ୍ୟ ରଖିଥିଲେ। ଏହି ଦୃଷ୍ଟିରୁ ପ୍ରାୟ ୨୫୦୦ ହେକ୍ଟର ଜମିରେ ଧାନ ବିଲରେ ଅମଳ ନ ହୋଇ ରହିଯାଇଥିବା କୁହାଯାଇଛି। ବାସ୍ତବରେ ଝଡ଼ବତାସ ପରେ ମଧ୍ୟ ବହୁ ସ୍ଥାନରେ ଧାନକଟା ଚାଲିଛି। ବିଲରେ ପାଣି ଜମି ରହିଥିବାରୁ ହାର୍ଭେଷ୍ଟର ଯାଇ ନ ପାରି ଦୈନିକ ମଜୁରିରେ ଧାନକଟା ଚାଲିଛି। ଏପରିସ୍ଥଳେ ସ୍ଥାନୀୟ ପ୍ରଶାସନ ଜଳେଶ୍ୱରରେ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ବୋଲି ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି। କୃଷକ ସଭା ସଭାପତି ବାଣୀଦାସ ମହାପାତ୍ର, ସିପିଏମ୍‌ ଆଞ୍ଚଳିକ ସଭାପତି ଦିଲୀପ ଗିରି, ଚାଷୀ ଦୀନେଶ ଜେନା, ବିଦୁ କାନୁନ୍‌ଗୋ, ହରିଶଙ୍କର ରାଜ, ହରିନାରାୟଣ ପାତ୍ର, ଶିବନାରାୟଣ ପାତ୍ର, କମଳାକାନ୍ତ କର, ବାବୁନି ଦେ, ଶଶୀ ବ୍ରହ୍ମ, ରବୀନ୍ଦ୍ର ଗିରି, ଶୀତାଂଶୁ ସେନାପତି ପ୍ରମୁଖ ଏହି ଆକଳନ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଏକ କୃଷକ ଟିମ୍‌ ଗଠନ କରାଯାଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri