ଅମିର ପ୍ରଥମ

ଟଣ୍ଟନ,୧୩।୬: ପେସର ମହମ୍ମଦ ଅମିର ପ୍ରଥମ ପାକିସ୍ତାନ ବୋଲର ଭାବେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଉଇକେଟ ନେଇଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଅମିର କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରି ୩୦ ରନ୍‌ ବ୍ୟୟ କରି ୫ ଉଇକେଟ ନେଇଥିଲେ। ତାଙ୍କର ଏହି ସ୍ପେଲରେ ୩୭ ଡଟ୍‌ ବଲ ଓ ଦୁଇଟି ମେଡନ ଓଭର ମଧ୍ୟ ଥିଲା। ଏଥିସହ ବିଶ୍ୱକପ୍‌ରେ ଅମିର ୫ ଉଇକେଟ ନେଇଥିବା ପାକିସ୍ତାନ ବୋଲରଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏଥିରେ ଓ୍ବାସିମ ଆକ୍ରମ, ଶାହିଦ ଆଫ୍ରିଦୀ, ସାକଲିନ ମୁସ୍ତାକ, ଅବଦୁଲ କାଦିର, ଓ୍ବାହାବ ରିଆଜ ଓ ସୋହେଲ ଖାନ୍‌ଙ୍କ ଭଳି ବୋଲର ରହିଛନ୍ତି। ଉଲ୍ଲେଖଥାଉ କି, ଅମିର ଏପର୍ଯ୍ୟନ୍ତ ୪ ମ୍ୟାଚ୍‌ ଖେଳି ସର୍ବାଧିକ ୧୦ ଉଇକେଟ ସହ ଚଳିତ ବିଶ୍ୱକପ୍‌ର ସଫଳତମ ବୋଲର ହୋଇ ରହିଛନ୍ତି।

Share