Categories: ଖେଳ

ଅଭ୍ୟାସ ମ୍ୟାଚ୍‌: ୨୯୭/୫ରେ ଭାରତର ଇନିଂସ୍‌ ଘୋଷଣା ଓ୍ବେଷ୍ଟଇଣ୍ଡିଜ ‘ଏ’ ୧୮୧ରେ ସୀମିତ

ଆଣ୍ଟିଗୁଆ,୧୯ା୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଏ’ ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ କରି ଅଲ୍‌ଆଉଟ ହୋଇଛି। ଫଳରେ ଭାରତ ୧୧୬ ରନ୍‌ରେ ଅଗ୍ରଣୀଲାଭ କରିଛି। ଭାରତ ଏହାର ପ୍ରଥମ ଇନିଂସ୍‌କୁ ୨୯୭/୫ରେ ଘୋଷଣା କରିଥିଲା। ଓ୍ବେଷ୍ଟଇଣ୍ଡିଜ ‘ଏ’ ପକ୍ଷରୁ କାଭେମ୍‌ ହଜ୍‌ ସର୍ବାଧିକ ୫୧, ଜାମର ହାମିଲଟନ ୩୩, ଜୋନାଥନ କାର୍ଟର ୨୬, ଖାରେ ପିଏରେ ୧୭ ରନ ସ୍କୋର କରିଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ କୁଲଦୀପ ଯାଦବ ୩ଟି ଲେଖାଏ ଉଇକେଟ ନେଇଛନ୍ତି।
ଦ୍ୱିତୀୟ ଦିବସ ଖେଳ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଭାରତ ପ୍ରଥମ ଦିବସ ସ୍କୋରରେ ହିଁ ଇନିଂସ୍‌ ଘୋଷଣା କରିଦେଇଥିଲା। ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ଶତକ (୧୦୦ ରନ୍‌) ହାସଲ କରିଥିବାବେଳେ ରୋହିତ ଶର୍ମା ୬୮, ହନୁମା ବିହାରୀ ୩୭*, ଲୋକେଶ ରାହୁଲ ୩୬ ଓ ରିଷଭ ପନ୍ତ ୩୩ ରନ୍‌ ସ୍କୋର କରିଥିଲେ। ଓ୍ବେଷ୍ଟଇଣ୍ଡିଜ ‘ଏ’ ପକ୍ଷରୁ ଜୋନାଥନ କାର୍ଟର ସର୍ବାଧିକ ୩ଟି ଏବଂ କେୟନ ହାର୍ଡିଂ ଓ ଆକିମ ଫ୍ରାଜର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share