ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିବା ଅଭିନେତା ରୋହନ୍‌ ଓରଫ୍‌ ଈଶ୍ୱର କୁମାର ଭଞ୍ଜଦେଓ। ଖୋର୍ଦ୍ଧା ଜିଲାର ଗଡ଼ହଳଦିଆ ଗ୍ରାମରେ ଜନ୍ମ ହୋଇଥିବା ରୋହନଙ୍କର ପିଲାବେଳୁ ଯାତ୍ରା ପ୍ରତି ରୁଚି ଥିଲା। ଗଁାରେ ହେଉଥିତ୍ବା ଯାତ୍ରା ତଥା ସ୍କୁଲ ଡ୍ରାମାରେ ରୋଲ୍‌ କରି ସେ ପୁରସ୍କାର ଜିତୁଥିଲେ। ତେବେ ସେ ଏକଥା ଜାଣି ନ ଥିଲେ ଯେ, ସେ ଦିନେ କଳାକୁ ନିଜର ପେସା କରିବେ। ଗ୍ରାଜୁଏଶନ୍‌ ପରେ ତାଙ୍କୁ ସିରିଏଲ୍‌ରୁ ଅଫର ମିଳିଲା। ‘ବଡ଼ଘର ବଡ଼ ଗୁମର କଥା’, ‘ବଧୂ’, ‘କୁମ୍‌କୁମ୍‌’, ‘କଥା ତ ଏତିକି’ ଆଦି ଧାରାବାହିକରେ ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କଲେ। ତେବେ ସେ ଗୋଟିଏ କଥା ଅନୁଭବ କଲେ ଯେ ସିରିଏଲ୍‌ରେ ଅଭିନୟ କଲେ ହୁଏତ ସୁନାମ ମିଳିପାରିବ। ମାତ୍ର ଠିକ୍‌ ଭାବରେ ପରିବାର ପ୍ରତିପୋଷଣ କରିହେବ ନାହିଁ। ଆଉ ସେତିକିବେଳେ ହିଁ ତାଙ୍କୁ ଅଫର ମିଳିଲା ଯାତ୍ରାରେ ଯୋଗଦେବା ପାଇଁ। ଆଉ ସେ ସାମାନ୍ୟ ବିଳମ୍ବ ନ କରି ଚାଲି ଆସିଲେ ଯାତ୍ରାକୁ। ପ୍ରଥମ ନାଟକ ଥିଲା କିଶୋର ଖଣ୍ଡୁଆଳଙ୍କ ‘କଥା ଥିଲା ଫଗୁଣକୁ’। ଏଥିରେ ସେ ଖଳ ଚରିତ୍ରରେ ମଞ୍ଚକୁ ଆସିଲେ। ବାସ୍‌, ଆଉ ପଛକୁ ଫେରି ଚାହିଁବାର ଅବକାଶ ମିଳିନାହିଁ। ସେ ‘ଗୌରୀ ଗଣନାଟ୍ୟ’ ଭଳି ନାଟ୍ୟସଂସ୍ଥାରେ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ‘ଶିବାନୀ ଗଣନାଟ୍ୟ’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୋ ଠିକଣା ମୋତେ ଅଜଣା’, ‘ସବୁ ଉପରବାଲାର ଖେଳ’, ‘ଧରମ ସ୍ତ୍ରୀ’, ‘ରଜନୀ ସଜନୀ ରାତି ପାହିଲା’, ‘ବରଣୀ କନିଅଁା ବରଷା ରାଣୀ’, ‘ଚାଲ କରିବା ଠିଆପାଲା’, ‘ରାମ ବନବାସ କାହାଣୀ ଶେଷ’, ‘ରୂପ ରାଇଜର ରାଜକୁମାରୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଶିବାନୀ ଗଣନାଟ୍ୟ’ର ସେ ଦୁଇଗୋଟି ନାଟକରେ ଅଭିନୟ କରିଛନ୍ତି। ‘ବାହାଘର ନୁହେଁ ବାହା ବଜାର’ ଏବଂ ‘ସବୁ ଅଧାଅଧା ନଁାଟି ରାଧା’। ଅଭିନୟ ହେଉଛି ରୋହନଙ୍କ ଜୀବନର ପ୍ରଥମ ପ୍ରେମ। ସେ ସବୁବେଳେ ଅଭିନୟକୁ ଗୁରୁତ୍ୱ ଦିଅନ୍ତି। ଯେଉଁ ଚରିତ୍ର ମିଳିଲା ତାହାକୁ କିପରି ନ୍ୟାୟ ଦେବେ ସେହିକଥା ଚିନ୍ତାକରନ୍ତି। ଆଗାମୀ ଦିନରେ ଖୁବ୍‌ ଭଲ ଅଭିନୟ କରି ତାଙ୍କର ପ୍ରିୟ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗେଇବେ ବୋଲି କହିଛନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri