ଅଭିନେତା ହେବା ଭାଗ୍ୟରେ ଥିଲା

ଦେବଦତ୍ତ ମହାନ୍ତି! ଏହା ତାଙ୍କର ଅସଲ ନାମ। ମାତ୍ର ସମସ୍ତେ ତାଙ୍କୁ ଜାଣନ୍ତି ‘ଶଙ୍ଖାଳି’ ଭାବରେ। ଓଡ଼ିଆ ଯାତ୍ରାଜଗତର ସେ ଜଣେ ଆଗଧାଡ଼ିର ଅଭିନେତା। ତାଙ୍କ ଅଭିନୟର ଏକ ସବୁଠୁ ଉତ୍ତମ ଦିଗ ହେଉଛି ତାଙ୍କର ସୁସ୍ପଷ୍ଟ ସଂଳାପ ଉଚ୍ଚାରଣ। ଆଉ ଏଥିପାଇଁ ସେ ଦର୍ଶକଙ୍କର ଭାରି ପ୍ରିୟ। ଜଗତ୍‌ସିଂହପୁର ନାଉଗଁା ବ୍ଲକ୍‌ ଅନ୍ତର୍ଗତ ନୂଆଗଁା ଗ୍ରାମର ଦୁର୍ଗାଚରଣ ମହାନ୍ତି ଓ ମନୋରମା ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିବା ଏହି ଅଭିନେତା କଲେଜରେ ପଢ଼ିବା ବେଳେ କେତୋଟି ଡ୍ରାମାରେ ଅଭିନୟ କରିଥିଲେ ସତ। ତେବେ ସେ ଯେ ଦିନେ ଜଣେ ପେସାଦାର ଅଭିନେତା ହେବେ ଏକଥା ଭାବି ନ ଥିଲେ। ମାତ୍ର ସମୟ ତାଙ୍କୁ ଆଣି ଏମିତି ଏକ ମୋଡ଼ରେ ଠିଆ କରେଇଦେଲା ଯେ, ସେ ଆଜି କୋଟିକୋଟି ଦର୍ଶକଙ୍କର ପ୍ରିୟ ନାୟକ ଶଙ୍ଖାଳି ଓରଫ ଦେବଦତ୍ତ ମହାନ୍ତି। ୧୯୯୧ରେ ସେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ରେ ଜଏନ କରିଥିଲେ। ତାଙ୍କର ରିକ୍ରୁଇଟ୍‌ ନମ୍ବର ଥିଲା ୯୧୩୨୬୬୫୭୬। ମାତ୍ର ଈଶ୍ୱର ଚାହୁଁଥିଲେ ସେ ଅଭିନେତା ହୁଅନ୍ତୁ। ତା’ହେଲେ କେମିତି ସେ ସେଠାରେ ରହିପାରିଥାନ୍ତେ? ବ୍ରେନ୍‌ ଫିଭରରେ ପଡ଼ିଲେ। ସିଆର୍‌ପିଏଫ୍‌ରୁ ଓହରି ଆସିଲେ। ଏହାପରେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରି ଚାଲିଗଲେ ମୁମ୍ବାଇ। ଜବ୍‌ କଲେ। ଏମିତିକି ବିଦେଶ ଯିବା ପାଇଁ ତାଙ୍କୁ ଅଫର ଆସିଥିଲା। ଭିସା, ପାସ୍‌ପୋର୍ଟ ବି ରେଡି ହୋଇ ସାରିଥିଲା। ମାତ୍ର ତାଙ୍କର ପରା ଅଭିନେତା ହେବାର ଅଛି। ସେତିକିବେଳେ ତାଙ୍କ ଜୀବନର ସବୁଠୁ ବଡ଼ ଦୁର୍ଘଟଣା ଘଟିଲା। ଆଉ ତାହା ଥିଲା ମା’ଙ୍କ ଦେହାନ୍ତ। ଫେରିଆସିଲେ ଘରକୁ। ଏହା ୧୯୯୯ ମସିହା ସୁପର ସାଇକ୍ଲୋନ୍‌ ବର୍ଷର କଥା। ବାପା ରିଟାୟାର କରି ସାରିଥାନ୍ତି। ଘରର ସେ ସାନପୁଅ। ଆଉ ଫେରି ପାରିଲେନି ମୁମ୍ବାଇ। ମା’ଙ୍କର ଅଭାବ ତାଙ୍କ ଭିତରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରୁଥାଏ। ପୁଣି ଜଣେ ପାଠ ପଢୁଆ ପିଲା ହୋଇ ଚାକିରି ନ କରି ଗଁାରେ ରହିଥିବାରୁ ତାଙ୍କୁ ନାନାଦି କଥା ଶୁଣିବାକୁ ପଡୁଥାଏ। ସେ ଏକ ପ୍ରକାର ନୈରାଶ୍ୟ ମଧ୍ୟ ଦେଇ ଗତି କରୁଥାନ୍ତି। ସବୁବେଳେ ଭାବୁଥାନ୍ତି, କେମିତି କ’ଣ କରି କିଛିଦିନ ଗଁାଠୁ ଦୂରେଇଯିବେ। ଘରୁ ଦୂରେଇଯିବେ। ସେତିକିବେଳେ ନାଉଗଁାରେ ଯାତ୍ରା କରୁଥାଏ ବୀଣାପାଣି କଳାକୁଞ୍ଜ ତାରାପୁର ଅପେରା। ତାହାର ସ୍ବତ୍ୱାଧିକାରିଣୀ ଥାଆନ୍ତି ମନୋରମା ଦେବୀ। ସେ ତାଙ୍କୁ ଯାତ୍ରାକୁ ଆସିବେ କି ବୋଲି ପଚାରିଲେ ତ ହଁ ମାରିଦେଲେ ଶଙ୍ଖାଳି। ୨୦୦୦, ଜୁନ୍‌ ୨୦ରେ ଯାଇ ପହଞ୍ଚତ୍ଲେ ତାରାପୁର କାର୍ଯ୍ୟାଳୟରେ। ସାମୟିକ ଇଣ୍ଟରଭ୍ୟୁ ପରେ ମନୋରମା ଦେବୀ ଜାଣିଗଲେ ତାଙ୍କ ଭିତରର ପ୍ରତିଭାକୁ। ବାସ୍‌, ସେଇଠି ଆରମ୍ଭ ହେଲା ତାଙ୍କର ପେସାଦାର କଳାକାର ଜୀବନ। ପ୍ରଥମ ନାଟକ ଥିଲା ବିଚିତ୍ରାନନ୍ଦ ସାହୁଙ୍କ ‘ମନୋରମା କଥା ମନେ ରଖିଥା’। ସେବେଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି ଶଙ୍ଖାଳି। ତ୍ରିରଙ୍ଗା, ପୃଥିବୀ, ଓମ୍‌ଶ୍ରୀ, ତୁଳସୀ ଆଦି ଅନୁଷ୍ଠାନରେ ସଫଳତାର ସହ ପ୍ରତିଭା ପ୍ରଦର୍ଶନ କରି ଆସି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ। ତାଙ୍କ ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ମନ କଲିକତା ଦେହ ଓଡ଼ିଶା, ନାଲି ସ୍ବେଟର ନେପାଳି ଝିଅ, ତୋ ମୁହଁ ଆଉ ଚାହିଁବି ନାହିଁ, ଓଢ଼ଣି ଖୋଲିବୁ ଧୀରେଧୀରେ, କିଏ ଜାଣିଥିଲା ଏମିତି ହେବ, ଭୁବନେଶ୍ୱର ଜିନ୍ଦାବାଦ, କୋଟିଏ ଝିଅରେ ଗୋଟିଏ ତୁ, ସିନ୍ଦୂର ତତେ ନମସ୍କାର, ବଡ଼ଘର ବଡ଼ ଗୁମର କଥା, ଦିଅଁ ପୂଜିବାକୁ ଦେଉଳ ମନା ଏବଂ ଆହୁରି ଅନେକ। ଚଳିତବର୍ଷ ବିଶ୍ୱ ଦରବାରରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ, ବର୍ଷା ରାତିର ସାଥୀ, ତମ କଥା ଭାରି ମନେପଡୁଛି ଏବଂ ଚଉଠିରାତିର ଚଉଦ କଥା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri