Posted inଫୁରସତ

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି ଯାହା ବେଶ୍‌ କୌତୂହଳମୟ। କେଉଁଠି ଆପଣଙ୍କୁ କେହି ଚାହୁଁଥିବା ଭଳି ଅନୁଭବ ହେବ ତ କେଉଁଠି ଫୁଲ ବଗିଚାରେ ଥିବା ଭଳି ଲାଗିବ…


ଇସ୍‌…ଦେଖୁଛନ୍ତି ଝିଅମାନେ- ଶୌଚାଳୟ ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ସ୍ଥାନ। ତେବେ ନ୍ୟୁଜିଲାଣ୍ଡ, କୁଇନ୍ସଟାଉନ୍‌ରେ ଥିବା ସୋଫିଟେଲ କୁଇନ୍ସଟାଉନ୍‌ ହୋଟେଲରେ ଏମିତି ଏକ ଶୌଚାଳୟ ହୋଇଛି ଯାହାର ୟୁରିନାଲ୍‌ କାନ୍ଥରେ ଝିଅମାନଙ୍କର ଫଟୋ ଓ ମାନେକୁଇନ୍‌ ଅଛି। ଆଉ ସବୁ ଝିଅ ବିଭିନ୍ନ ଢଙ୍ଗରେ କିଏ କ୍ୟାମେରା ତ କିଏ ବାଇନାକୁଲର୍‌ ଧରି ଶୌଚ କରୁଥିବା ବ୍ୟକ୍ତିଙ୍କୁ ଚାହୁଁଥିବା ଦେଖିବାକୁ ମିଳନ୍ତି। ତେଣୁ ଅନେକେ ଏହା ମଧ୍ୟରେ ପରିସ୍ରା କରିବାକୁ ଅସହଜ ମନେ କରିଥାଆନ୍ତି। ଆଉ କେହି କେହି ଏହି କୌତୂହଳମୟ ପରିସ୍ଥିତିକୁ ଉପଭୋଗ କରିଥାଆନ୍ତି।

OLYMPUS DIGITAL CAMERA

ଶୌଚାଳୟ ଭିତରୁ ବାହାରକୁ ଦେଖିହେବ କିନ୍ତୁ ବାହାରୁ ଭିତରକୁ ନୁହେଁ- କାଚବାକ୍ସ ପରି ଦେଖିବାକୁ ଏହି ଶୌଚାଳୟ ଲଣ୍ଡନର ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। ଏହା ମଧ୍ୟରେ ଥାଇ ଜଣେ ରିଲାକ୍ସ ହେବା ସମୟରେ ବାହାରର ଗହଳଚହଳକୁ ଦେଖିପାରିବେ। ଏମିତି ଲାଗିବ ଯେମିତିକି ସେମାନେ ବି ଆପଣଙ୍କୁ ଦେଖିପାରୁଛନ୍ତି। ହେଲେ ବାହାର ଲୋକ ଭିତରକୁ ଦେଖିପାରିବେ ନାହିଁ। କାରଣ ଏହା ଓ୍ବାନ୍‌ଓ୍ବେ ମିରର୍‌ରେ ନିର୍ମିତ।

ଆକ୍ୱାରିୟମ୍‌ ଟୟଲେଟ୍‌- ଜାପାନର ଏହି ଟଏଲେଟ୍‌ ଏକ ଆକ୍ୱାରିୟମ୍‌ ପରି। ଏହାର ସିଟ୍‌, ଫ୍ଲଶ୍‌ ଓ କାନ୍ଥରେ ବି ଆକ୍ୱାରିୟମ୍‌ ତିଆରି କରାଯାଇଛି। ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ଏହି ଟୟଲେଟ୍‌ରେ ସମୟ ବିତାଇବାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

ବଗିଚା ପରି ଲାଗିବ ଏହି ଟୟଲେଟ୍‌- ଏହି ଟୟଲେଟ୍‌କୁ ପଶିଗଲେ କେଉଁଠି ପରିସ୍ରା କରିବେ ଦ୍ୱନ୍ଦ୍ୱରେ ପଡ଼ିଯିବେ। କାରଣ ଏଠିଥିବା ୟୁରିନାଲ ଫୁଲ ପରି ହୋଇଥାଏ। ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ସୁନ୍ଦର ଫୁଲ ଆକୃତିର ୟୁରିନାଲରେ ଅନେକେ ପରିସ୍ରା କରିବାକୁ ବି ସଙ୍କୋଚବୋଧ କରନ୍ତି। ଅନେକଙ୍କୁ ତ ବଗିଚା ଭିତରେ ପରିସ୍ରା କରିବା ଭଳି ଅନୁଭବ ହୁଏ। କ୍ଲାର୍କ ସୋରେନସେନ୍‌ ଏହି ଟୟଲେଟ୍‌କୁ ଡିଜାଇନ୍‌ କରିଛନ୍ତି।


ଟ୍ୟୁବା ଟୟଲେଟ୍‌- ସଙ୍ଗୀତକୁ ପସନ୍ଦ କରୁଥିବା ବ୍ୟକ୍ତି ଏହି ଟୟଲେଟ୍‌କୁ ଥରେ ନିଶ୍ଚୟ ଯାଆନ୍ତୁ। ଏହି ଟୟଲେଟ୍‌ର ୟୁରିନାଲଗୁଡିକ ଟ୍ୟୁବା(ଏକ ବାଦ୍ୟଯନ୍ତ୍ର) ପରି। ଏଥିରେ ପରିସ୍ରା କଲେ ସୁନ୍ଦର ଶବ୍ଦ ନିର୍ଗତ ହୁଏ। ଜର୍ମାନୀରେ ଦେଖିବାକୁ ମିଳେ ଉକ୍ତ ଟୟଲେଟ୍‌।

ଭୟର ଅନୁଭୂତି ମିଳେ ଏହି ଶୌଚାଳୟରେ- ମେକ୍ସିକୋରେ ଅଛି ଏହି ଶୌଚାଳୟ, ଯାହାକି ୧୫ ମହଲାର ଏଲିଭେଟର୍‌ ଶାଫ୍ଟ ଉପରେ ନିର୍ମିତ। ଶୌଚାଳୟର ଚଟାଣ କାଚରେ ତିଆରି। ଫଳରେ ତଳଭାଗରେ ଥିବା ଏଲିଭେଟର୍‌ର ତଳଭାଗ ତଥା ୧୫ ମହଲାବିଶିଷ୍ଟ ଗଭିରତାକୁ ଦେଖିହୁଏ। ତେଣୁ ତଳକୁ ଦେଖିଲେ ପଡିଗଲା ଭଳି ଭୟ ଅନୁଭୂତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri