ଅବ୍ୟବସ୍ଥାରେ ଗୋଲଗାଁ ବିଦ୍ୟାଳୟ : ୯ ଶ୍ରେଣୀ ଗୃହରୁ ୭ ବିପଦସଙ୍କୁଳ

ନୟାଗଡ଼ ଅଫିସ,୧୩।୯ : ନୟାଗଡ଼ ଜିଲା ରଣପୁର ବ୍ଲକ  ସୁଆଁସିଆସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦୧୨ ମସିହା ଜୁଲାଇ ୯ରେ କାନ୍ଥ ଭୁଶୁଡ଼ି ୭ ଜଣ କୋମଳମତି ଶିଶୁଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲ ଗୃହଗୁଡିକ ତଦାରଖ ପାଇଁ କିଛି ଦିନ ଧରି ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ ତା’ ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା। ଏ ଦିଗରେ ପ୍ରଶାସନ ସେଭଳି ତପତ୍ରତା ଦେଖାଉ ନାହିଁ। ଜିଲାର ଅନେକ ବିଦ୍ୟାଳୟର ଶ୍ରେଣୀଗୃହରେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ପାଠ ପଢ଼ୁଥିବାର ଦେଖିବାକୁ ମିଳୁଛି।
ଓଡ଼ଗାଁ ବ୍ଲକ ଅଧୀନରେ ଥିବା ଗୋଲଗାଁ ଅପଗ୍ରେଡ଼ ଏମ୍‌ଇ ସ୍କୁଲକୁ ଉଦାହହରଣ ଭାବେ ନିଆଯାଇପାରେ। ଉକ୍ତ ବିଦ୍ୟାଳୟର ୭ଟି ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ମରାମତି କରାଯାଉନାହିଁ। ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ଏ ନେଇ ବିଡିଓ, ବିଇଓ, ଡିପିସି, ଡିଇଓ ଓ ଜିଲାପାଳଙ୍କଠାରେ ଅନେକ ସମୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଫଳରେ ବାଧ୍ୟ ହୋଇ ବିପଦସଙ୍କୁଳ ଗୃହରେ ଛାତ୍ରୀଛାତ୍ରମାନେ ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ଯଦି କୌଣସି ଅଘଟଣ ଘଟିବ ତାହା ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।
ଯେ, ଗୋଲଗାଁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୯ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଗୋଟିଏ କାର୍ଯ୍ୟାଳୟ ଓ ୯ଟି ଶ୍ରେଣୀଗୃହ ରହିଛି। ୯ ଶ୍ରେଣୀଗୃହରୁ ୪ଟିର ଛାତରୁ ପ୍ଲାଷ୍ଟର ଖସି ରଡ ବାହାରି ଝୁଲି ରହିଛି। କେତେବେଳେ ଯେ ଛାତ ଗଳି ପଡ଼ିବା ଆଶଙ୍କା ରହିଛି। ସେହିଭଳି ୩ଟି ଶ୍ରେଣୀଗୃହର କାନ୍ଥ ଫାଟି ଆଁ କରିି ରହିଛି। ଅବଶିଷ୍ଟ ୨ଟି ଶ୍ରେଣୀଗୃହ ଠିକ୍‌ଠାକ୍‌ ରହିଛି। ୮ଟି ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଭଲ ଥିବା ଶ୍ରେଣୀଗୃହରେ ପଢ଼ାଯାଇ ପାରୁନାହିଁ। ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାନ୍ଥ ଫାଟିଥିବା ୩ଟି ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠପଢ଼ାଉଛନ୍ତି। ୫ଟି ଶ୍ରେଣୀ ଗୃହରେ ୮ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀଗୃହରେ ଦୁଇଟି ଶ୍ରେଣୀର ପିଲାମାନେ ପାଠ ପଢୁଥିବାରୁ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ପାଠ ଓ ଦ୍ୱିତୀୟ ଶ୍ରେଣୀ ପିଲା ପ୍ରଥମ ଶ୍ରେଣୀ ପାଠ ପଢ଼ୁଥିବାର ଦେଖିବାକୁ ମିଳୁଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଖଟେଇଙ୍କୁ ପଚାରିବାରୁ ସେ କୁହନ୍ତି ବିଦ୍ୟାଳୟର ସମସ୍ୟା ନେଇ ବିଭିନ୍ନ ଆଡ଼େ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବିଦ୍ୟାଳୟରେ ଭଲ ଶ୍ରେଣୀଗୃହ ନ ଥିବାରୁ ବାଧ୍ୟ ହୋଇ ବିପଦସଙ୍କୁଳ ଘରେ ପାଠପଢ଼ା ଯାଉଥିବା ସେ ପ୍ରକାଶ କରିଥିଲେ। ଏ ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ବିଦ୍ୟାଳୟ ମରାମତି କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri