ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ।ସୂଚନା ଅନ୍‌ସାରେ ୧୯୭୯ ସାଲେ ଥାପିତ ଇ ସ୍କୁଲରେ ୧ମରୁ ୫ମ ଶ୍ରେଣୀ ତକ୍‌ ପାଠ୍‌ପଢ଼ାର ବେବସ୍‌ତା ଅଛେ। ଏହେଦେ ସ୍କୁଲରେ ୯୨ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ୩ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍‌। ହେଲେ ସ୍କୁଲରେ ପାଠ୍‌ପଢ଼ାର ଲାଗି ବଖରେ ଘର ରହିଛେ। ଇ କୁଠାଥି ଅଫିସ୍‌ କାମ, ଏମ୍‌ଡିଏମ୍‌ ସାମାନ ରଖାଥୁଆ ସଂଗେ ପିଲାକର ପାଠ୍‌ପଢ଼ା ହେଉଛେ। ସ୍କୁଲରେ କୋଲ ଇଣ୍ଡିଆ ତରଫୁ ଗୁଟେ ଶୌଚାଲୟ ତିଆର ହେଇ ସିନଟେକ୍ସ ଟ୍ୟାଙ୍କ ବସାଯାଇଛେ। ହେଲେ ପାଏନ୍‌ର ବେବସ୍‌ତା ନାଇଁଥିବାର ଲାଗି ଶୌଚାଲୟଟା ପଡ଼ିରହି ଖତ ଖାଉଛେ। ଇଆଡ଼େ ଛାତ୍ରୀଛାତ୍ର ଶୌଚର ଲାଗି ବାହାରକେ ଯାଉଛନ୍‌। ସେନ୍‌ତା ସ୍କୁଲ ବାଡ଼ାକେ ଲାଗି ବିପଦ୍‌ ଅବସ୍‌ତାରେ ଖୁଲାରେ ଦୁଇଟା ଟ୍ରାନ୍ସଫର୍ମର ରହିଥିଲାବେଲେ ସ୍କୁଲକେ ଲାଗି ବିଦ୍ୟୁତ୍‌ ତାର ଯାଇଛେ। ବରଷା ଦିନେ ସ୍କୁଲର ନଲ୍‌ଚୁଅଁାରୁ ପାଏନ୍‌ ମାଏଲାବେଲେ କେତେବେଲେ କେନ୍‌ତା ଝଟକା ମାରୁଥିବାର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ କହିଛନ୍‌। ଏମ୍‌ଡିଏମ୍‌ ଲାଗି ୫ ବଛର ତଲେ ସ୍କୁଲରେ ଗୁଟେ ରଁଧାଘର ତିଆର ହେଇଥିଲା। ହେଲେ କାମ୍‌ଟା ଏତେ ହଲକା ହେଇଥିଲାଯେ ଘରଟା ପୂରା ହେବାର ଆଗ୍‌ରୁ ଛାତ୍‌ ଦବି ଯାଇଥିଲା। ସେ ବିପଦ୍‌ ଅବସ୍‌ତାରେ ଥିବାର ଘରେ ଏହେଦେ ଛାତ୍ରୀଛାତ୍ରକଁର ଏମ୍‌ଡିଏମ୍‌ ରଁଧାବଢ଼ା ହେଉଛେ। ସ୍କୁଲରେ ଲାଗି ରହିଥିବାର ଇ ସବୁ ସମସିଆକେ ନେଇ ଗଲା ୯.୧.୨୦୧୬ରେ ପ୍ରଧାନ ଶିକ୍ଷୟିତ୍ରୀକଁର ଅଧ୍ୟକ୍ଷତାରେ ସ୍କୁଲ ପରିଚାଲନା କମିଟି ଆର ଅଭିଭାବିକା, ଅଭିଭାବକମାନକୁ ନେଇ ଗୁଟେ ବଇଠକ୍‌ ବସିଥିଲା। ବଇଠକ୍‌ରେ ଗୁଟେ ରିଜୋଲୁଶନ କରି ଜିଲା ଶିକ୍ଷା ଅଧ୍‌କାରୀ, ଡିପିସି, ଖପ୍ରାଖୋଲ ବିଦ୍ୟୁତ ବିଭାଗ ସେକ୍ସନାଲ ଅଫିସର, ଥାନୀୟ ସରପଁଚ୍‌କୁଁ ସମସିଆର ସମାଧାନ ଲାଗି କମିଟି ଲିଖିତ ଜନେଇଥିଲା। ହେଲେ ଆଏଜ୍‌ତକ କେହେନ୍‌ସି ଗୁଟେ ବି ଅଧ୍‌କାରୀ ସମସିଆର ସମାଧାନ ଦିଗେ ପଦକ୍ଷେପ ନାଇଁ ନେଇ। ଶେଷେ ସ୍କୁଲ କତୁରପକ୍ଷ ଉପେ ଶୂଇନ୍‌ ହେଇ ସୋମବାର ଥାନୀୟ ସରପଁଚ୍‌, ପରିଚାଲନା କମିଟି ସଭାପତି, ସିଆରସିସି, ଅଭିଭାବିକା ଅଭିଭାବକମାନକୁ ନେଇ ଗୁଟେ ବଇଠକ୍‌ ଡାକିଥିଲେ। ବଇଠକ୍‌ରେ ସ୍କୁଲର ଭିନେ ଭିନେ ସମସିଆ ବାବ୍‌ଦେ ଆଲୋଚନା ହେଇଥିଲା। ସେନ୍‌ତା ସ୍କୁଲ ସମସିଆର ସମାଧାନ ଦିଗେ କେହି ପଦକ୍ଷେପ ନାଇଁ ନେଉଥିଲାବେଲେ ଯଦି ସ୍କୁଲ ସମିଆରେ କେହେନ୍‌ସି ଅଘଟନ ଘଟବା ସେଥିରଲାଗି କିଏ ଦାୟୀ ରହିବା ବଲି ବଇଠକ୍‌ରେ କେତେ ଅଭିଭାବକ ପ୍ରଶ୍ନ କରିଥିଲେ। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଭିଭାବକ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri