ଅବହେଳିତ ପରିବେଶ ପର୍ଯ୍ୟଟନସ୍ଥଳୀ: ଯୋଗୀଯୋଗିଆଣୀ ବୌଦ୍ଧ ପୀଠ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ବୌଦ୍ଧପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାର ୩ ବର୍ଷ ବିତିଲାଣି ।ମାତ୍ର ଏହି ପୀଠର ଉନ୍ନତି ଦିଗରେ ପର୍ଯ୍ୟଟନ ବିଭାଗ ଧ୍ୟାନ ଦେଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ଯୋଗୀଯୋଗିଆଣୀ ପୀଠ ନୟାଗଡ଼ ଜିଲାର ଏକମାତ୍ର ବୌଦ୍ଧ ପୀଠ। କୋସକା ପଞ୍ଚାୟତର ଅଁଳାପଟା ମୌଜା ପାହାଡ ପାଦଦେଶର ଝରଣା ନିକଟରେ ପୂଜା ପାଉଛନ୍ତି ଖ୍ରୀଷ୍ଟିୟ ୯ମ, ୧୦ମ ଶତାବ୍ଦୀର ୪ଟି ବୌଦ୍ଧ ମୂର୍ତ୍ତି। ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ଏହି ପୀଠରେ ପର୍ଯ୍ୟଟକଙ୍କ ରହଣି ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୧୮ ଡ଼ିସେମ୍ବର ୩୧ରେ ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଏକବର୍ଷ ପରେ ବି ସମ୍ପନ୍ନ ହୋଇ ପାରିଲା ନାହିଁ। ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରକଳ୍ପ କେବଳ ମେଜିଆ ପତନରେ ଅଟକି ରହିଛି। ରାତ୍ର ରହଣି, ସିନେମା ଶୁଟିଂ, ଠାକୁର ଦର୍ଶନ, ବିବାହ ଓ ବଣ ଭୋଜି ପାଇଁ ବିଭିନ୍ନ ସମୟରେ ରାଜ୍ୟ ତଥା ବାହାରୁ ବହୁ ପର୍ଯ୍ୟଟକ ଏହି ପୀଠକୁ ଆସିଥାନ୍ତି। ହେଲେ ରହିବା ବ୍ୟବସ୍ଥା ନ ଥିବାରୁ ସେମାନେ ଫେରିଯାଇଥାନ୍ତି। ଅପରପକ୍ଷର ପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀ ମାସ ପର୍ଯ୍ୟନ୍ତ ବହୁ ପର୍ଯ୍ୟଟକ, ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ପିକନିକ୍‌ ଉଦ୍ଦେଶ୍ୟରେ ଆସିଥାନ୍ତି। ସେମାନେ ଝରଣାରେ ସ୍ନାନ କରିବାର ସୁଯୋଗକୁ ମଧ୍ୟ ହାତଛଡା କରି ନ ଥାନ୍ତି। ବୌଦ୍ଧପୀଠ ଉନ୍ନୟନ ପରିଷଦର ସଭାପତି କୈଳାସ ଚନ୍ଦ୍ର ପଣ୍ଡା କହିବା କଥା, ଏହି ପୀଠରେ ହାଇମାଷ୍ଟ ଲାଇଟ ବ୍ୟବସ୍ଥା ସାଙ୍ଗକୁ ଝରଣାର ପ୍ରବାହିତ ଜଳକୁ ଚେକ୍‌ଡ୍ୟାମ ମାଧ୍ୟମରେ ଅଟକାଯାଇ ସ୍ନାନ ଶୌଚାଦି ସୁବିଧା କରାଗଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ। ଚେକ୍‌ଡ୍ୟାମର ଉଦ୍‌ବୃତ୍ତ ପାଣି ନିମ୍ନଭାଗରେ ଥିବା ଜମିରେ ଜଳସେଚନ ସୁବିଧା ହୋଇପାରନ୍ତା। ପୀଠର ବିକାଶ ନିମନ୍ତେ ସ୍ଥାନୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ନୟାଗଡ ଜିଲାପାଳ ଓ ଜିଲା ପର୍ଯ୍ୟଟନ ଅଧିକାରୀ ଦେବବତ୍ତ ରଥଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ ସୂଚନା ଦେଇଛନ୍ତି। କୋସକା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ କହନ୍ତି, ପର୍ଯ୍ୟଟକଙ୍କ ରହଣି ପାଇଁ ଆବଶ୍ୟକ ଗୃହ ନିମନ୍ତେ ଅନୁଦାନ ମଞ୍ଜୁର କରାଯିବା ସହ ଅଧିକ ଆଲୋକୀକରଣ ବ୍ୟବସ୍ଥା ଏବଂ ସରକାରଙ୍କ ପକ୍ଷରୁ ଏହି ପୀଠକୁ ୟୁକୋ ଟୁରିଜିମ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ରହିଛି। ଜାନୁୟାରୀ ୧ ତାରିଖରେ ଏଠାରେ ପ୍ରତିବର୍ଷ ପରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ଯାତ୍ରୀ ସମାଗମ ହେବାକୁ ଥିବାରୁ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri