ଅବହେଳିତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ : ପାଉଁଶ ଯୋଗାଇଦେବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଆରଆଇସିଙ୍କ ପତ୍ର

ଯାଜପୁର ଅଫିସ,୭ା୧୦: ଯାଜପୁର ଜିଲାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ଜିଲାର ବ୍ୟାଙ୍କଗୁଡ଼ିକ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ଜିଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ୪୫ଟି ପ୍ରସ୍ତାବ ପଡ଼ିରହିଛି। ଏହାବାଦ ପାଉଁଶ ଇଟା (ଫ୍ଲାଏଆସ୍‌) କାରଖାନା ମାଲିକମାନେ କଳିଙ୍ଗନଗର ଶିଳ୍ପ କାରଖାନାରୁ ଆବଶ୍ୟକ ପାଉଁଶ ନ ପାଇ ହଇରାଣ ହେବା ସହିତ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଉଦ୍ୟୋଗୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ଶୁଝିବା ନେଇ ସମସ୍ୟାରେ ପଡୁଛନ୍ତି। ୨୫ା୯ା୨୦୧୯ରେ ଯାଜପୁରରୋଡରେ ଅନୁଷ୍ଠିତ ଉଦ୍ୟୋଗ ସମସ୍ୟା ସମାଧାନ ଶିବିରରେ ଏନେଇ ଉଦ୍ୟୋଗୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାକୁ ଭିତ୍ତିକରି କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର(ଆରଆଇସି) ଜେନେରାଲ ମ୍ୟାନେଜର ସମ୍ପୃକ୍ତ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ପାଉଁଶ ଇଟା କାରଖାନାଗୁଡ଼ିକୁ ସହଜରେ ପାଉଁଶ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
କୃଷି କ୍ଷେତ୍ର ପରେ ଦେଶର କର୍ମନିଯୁକ୍ତି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ବଡ ଭାଗିଦାରୀ ତୁଲାଇ ଆସୁଛି। ଯାଜପୁର ଜିଲା ଶିଳ୍ପ କେନ୍ଦ୍ର ଅଧୀନରେ ୧୮ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ବ୍ୟାଙ୍କ ଓ ଶିଳ୍ପ କାରଖାନାର ଅସହଯୋଗ ଯୋଗୁ ମାସିକ ଅଗ୍ରଗତି ରିପୋର୍ଟ ନୈରାଶ୍ୟଜନକ ରହିଆସୁଛି। ବିଶେଷ କରି ପାଉଁଶ ଇଟା କାରଖାନା ମାଲିକମାନେ କଳିଙ୍ଗନଗର ଶିଳ୍ପ କାରଖାନାଗୁଡିକରୁ ପାଉଁଶ ନ ପାଇ ବେଶ କ୍ଷତିର ସମ୍ମୁଖୀନ ହେଉଛନ୍ତି। କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଦ୍ୱାରା ପ୍ରୋସତ୍ାହିତ ହୋଇ ଇଟା କାରଖାନା ସ୍ଥାପନ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଇଟା କାରଖାନାର ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପାଉଁଶ ଯୋଗାଇ ଦେବାକୁ ଶିଳ୍ପ କାରଖାନାର ସମ୍ପୃକ୍ତ ଅଧିକାରୀମାନେ ଚୁକ୍ତି କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚୁକ୍ତିକୁ ଭୁଲିଯାଇ ପଡୋଶୀ ଭଦ୍ରକ ଜିଲାର ପାଉଁଶ ଇଟା କାରଖାନା ମାଲିକଙ୍କୁ ପାଉଁଶ ଯୋଗାଇ ଦେଉଥିବା ଶୁଣିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଗତ ଉଦ୍ୟୋଗ ସମାଧାନ ଶିବିରରେ ରଘୁନାଥ ଫ୍ଲାଏଆଶ ବ୍ରିକ୍ସର ପ୍ରମୋଟର ପି. ଖୁଣ୍ଟିଆ, ରାଜା ଇଣ୍ଟରପ୍ରାଇଜେସର ମହମ୍ମଦ ସାବିର, ଶ୍ରୀଗୁରୁ ବ୍ରିକ୍ସର ବିକାଶ ସାହୁ, ଅନ୍ନପୂର୍ଣ୍ଣ ଡିସି ଚିଫ ବ୍ରିକ୍ସ, କ୍ଷଣପ୍ରଭା ବେଉରିଆ, ୟୁଏସ ବ୍ରିକ୍ସର ଅରୁଣ କୁମାର ମଲ୍ଲିକ, ମନୋଜ କୁମାର ରାଉତ ପ୍ରମୁଖ ପାଉଁଶ ଇଟା ମାଲିକମାନେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଷ୍ଟିଲରୁ ଆବଶ୍ୟକ ପାଉଁଶ ମିଳୁ ନ ଥିବା ଅଭିଯୋଗ କରିଥିଲେ। ଫଳରେ ଏହି କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀମାନେ ଇଟା ତିଆରି କରି ନ ପାରି ହଇରାଣ ହେଉଛନ୍ତି। ଗ୍ରାମୀଣ ଏବଂ ଅର୍ଦ୍ଧ ସହର ଅଞ୍ଚଳରେ କର୍ମ ନିଯୁକ୍ତିର ବୃହତ ସୁଯୋଗ ସୃଷ୍ଟି କରିଥିବା ଏହି କ୍ଷେତ୍ର ପ୍ରତି ଅବହେଳା କରିବା ସମୀଚିନ ନୁହେଁ ବୋଲି ଉଦ୍ୟୋଗୀମାନେ ମତପ୍ରକାଶ କରିଛନ୍ତି। ଏହାବାଦ ବ୍ୟାଙ୍କମାନେ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଦେବାରେ ପଛଘୁଞ୍ଚା ଦେଉଛନ୍ତି। ହତାଶ ହୋଇ ସେମାନେ ମହାଜନଙ୍କ ଉପରେ ନିର୍ଭର କରୁଛନ୍ତି। ଅତ୍ୟାଧିକ ଋଣ ଭାର ସେମାନଙ୍କ ସ୍ବପ୍ନରେ ବାଧକ ସାଜିଛି। ଏଭଳି ଭାବରେ କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟାଙ୍କର ଅସହଯୋଗ ଉଦ୍ୟୋଗୀଙ୍କୁ ପଥଭ୍ରଷ୍ଟ କରୁଛି। ଜିଲାରେ ପେପର ପ୍ଲେଟ, ଫ୍ଲାଏଆସ ଇଟାଭାଟି, ଫେବ୍ରିକେଶନ, ଆଲୁମିନିୟମ ୟୁଟେନସିଲ, ମସରୁମ ସିଡସ୍‌, ଏମଏସ ଷ୍ଟିଲ ଫେବ୍ରିକେସନ, ଟେଲରିଂ, ଅଗରବତୀ, ଫର୍ନିଚର, ଟେଣ୍ଟ ହାଉସ, ରେଡିମେଡ ଗାର୍ମେଟ ପ୍ରଭୃତି ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରିଥିବାବେଳେ ଜିଲାର ବ୍ୟାଙ୍କଗୁଡିକ ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଶିଳ୍ପକେନ୍ଦ୍ରର ଆଞ୍ଚଳିକ ପରିଚାଳକ ତାଙ୍କ ପତ୍ରସଂଖ୍ୟା ୨୦୬୬/୩ା୧୦ା୨୦୧୯ରେ ଏକ ନିର୍ଦ୍ଦିଷ୍ଟ ଶିଳ୍ପ କମ୍ପାନୀକୁ ସ୍ଥାନୀୟ ପାଉଁଶ ଇଟା ମାଲିକଙ୍କୁ ଆବଶ୍ୟକ ଫ୍ଲାଏଆସ ଯୋଗାଇ ଦେବାକୁ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri