Categories: ଖେଳ

ଅବଶିଷ୍ଟ ମ୍ୟାଚ ଖେଳି ନ ପାରନ୍ତି ଗ୍ରିଜ୍‌ମାନ

ବାର୍ସିଲୋନା, ୧୩ା୭ (ଏପି)- ମାଂଶପେଶୀରେ ଇଞ୍ଜୁରି ଯୋଗୁ ସ୍ପାନିଶ ଫୁଟ୍‌ବଲ ଲିଗ୍‌ର ଅବଶିଷ୍ଟ ମ୍ୟାଚରୁ ବିଶ୍ରାମ ନେଇ ପାରନ୍ତି ଆଣ୍ଟୋନୀ ଗ୍ରିଜ୍‌ମାନ। ରବିବାର ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଗ୍ରିଜ୍‌ମାନଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଥିବା ଦେଖାଯାଇଥିଲା। ତେଣୁ ତାଙ୍କୁ ବର୍ତ୍ତମାନ ପାର୍ଇ ଦଳରୁ ବାଦ୍‌ ଦିଆଯାଇଥିବା ବାର୍ସିଲୋନା ଫୁଟ୍‌ବଲ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସର ଏହି ଷ୍ଟାର ଖେଳାଳି କେବେ ସମ୍ପୂର୍ଣ୍ଣ ଫିଟ୍‌ ହେବେ କ୍ଲବର ତରଫରୁ ତାହା ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ବାର୍ସିଲୋନାର ଶେଷ ଦୁଇଟି ମ୍ୟାଚରେ ସେ ଖେଳି ପାରିବେ ନାହିଁ। ଅଗଷ୍ଟରେ ନାପୋଲି ବିପକ୍ଷରେ ଟିମ୍‌ର ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ ବେଳକୁ ସେ ଫିଟ୍‌ ହୋଇଥିବେ କି ନା ତାହା ମଧ୍ୟ ଅସ୍ପଷ୍ଟ। ସ୍ପାନିଶ ଲିଗ୍‌ରେ ରିଅଲ ମାଡ୍ରିଡ୍‌ଠାରୁ ଗୋଟିଏ ପଏଣ୍ଟ ପଛରେ ରହିଛି ବାର୍ସିଲୋନା। ଶନିବାର ଭାଲାଡୋଲିଡ୍‌ଠାରେ ବାର୍ସିଲୋନାର ୧-୦ ଗୋଲ ବିଜୟ ମ୍ୟାଚର ପ୍ରଥମାର୍ଦ୍ଧରେ ବଦଳ ଖେଳାଳିଭାବେ ଖେଳିଥିଲେ ଗ୍ରିଜ୍‌ମାନ।

Share