Posted inଖେଳ

ଅପର କଟ୍‌, ସ୍କୋୟାର କଟ୍‌, ଏବେ ହେୟାର କଟ୍‌

ମୁମ୍ବାଇ, ୨୧।୪-କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତିରେ ଏବେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ବାହାରିବା ମନା। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁ ଉପରେ କଟକଣା। ତେଣୁ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଥିବା ଖେଳାଳିମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରୁଛନ୍ତି। ଏପରି ଏକ କାର୍ଯ୍ୟକରି ଏବେ ଚର୍ଚ୍ଚାରେ ରହିଛନ୍ତି ୪୬ବର୍ଷୀୟ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର। ସେ ପରିବାରର କୌଣସି ସଦସ୍ୟଙ୍କୁ ଭରସା କରିବା ଅପେକ୍ଷା ନିଜ ଚୁଟି ନିଜେ କାଟିଛନ୍ତି। ଏକଦା କ୍ରିକେଟ ପଡ଼ିଆରେ ଅପର୍‌ କଟ୍‌, ସ୍କୋୟାର କଟ୍‌ ମାରି ଦର୍ଶକଙ୍କୁ ଉଲ୍ଲସିତ କରୁଥିବା ସଚିନ ଏବେ ନିଜେ ଦର୍ପଣ ସମ୍ମୁଖରେ କଇଞ୍ଚତ୍ ଧରି ନୂଆ ହେୟାର କଟ୍‌ ବନଉଥିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ନିଜେ ଚୁଟି କାଟୁଥିବାର ଏକାଧିକ ଫଟୋ ସଚିନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାର କ୍ୟାପ୍‌ଶନରେ ସେ ”ସ୍କୋୟାର କଟ୍‌ଠାରୁ ଆରମ୍ଭ କରି ନିଜ ହେୟାର କଟ୍‌ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କରିବାରେ ମୁଁ ଆନନ୍ଦ ଅନୁଭବ କରେ“ ବୋଲି ସଚିନ ଲେଖିଛନ୍ତି। ପ୍ରଥମ ୨ଟି ଫଟୋରେ ଲିଟିଲ ମାଷ୍ଟର ଏକ ହାତକଟା ଗ୍ରୀନ୍‌ ଜର୍ସି ପିନ୍ଧି ଚୁଟି କାଟୁଥିବା ଦେଖାଯାଉଛି। ପରବର୍ତ୍ତୀ ୨ଟି ଫଟୋରେ ସେ ଦର୍ପଣ ସମ୍ମୁଖରେ ହେୟାର କଟ୍‌କୁ ଦେଖୁଛନ୍ତି ଏବଂ କ୍ୟାମେରା ସମ୍ମୁୁଖରେ ହସୁଥିବା ପରିଲକ୍ଷିତ ହେଉଛି। ପ୍ରକାଶଯୋଗ୍ୟ ଯେ, ସଚିନ କ୍ରିକେଟରୁ ଅବସର ନେଇଥିଲେ ହେଁ ଏବେ ମଧ୍ୟ ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଛନ୍ତି। ନିଜେ ଚୁଟି କାଟିବା ଫଟୋ ଛାଡ଼ି ସଚିନ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିବା ଉଚିତ ବୋଲି ସେ ଅନ୍ୟ ଏକ କ୍ୟାପଶନରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri