ଅପରାହ୍ନ ୩ଟା ସୁଦ୍ଧା ବିଶ୍ଵରେ ୧୧,୨୧,୯୭୩ ଆକ୍ରାନ୍ତ, ଭାରତରେ ୨,୯୦୨, ଓଡ଼ିଶାରେ ୨୦ ପଜିଟିଭ

ଭୁବନେଶ୍ବର, ୪।୪(ବ୍ୟୁରୋ) : କରୋନା ମହାମାରୀ କବଳରେ ୨୦୫ ଦେଶ ଏବଂ ୨ ଜାହାଜ। ଶୁକ୍ରବାର ସମଗ୍ର ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଏହି ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୯୭୩ ରେ ପହଞ୍ଚିଛି। ମୃତକଙ୍କ ସଂଖ୍ଯା ୫୩,୩୨୨ ଥିବା ବେଳେ ଶନିବାର ଏହା ୫୯,୪୦୩ ରେ ପହଁଞ୍ଚିଛି। ସେହିଭଳି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୫ ଥିବା ବେଳେ ଶନିବାର ଏହା ୨୯୦୨ ଟପିଛି। କରୋନାରେ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ଓଡିଶାରେ ମୋଟ ୧୩୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୨୦ ପଜିଟିଭ ଚିହ୍ନଟ କରାଯାଇଛି। ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ଡାକ୍ତରଖାନାରେ ପୃଥକବାସ ରେ ୯୧ ଜଣ ଅଛନ୍ତି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।