ଅପରାଧ ଘଟିଲେ ପୋଲିସ ନିଦ ଭାଙ୍ଗୁଛି

ଭୁବନେଶ୍ୱର,୨।୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ୪ଟି ଲୁଟ୍‌ ଓ ଡକାୟତି ଘଟଣା ପରେ କମିଶନରେଟ ପୋଲିସର ନିଦ ହଜିଯାଇଛି। ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ପାଇଁ ୩ଟି ଥାନାର ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡ୍‌ ଲାଗିପଡ଼ିିଛି। ମଞ୍ଚେଶ୍ୱର, ଶହୀଦନଗର ଓ ନୟାପଲୀ ଥାନାର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛନ୍ତି। ସନ୍ଦେହରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମଞ୍ଚେଶ୍ୱର ଥାନା ଅଞ୍ଚଳର ଲୁଟ୍‌ ଓ ଡକାୟତି ପଛରେ ରାଜଧାନୀ ଉପକଣ୍ଠର ବହୁ ଅପରାଧୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ରାଜଧାନୀ ଉପକଣ୍ଠରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରିବା ସହ ଗଳିଗନ୍ଦିରେ ପାଟ୍ରୋଲିଂ ଜୋରଦାର କରାଯାଇଛି। ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଏବଂ ଡିସିପି ଅନୁପ କୁମାର ସାହୁ ସହରର ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାତି ୧୦ଟା ପରେ କେହି ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହଁାନ୍ତି।
ଚେକିଂ ବେଳେ ମୋବାଇଲ୍‌ ଫିଙ୍ଗରପ୍ରିଣ୍ଟ୍‌ କିଟ୍‌ ବ୍ୟବହାର
ଦିଲ୍ଲୀ ଓ ମୁମ୍ବାଇଭଳି କମିଶନରେଟ୍‌ ପୋଲିସ ଏଥର ବ୍ଲକିଂ ଓ ଚେକିଂ ସମୟରେ ମୋବାଇଲ୍‌ ଫିଙ୍ଗ୍‌ରପ୍ରିଣ୍ଟ କିଟ୍‌ ବ୍ୟବହାର କରିବ। ଯାହାଦ୍ୱାରା ଆପରାଧୀଙ୍କୁ ଧରିବା ସହଜ ହେବ। ପ୍ରତ୍ୟେକ ଥାନାରେ ଗିରଫ ଅପରାଧୀମାନଙ୍କର ଫିଙ୍ଗର୍‌ପ୍ରିଣ୍ଟ ରଖିୁଛି ପୋଲିସ। ପ୍ରତିମାସରେ ଏହି ଫିଙ୍ଗରପ୍ରିଣ୍ଟ କିଟ୍‌କୁ ଅପ୍‌ଡେଟ୍‌ କରୁଛି। ବର୍ତ୍ତମାନ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୩ ହଜାର ଅପରାଧୀଙ୍କ ଫିଙ୍ଗରପ୍ରିଣ୍ଟ ରହିଛି। ବ୍ଲକିଂ ସମୟରେ ଧରାପଡୁଥିବା ବ୍ୟକ୍ତିଙ୍କର ଫିଙ୍ଗ୍‌ରପ୍ରିଣ୍ଟ ନିଆଯାଉଛି। ଯେଉଁମାନଙ୍କ ନାମରେ ପୂର୍ବରୁ ଆପରାଧିକ ରେକର୍ଡ ରହିଥିବ ତାହା ତୁରନ୍ତ ଜଣାପଡ଼ିଯାଉଛି। ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏହିଭଳି ଗୁରୁବାର ରାତିରେ ପୋଲିସ ଚେକିଂ କରିବା ସମୟରେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ପ୍ରାୟ ୬ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି। ଅନେକଙ୍କୁ ପୋଲିସ ପଚରାଉଚରା କରିବା ପରେ ଛାଡିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ଅସ୍ପଷ୍ଟ ଗାଡ଼ି ନମ୍ବର ଲୁଟେରାଙ୍କୁ ସୁହାଉଛି
ଲୁଟେରାମାନେ ଏବେ ଲୁଟ୍‌ କରିବା ପାଇଁ ଅସ୍ପଷ୍ଟ ଗାଡି ନମ୍ଭରକୁ ବ୍ୟବହାର କରୁଛନ୍ତି। ଯାହାକି ଏହାକୁ ସହଜରେ ପଢିହେବ ନାହିଁ। ଏହାସହ ଲୁଟେରାମାନେ ଫ୍ୟାନ୍ସି ଗାଡ଼ି ନମ୍ବର ବ୍ୟବହାର କରିବା ସହ ଅନେକ ସମୟରେ ନମ୍ବର ପ୍ଲେଟ୍‌ ଲଗାଉନାହଁାନ୍ତି। ଫଳରେ ସେମାନେ ଅପରାଧ ଘଟାଇ ସହଜରେ ଫେରାର ହୋଇଯାଉଛନ୍ତି। ଅସ୍ପଷ୍ଟ ନମ୍ବର ଥିବା ଗାଡ଼ିର କାଗଜପତ୍ର ଯାଞ୍ଚ କଲେ ଅପରାଧୀଙ୍କୁ ଧରିହେବ ବୋଲି ଅନେକ ବରିଷ୍ଠ ପୋଲିସ ମତ ଦେଇଛନ୍ତି।
ପାଟ୍ରୋଲିଂ ଗାଡ଼ିରେ ବୁଲିବେ ଥାନା ବାବୁ
ପୂର୍ବରୁ ସକାଳ ୧୦ରୁ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଥାନା ଅଧିକାରୀମାନେ ଥାନାରେ ବସି ରହୁଥିଲେ। ଯଦି କିଛି କାମ ପଡୁଥିଲା ବାହାରକୁ ଯାଉଥିଲେ। କିନ୍ତୁ ଏବେ ଆଉ ତାହା ଚଳିବ ନାହିଁ। କାରଣ ମଞ୍ଚେଶ୍ୱର ଲୁଟ୍‌ ଘଟଣା ପରେ ଥାନା ଅଧିକାରୀଙ୍କୁ ଅଫିସରେ ନ ବସି ପାଟ୍ରୋଲିଂ ଗାଡିରେ ବୁଲିବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
ଲୁଟ ପଛରେ ରାଜଧାନୀ ଉପକଣ୍ଠର ଅପରାଧୀ
ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ୪ ଲୁଟ ଓ ଡକାୟତି ଘଟଣା ପଛରେ ରାଜଧାନୀ ଉପକଣ୍ଠରେ ଅପରାଧୀମାନେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଏପରିକି ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମୋବାଇଲ୍‌ ଛାଡି ପଳାଇଥିବା ଅପରାଧୀଙ୍କ ଠିକଣା ସ୍ପେଶାଲ ସ୍କ୍ବାଡ୍‌ ପାଇଛି। ଫେରାର ହୋଇଯାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri