ବିଏମ୍‌ସିର ଯୋଜନା : ସବୁ ୱାର୍ଡରେ ହେବ କାର୍ଯ୍ୟାଳୟ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାତି ପାହିଲେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଜବରଦଖଲ କରାଯାଉଛି। ଯାହାକୁ ଏବେ ତୃଣମୂଳ ସ୍ତରରୁ ନିୟନ୍ତ୍ରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ଥିର କରିଛି। ଭୁବନେଶ୍ୱରର ମୋଟ ୬୭ଟି ଓ୍ବାର୍ଡରେ ୱାର୍ଡ ଅଫିସ ଖୋଲିବା ପାଇଁ ବିଏମ୍‌ସି ଚିନ୍ତା କରିଛି। ୱାର୍ଡ ପାଇଁ ନିଯୁକ୍ତ ଅଫିସରମାନେ ଏଠାରେ ସ୍ଥାନୀୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ତାହାର ସମାଧାନ ଲାଗି ଉଦ୍ୟମ କରିବେ। ଏଥିସହ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ଓ ହୋଲ୍ଡିଂ ଟିକସ ନିୟମିତ ଆଦାୟ କରିବା ସହ ଟିକସ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ କରାଯାଇଛି।
ବିଏମ୍‌ସିର ଜଣେ ବରିଷ୍ଠ କର୍ମଚାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଓ୍ବାର୍ଡରେ ଖୋଲିବାକୁ ଥିବା ଏହି କାର୍ଯ୍ୟାଳୟ ଲାଗି ଘର ଚିହ୍ନଟ କରିବାକୁ ୱାର୍ଡ ଅଫିସରମାନଙ୍କୁ ଏବେ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ୱାର୍ଡରେ ଥିବା କଲ୍ୟାପମଣ୍ଡପ କିମ୍ବା କମ୍ୟୁନିଟି ସେଣ୍ଟରରେ ଏହି ଦପ୍ତର ଚଳାଯିବ। ସେଠାରେ ଓ୍ବାର୍ଡ ଅଫିସରମାନଙ୍କୁ ଗୋଟିଏ ଲେଖାଏ କମ୍ପ୍ୟୁଟର ଦିଆଯିବା ସହ ସମସ୍ତ ଆନୁଷଙ୍ଗିକ ଆସବାବପତ୍ର ଯୋଗାଇ ଦିଆଯିବ। ସେହିଭଳି ଲୋକେ ଯେଭଳି ସେମାନଙ୍କ ବର୍ଜ୍ୟଜଳକୁ ନଳାରେ ନ ଛାଡନ୍ତି ତାହାର ତଦାରଖ ୱାର୍ଡ ଅଫିସରମାନେ କରିବେ। ଯେଉଁଲୋକମାନେ ଏଭଳି କରୁଥିବେ ସେମାନଙ୍କୁ ପ୍ରଥମେ ନୋଟିସ ଦିଆଯିବ। ଯଦି ସେମାନେ ନୋଟିସ ପରେ ଏହାର କିଛି ପ୍ରତିକାର ବ୍ୟବସ୍ଥା ନ କରନ୍ତି ତେବେ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସେମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନାରେ ହିଁ ସେମାନଙ୍କ ଘରର ବର୍ଜ୍ୟଜଳ କିଭଳି ଠିକଣା ଭାବେ ନିଷ୍କାସନ ହେବ ତାହାର ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ସେହିପରି ଘର ମାଲିକମାନେ କିଭଳି ଠିକଣା ସମୟରେ ହୋଲ୍ଡିଂ ଟିକସ ପ୍ରଦାନ କରିବେ ତାହା ଉପରେ ବିଏମ୍‌ସି ଏବେ ଗୁରୁତ୍ୱାରୋପ କରୁଛି। ଆଗାମୀ ଦିନରେ ଘର ମାଲିକଙ୍କ ହୋଲ୍ଡିଂ ନମ୍ବର ସହ ବିଦ୍ୟୁତ ନମ୍ବରକୁ ଯୋଡିବାକୁ ବିଏମ୍‌ସି ପ୍ରୟାସ କରୁଛି। ଏ ନେଇ ବିଏମ୍‌ସି ଅଧିକାରୀ ଓ ଶକ୍ତି ବିଭାଗର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଯଦି କୌଣସି ବ୍ୟକ୍ତି ଠିକଣା ସମୟରେ ହୋଲ୍ଡିଂ ଟିକସ ଦେବେନାହିଁ ତେବେ ତାଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ। ଅନ୍ୟପକ୍ଷେ ସହରରେ ବଢି ଚାଲିଥିବା ଜବରଦଖଲ ଓ ବେଆଇନ ନିର୍ମାଣଗୁଡ଼ିକ ଉପରେ ମଧ୍ୟ ବିଏମ୍‌ସି ରୋକ ଲଗାଇବ ବୋଲି ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସାରିଥିବାବେଳେ ଖୁବ୍‌ଶୀଘ୍ର ଉକ୍ତ ଜବରଦଖଲଗୁଡ଼ିକ ମୁକ୍ତ କରାଯିବା ସହିତ ସରକାରୀ ଜାଗାଗୁଡ଼ିକୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ୱାର୍ଡ ଅଫିସରମାନେ ଏବେ ଘରକୁ ଘର ବୁଲି ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିବା ସହିତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବୁଲି ହୋଲ୍ଡିଂ ଟିକସ ଆଦାୟ ଉପରେ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଏହି ମର୍ମରେ କିଛିଦିନ ମଧ୍ୟରେ ଦୁଇଟି ବେଆଇନ ବର୍ଜ୍ୟ ପରିଚାଳନା କରୁଥିବା ଗାଡ଼ିକୁ ସିଜ୍‌ କରାଯାଇଛି। ସେପ୍ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଇ ବିଏମ୍‌ସିର ନିଜସ୍ବ ଗାଡ଼ିରେ ବର୍ଜ ପରିଚାଳନା କରାଯାଉଛି। ସେହିପରି ବୁଧବାର ହୋଲ୍ଡିଂ ଟିକସ ଖିଲାପ କରୁଥିବା ୪୦ ଜଣ ଖିଲାପକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।
ଉଲ୍ଲେଖଥାଉ କି, ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଏମ୍‌ସି ନାନା ପଦକ୍ଷେପ ନେଉଥିବା ବେଳେ ଲୋକମାନେ ସଚେତନ ହେଉନାହଁାନ୍ତି। ବର୍ଜ୍ୟଜଳ ଏପରିକି ପାଇଖାନା ଜଳକୁ ଡ୍ରେନ୍‌କୁ ଛାଡୁଥିବାର ଦେଖିବାକୁ ମିଳୁଛି। ଏପରିକି ବସ୍ତିଗୁଡିକ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ସହରର ବିଭିନ୍ନ ବସ୍ତିରେ ହୋଇଥିବା ଘର ଗୁଡିକରୁ ଲୋକମାନେ ସିଧାସଳଖ ବର୍ଜ୍ୟ ଓ ମଳଯୁକ୍ତ ବର୍ଜ୍ୟ ଡ୍ରେନକୁ ଛାଡୁଥିବା ଦେଖିବାକୁ ମିଳିଛି। ଏତେସବୁ ପରେ ମଧ୍ୟ ସେମାନଙ୍କୁ ଏ ନେଇ କୌଣସି ନୋଟିସ ଦେବାର ବ୍ୟବସ୍ଥା ନ ଥିବା ଜଣାପଡ଼ିଛି। ୱାର୍ଡ ଅଫିସରମାନେ ସବୁ ଜାଣି କିଛି ନ ଜାଣିଲା ଭଳି ବ୍ୟବହାର କରୁଛନ୍ତି। ଯାହାର ପ୍ରତିଫଳନ ସ୍ବଚ୍ଛତା ସର୍ବେକ୍ଷଣରେ ଦେଖିବାକୁ ମିଳିଛି। ଓ୍ବାର୍ଡ ଅଫିସରମାନଙ୍କ ମନମୁଖି କାର୍ଯ୍ୟକଳାପ ଲାଗି ଆଜି ବିଏମ୍‌ସି ସ୍ବଚ୍ଛତା ସର୍ବେକ୍ଷଣରେ ୨୪୯ ନମ୍ବରରେ ରହିଛି ବୋଲି କହିଲେ କିଛି ଅତ୍ୟୁକ୍ତିି ହେବ ନାହିଁ। ସହରକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ୱାର୍ଡ ଅଫିସରମାନଙ୍କ ଏହି କାର୍ଯ୍ୟକଳାପ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ବିଲେଇ କପାଳକୁ ଶିକା ଛିଡ଼ିବା ସଦୃଶ ଏବେ ଓ୍ବାର୍ଡ ଅଫିସରମାନଙ୍କୁ ବିଏମ୍‌ସି ମୁଖ୍ୟକାର୍ଯ୍ୟ ହସ୍ତାନ୍ତର କରିଛି। ତେବେ ଏହା କେତେ ସୁଫଳତା ବିଏମ୍‌ସିକୁ ମିଳିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri