ଅପରାଧ ଘଟିଲେ ପୋଲିସ ନିଦ ଭାଙ୍ଗୁଛି

ଭୁବନେଶ୍ୱର,୨।୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ୪ଟି ଲୁଟ୍‌ ଓ ଡକାୟତି ଘଟଣା ପରେ କମିଶନରେଟ ପୋଲିସର ନିଦ ହଜିଯାଇଛି। ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ପାଇଁ ୩ଟି ଥାନାର ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡ୍‌ ଲାଗିପଡ଼ିିଛି। ମଞ୍ଚେଶ୍ୱର, ଶହୀଦନଗର ଓ ନୟାପଲୀ ଥାନାର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛନ୍ତି। ସନ୍ଦେହରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମଞ୍ଚେଶ୍ୱର ଥାନା ଅଞ୍ଚଳର ଲୁଟ୍‌ ଓ ଡକାୟତି ପଛରେ ରାଜଧାନୀ ଉପକଣ୍ଠର ବହୁ ଅପରାଧୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ରାଜଧାନୀ ଉପକଣ୍ଠରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରିବା ସହ ଗଳିଗନ୍ଦିରେ ପାଟ୍ରୋଲିଂ ଜୋରଦାର କରାଯାଇଛି। ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଏବଂ ଡିସିପି ଅନୁପ କୁମାର ସାହୁ ସହରର ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାତି ୧୦ଟା ପରେ କେହି ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହଁାନ୍ତି।
ଚେକିଂ ବେଳେ ମୋବାଇଲ୍‌ ଫିଙ୍ଗରପ୍ରିଣ୍ଟ୍‌ କିଟ୍‌ ବ୍ୟବହାର
ଦିଲ୍ଲୀ ଓ ମୁମ୍ବାଇଭଳି କମିଶନରେଟ୍‌ ପୋଲିସ ଏଥର ବ୍ଲକିଂ ଓ ଚେକିଂ ସମୟରେ ମୋବାଇଲ୍‌ ଫିଙ୍ଗ୍‌ରପ୍ରିଣ୍ଟ କିଟ୍‌ ବ୍ୟବହାର କରିବ। ଯାହାଦ୍ୱାରା ଆପରାଧୀଙ୍କୁ ଧରିବା ସହଜ ହେବ। ପ୍ରତ୍ୟେକ ଥାନାରେ ଗିରଫ ଅପରାଧୀମାନଙ୍କର ଫିଙ୍ଗର୍‌ପ୍ରିଣ୍ଟ ରଖିୁଛି ପୋଲିସ। ପ୍ରତିମାସରେ ଏହି ଫିଙ୍ଗରପ୍ରିଣ୍ଟ କିଟ୍‌କୁ ଅପ୍‌ଡେଟ୍‌ କରୁଛି। ବର୍ତ୍ତମାନ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୩ ହଜାର ଅପରାଧୀଙ୍କ ଫିଙ୍ଗରପ୍ରିଣ୍ଟ ରହିଛି। ବ୍ଲକିଂ ସମୟରେ ଧରାପଡୁଥିବା ବ୍ୟକ୍ତିଙ୍କର ଫିଙ୍ଗ୍‌ରପ୍ରିଣ୍ଟ ନିଆଯାଉଛି। ଯେଉଁମାନଙ୍କ ନାମରେ ପୂର୍ବରୁ ଆପରାଧିକ ରେକର୍ଡ ରହିଥିବ ତାହା ତୁରନ୍ତ ଜଣାପଡ଼ିଯାଉଛି। ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏହିଭଳି ଗୁରୁବାର ରାତିରେ ପୋଲିସ ଚେକିଂ କରିବା ସମୟରେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ପ୍ରାୟ ୬ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି। ଅନେକଙ୍କୁ ପୋଲିସ ପଚରାଉଚରା କରିବା ପରେ ଛାଡିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ଅସ୍ପଷ୍ଟ ଗାଡ଼ି ନମ୍ବର ଲୁଟେରାଙ୍କୁ ସୁହାଉଛି
ଲୁଟେରାମାନେ ଏବେ ଲୁଟ୍‌ କରିବା ପାଇଁ ଅସ୍ପଷ୍ଟ ଗାଡି ନମ୍ଭରକୁ ବ୍ୟବହାର କରୁଛନ୍ତି। ଯାହାକି ଏହାକୁ ସହଜରେ ପଢିହେବ ନାହିଁ। ଏହାସହ ଲୁଟେରାମାନେ ଫ୍ୟାନ୍ସି ଗାଡ଼ି ନମ୍ବର ବ୍ୟବହାର କରିବା ସହ ଅନେକ ସମୟରେ ନମ୍ବର ପ୍ଲେଟ୍‌ ଲଗାଉନାହଁାନ୍ତି। ଫଳରେ ସେମାନେ ଅପରାଧ ଘଟାଇ ସହଜରେ ଫେରାର ହୋଇଯାଉଛନ୍ତି। ଅସ୍ପଷ୍ଟ ନମ୍ବର ଥିବା ଗାଡ଼ିର କାଗଜପତ୍ର ଯାଞ୍ଚ କଲେ ଅପରାଧୀଙ୍କୁ ଧରିହେବ ବୋଲି ଅନେକ ବରିଷ୍ଠ ପୋଲିସ ମତ ଦେଇଛନ୍ତି।
ପାଟ୍ରୋଲିଂ ଗାଡ଼ିରେ ବୁଲିବେ ଥାନା ବାବୁ
ପୂର୍ବରୁ ସକାଳ ୧୦ରୁ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଥାନା ଅଧିକାରୀମାନେ ଥାନାରେ ବସି ରହୁଥିଲେ। ଯଦି କିଛି କାମ ପଡୁଥିଲା ବାହାରକୁ ଯାଉଥିଲେ। କିନ୍ତୁ ଏବେ ଆଉ ତାହା ଚଳିବ ନାହିଁ। କାରଣ ମଞ୍ଚେଶ୍ୱର ଲୁଟ୍‌ ଘଟଣା ପରେ ଥାନା ଅଧିକାରୀଙ୍କୁ ଅଫିସରେ ନ ବସି ପାଟ୍ରୋଲିଂ ଗାଡିରେ ବୁଲିବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
ଲୁଟ ପଛରେ ରାଜଧାନୀ ଉପକଣ୍ଠର ଅପରାଧୀ
ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୨୪ ଘଣ୍ଟାରେ ୪ ଲୁଟ ଓ ଡକାୟତି ଘଟଣା ପଛରେ ରାଜଧାନୀ ଉପକଣ୍ଠରେ ଅପରାଧୀମାନେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଏପରିକି ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମୋବାଇଲ୍‌ ଛାଡି ପଳାଇଥିବା ଅପରାଧୀଙ୍କ ଠିକଣା ସ୍ପେଶାଲ ସ୍କ୍ବାଡ୍‌ ପାଇଛି। ଫେରାର ହୋଇଯାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri