ଅନ୍‌ସ୍ଲୋରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ

ଛତ୍ରପୁର,୧।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ବର୍ଷ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଖୋଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ନୂତନ କୋଠା ନିର୍ମାଣ ପାଇଁ ଜମି ହସ୍ତାନ୍ତର ବିଳମ୍ବ ଯୋଗୁ ଏହା ଖୋଲିବାରେ ଅହେତୁକ ବିଳମ୍ବ ହୋଇଥିବା ଜଣାପଡିଛି। ଅପରପକ୍ଷରେ ଅନସ୍ଲୋ ସରକାରୀ ହାଇସ୍କୁଲରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ ଭାବେ ଚାଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତିି। ଶନିବାର ଏ ସମ୍ପର୍କରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ପ୍ରଦୀପ କୁମାର ବେହେରାଙ୍କଠାରୁ ଗଞ୍ଜାମ ଜିଲାପାଳ, ଶିକ୍ଷା ଅଧିକାରୀ ଓ ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି (ନଂ-୧୩୪୫୨) ଆସିଛି। ଫଳରେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଅନସ୍ଲୋ କୋଠା ହସ୍ତାନ୍ତର ହେବ ବୋଲି ଜଣାପଡିଛି। କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ ା
ପ୍ରକାଶଯେ, ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ଆର୍ଯ୍ୟପଲ୍ଲୀ ନିକଟରେ ପୂର୍ବରୁ ଚିହ୍ନଟ ଜମି ହସ୍ତାନ୍ତର ପରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁରରେ ଖୋଲିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଚିଠି ଆସିଥିଲା। ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ଏହି ଚିଠି ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଛତ୍ରପୁର ଅନସ୍ଲୋ ହାଇସ୍କୁଲର ଏକ କୋଠା ଦେଲେ କୌଣସି ଅସୁବିଧା ହେବନି ବୋଲି ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ପ୍ରଧାନ ଶିକ୍ଷକ ଜଣାଇଥିଲେ। ଏହାପରେ ଜିଲାପାଳଙ୍କ ସୁପାରିଶ ଓ ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଚିଠିକୁ ଆଧାର କରି ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ପକ୍ଷରୁ ୧ ତାରିଖରେ ଏଥିପାଇଁ ଅନୁମତି ଦେବା ପାଇଁ ସେକେଣ୍ଡାରୀ ଏଜୁକେସନ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ଏହାପରେ ସେକେଣ୍ଡାରୀ ଏଜୁକେସନ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ୧୨ ତାରିଖରେ ଏଥିପାଇଁ ଅନୁମତି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିିିରିକ୍ତ ସଚିବଙ୍କୁ ଚିଠି କରାଯାଇଥିଲା।
ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇଛି। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଆର୍ଯ୍ୟପଲ୍ଲୀ ନିକଟରେ ୧୦ ଏକର ଜମି ପ୍ରଶାସନ ପକ୍ଷରୁ ଦେବାକୁ ନିଷ୍ପତ୍ତି ହୋଇସାରିଛି। ଏହାକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଚଳିତବର୍ଷ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ା ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମଧ୍ୟ ଏହାକୁ ପ୍ରଶାସନିକ ମଞ୍ଜୁରୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri