ରାଜ୍ୟରେ ଲାଗୁହେବ ‘ଏକ ଦେଶ, ଏକ ରାଶନ କାର୍ଡ’

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ଯେକୌଣସି ସ୍ଥାନରେ ଖାଉଟିମାନେ ଶସ୍ତାରେ ରାଶନ ପାଇ ପାରିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା। ଧାର୍ଯ୍ୟ ସମୟ ମଧ୍ୟରେ ଏହି ଯୋଜନାରେ ଓଡ଼ିଶା ଭଳି କେତେକ ରାଜ୍ୟ ସାମିଲ ହୋଇ ନ ଥିଲେ। କେନ୍ଦ୍ର ସରକାର ସାରା ଦେଶରେ ଏହି ଯୋଜନା ଲାଗୁ କରିବା ପାଇଁ ଶନିବାର ଏକ ବର୍ଷ ଅର୍ଥାତ୍‌ ୩୦ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ସମୟ ବଢ଼ାଇଥିଲେ। ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଯାଇ ଓଡ଼ିଶାରେ ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରବିବାର କହିଛନ୍ତି।
ମନ୍ତ୍ରୀ ସ୍ବାଇଁ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ କୌଣସି ଗଠନ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ନାହିଁ। ହେଲେ ସମସ୍ତ ଯୋଜନାରେ ରାଜ୍ୟର ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନେ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ସହାୟତା ପାଇପାରିବେ, ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।
ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଜଣେ ହିତାଧିକାରୀ ଖାଦ୍ୟ ପାଇବାକୁ ହକ୍‌ଦାର। ଯଦି ଏହା ହେଉନାହିଁ, ତେବେ ସେହି ଅନୁପାତରେ ରାଜ୍ୟ ସରକାର ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ନିୟମ ରହିଛି। ଯଦି ଓଡ଼ିଶାର ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ ଯାଆନ୍ତି ତାହାହେଲେ ସେଠାରେ ନୂଆ ରାଶନ କାର୍ଡ ଆବେଦନ କରିବା ଭଳି ସମସ୍ୟାରୁ ‘ଏକ ଦେଶ, ଏକ ରାଶନ କାର୍ଡ’ ଯୋଜନା ମୁକ୍ତି ଦେବ। ଗ୍ୟାସ ସଂଯୋଗୀକରଣ କ୍ଷେତ୍ରରେ ଉପଭୋକ୍ତାକୁ ଯେଭଳି ନିଜର ଡିଲର ପରିବର୍ତ୍ତନ କରିବାକୁ ପଡିଥାଏ ରାଶନ କାର୍ଡରେ ମଧ୍ୟ ସେହିଭଳି ବ୍ୟବସ୍ଥା ରହିବ ବୋଲି ହରିଚନ୍ଦନ କହିଛନ୍ତି।
କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରାମଚନ୍ଦ୍ର କହିଛନ୍ତି ଯେ, କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ଲୋକଙ୍କୁ ଅତୀତରେ ଠକିଥିବାର ବହୁ ଉଦାହରଣ ରହିଛି। ବାହାର ରାଜ୍ୟରେ କାମ କରୁଥିବା ବହୁତ ଓଡ଼ିଆ ଏବେସୁଦ୍ଧା ରାଶନ କାର୍ଡ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri