ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ ମୋବାଲ ଟାଓ୍ବାର ନ ଥିବାରୁ ନେଟ୍‌ଓ୍ବର୍କ ଆସୁ ନାହିଁ ା ଲୋକେ ମୋବାଇଲ ସେବା ପାଉ ନ ଥିବାରୁ ଏଯାଏ ମୋବାଇଲ ଫୋନ ବ୍ୟବହାର କରିପାରୁ ନାହାନ୍ତି। ଭୌଗୋଳିକ ସ୍ଥିତି ଓ ଭିତ୍ତିଭୂମି ପ୍ରତି ନଜର ନ ରଖି ସରକାର ଅନ୍‌ଲାଇନ୍‌ରେ ପିଡିଏସ୍‌ ଯୋଗାଣ ହେବ ବୋଲି ନିୟମ କରିଥିବାରୁ ବଣପାହାଡ଼ ଘେରା ଦୁର୍ଗମ ଇଲାକାବାସୀଙ୍କ ଦୁର୍ଦ୍ଦଶାର ସୀମା ରହୁ ନାହିଁ ା ଗହମ,ଚାଉଳ ଉଠାଇବା ଲାଗି ପୁଶ୍‌ ମେଶିନରେ ଆଙ୍ଗୁଠି ଛାପ ଦେବାକୁ ପଡ଼ିବ। କିନ୍ତୁ ନେଟ୍‌୍‌ ଆସୁ ନ ଥିବାରୁ ପଞ୍ଚାୟତ ଦାୟିତ୍ୱର ଥିବା ପିଇଓ କିମ୍ବା ଜିଆର୍‌ଏସ୍‌ ପୁଶ୍‌ ମେଶିିନ ଓ ଲାପଟପ୍‌ ଆଦି ନେଇ ପାହାଡ ଉପର କିମ୍ବା ନେଟ୍‌ ଆସୁଥିବା ଜାଗାକୁ ଯାଉଛନ୍ତି। ଗାଁ ଲୋକେ ତାଙ୍କ ପଛେ ପଛେ ଯାଇ ଟିପ ଚିହ୍ନ ଦେବା ପରେ ସେଠାରୁ ଚିରକୁଟି ଧରି ଫେରୁଛନ୍ତି। ଏହାକୁ ପଞ୍ଚାୟତ ଅଫିସରେ ଦେଖାଇ ମାସିକ ପିଡିଏସ ସାମଗ୍ରୀ ଉଠାଉଛନ୍ତି।
ଝୁମ୍ପୁରା ବ୍ଲକଠାରୁ ପ୍ରାୟ ୨୦ କି.ମି. ଦୂରରେ କୁଟୁଗାଁ ପଞ୍ଚାୟତବାସୀ ଏବେ ନେଟ୍‌ ସମସ୍ୟା ଯୋଗୁ ଅନ୍‌ ଲାଇନରେ ପିଡିଏସ ସାମଗ୍ରୀ ଉଠାଣରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ଅଫିସଠାରୁ କୁଟୁଗାଁ ଗାଁ ଯାଏ ରାସ୍ତା ସୁବିଧା ଥିଲେ ମଧ୍ୟ ଏହା ଅଧୀନ ନାଉପାଣି, ଜୟପୁର, ହାତୀଦରୀ, ସାନ ଯୋଡ଼ା ଓ ଅନ୍ୟ ବହୁ ଆଦିବାସୀ ବସ୍ତିକୁ ରାସ୍ତା ନାହିଁ ା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଅଞ୍ଚଳବାସୀ ବିପିଏଲ କାର୍ଡ ପାଇଥିବାରୁ ସରକାରୀ ଯୋଜନାରେ କେତେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି। କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ପାନୀୟ ଜଳ ଆଦି କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ହୋଇ ରହିଛି। କୁଟୁଗାଁ ପଞ୍ଚାୟତରେ ମୋଟ ୧୦୨୫ ହିତାଧିକାରୀ ଅଛନ୍ତିି, ଯେଉଁମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ୧୬୦ କୁଇଣ୍ଟାଲ ଚାଉଳ, ୩ କୁଇଣ୍ଟାଲ ୪୩ କେଜି ଗହମ ଉଠାଇଥାନ୍ତି। ପଞ୍ଚାୟତରେ ଅନ୍ତ୍ୟୋଦ୍ୱୟ କାର୍ଡଧାରୀ ସଂଖ୍ୟା ୯୩ ଥିବାବେଳେ କେନ୍ଦ୍ରୀୟ ଯୋଜନାରେ ୮୮୧, ରାଜ୍ୟ ଖାଦ୍ୟ ନିରାପତ୍ତା କାର୍ଡ ଯୋଜନା ୪୬ଜଣ ଅଛନ୍ତି। ଏସବୁ ଗଁା ଗଣ୍ଡାକୁ ଚାରିପଟୁ ବଣପାହାଡ଼ ଘେରି ରହିଛି। ଲୋକଙ୍କୁ ଟେଲି ସେବା ଯୋଗାଇବା ଲାଗି ଏବେ କୁଟୁଗାଁ ନିକଟରେ ଏକ ଟାଓ୍ବାର ନିର୍ମାଣ କରାଯାଉଛି। ପୂର୍ବରୁ ଗାଁ ଲୋକଙ୍କୁ ଅଫ୍‌ ଲାନରେ ପିଡିଏସ ସାମଗ୍ରୀ ମିଳୁଥିଲା। ଏଭଳିି ବ୍ୟବସ୍ଥା ବନ୍ଦ ହୋଇ ଏବେ ଅନ୍‌ଲାଇନ ବ୍ୟବସ୍ଥା ହୋଇଛି। ନେଟ ଆସୁ ନ ଥିବାରୁ କୁଟୁଗାଁ ପଞ୍ଚାୟତର ଜିଆର୍‌ଏସ୍‌ ଜଗନ୍ନାଥ ସାଣ୍ଡିଲ ୫ କି.ମି. ଦୂର ଧାତିକା ଛକ ନିକଟକୁ ଯାଇ ସେଠାରେ ପୁଶ୍‌ ମେଶିିନରେ ଟିପଚିହ୍ନ ନେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଧାତିକା ଛକର ଦୂରତା ୫କି.ମି. ହେବ। କୁଟୁଗାଁ ପଞ୍ଚାୟତଠାରୁ ନାଉପାଣି, ଜୟପୁର, ହାତୀଦରୀ ଗ୍ରାମଗୁଡିକର ଦୂରତା ପ୍ରାୟ ୧୨କି.ମି.ରୁ ଊର୍ଦ୍ଧ୍ୱ। ଏତେ ଦୂର ଜଙ୍ଗଲ ରାସ୍ତା ପାର ହେବା ସାଙ୍ଗକୁ ହଇରାଣ ହୋଇ ପିଡିଏସ୍‌ ଆଣିବାକୁ ପଡୁଥିବାରୁ ହାତୀଦରୀ ଗ୍ରାମର ବାଲମା ମୁଣ୍ଡା,ପଦ୍ମା ମୁଣ୍ଡା, ସାବିତ୍ରୀ ମୁଣ୍ଡା, ବୁଦୁନୀ ମୁଣ୍ଡା, ଦସମା ମୁଣ୍ଡା ପ୍ରମୁଖ ନାଉପାଣି ଗ୍ରାମର ଚମ୍ପା ମୁଣ୍ଡା, ଲତା ମୁଣ୍ଡା, ସମାରି ମୁଣ୍ଡା ପ୍ରମୁଖ ସାନଯୋଡା ଗ୍ରାମର କାଇଁଚ ନାଏକ, ରଇବାରୀ ଦେହୁରୀ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଡଧାରୀଙ୍କ ଅଭିଯୋଗ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମିଳା ଖମାରୀ ଏବଂ ଜିଆରଏସ ଜଗନ୍ନାଥ ସାଣ୍ଡିଲଙ୍କୁ ପଚାରିବାରୁ କହିଛନ୍ତି, ଏବେ ସବୁ କାମ ଅନ୍‌ଲାଇନରେ ହେଉଛି। ଏ ନେଇ ଉପରୁ ଯାହା ନିର୍ଦ୍ଦେଶ ଆସୁଛି, ଆମେ ପାଳନ କରୁଛୁ। କଚଟୁଗାଁଠାରୁ ୭ କି.ମି. ଦୂର ମଳଦା ପଞ୍ଚାୟତରେ ଟାଓ୍ବାର ଥିବାରୁ ଏଠାକାର କେତେକ ସ୍ଥାନରେ ନେଟ୍‌ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧା ଏବଂ ବିଡିଓ ଜୟଶ୍ରୀ ବେଉରାଙ୍କୁ ପଚାରିବାରୁ କିପରି ପିଡିଏସ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆସିବ ତାହା ଆମେ ଅନୁଧ୍ୟାନ କରି ଦେଖୁଛୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri