Posted inଖେଳ

ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ କରୁଛି ପିସିବି

କରାଚୀ, ୨୧।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶ ଲକ୍‌ଡାଉନ୍‌ରେ ରହିଥିବାବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହାର କେନ୍ଦ୍ରୀୟ ଚୁକ୍ତିଭୁକ୍ତ ଖେଳାଳିଙ୍କ ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ ସୋମବାରଠାରୁ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ହାରିସ୍‌ ସୋହେଲ, ହସନ ଅଲ୍ଲୀ, ମହମ୍ମଦ ଆବାସ, ଅସାଦ ସାଫିକ୍‌, ସର୍ଫରାଜ ଅହମ୍ମଦ, ଇମାଦ୍‌ ଓ୍ବାସିମ ଓ ଶାଦାବ ଖାନ୍‌ଙ୍କ ଫିଟ୍‌ନେସ୍‌ ଟେଷ୍ଟ ହୋଇଛି। ଅବଶିଷ୍ଟଙ୍କର ମଙ୍ଗଳବାର ହେବ। କ୍ରିକେଟ ବୋର୍ଡ ତରଫରୁ ଗତ ସପ୍ତାହରେ ଘରୋଇ ଖେଳାଳିଙ୍କର ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଏହି ସମୟରେ ବ୍ୟାଟ୍ସମ୍ୟାନ ସୋହେବ ମାସୁଦ ଆଘାତପ୍ରାପ୍ତ ହୋଇଥିଲେ। ଅନ୍‌ଲାଇନ୍‌ ଟେଷ୍ଟର ଡିଜାଇନ୍‌ କରିଛନ୍ତି ଜାତୀୟ ଦଳର ଷ୍ଟ୍ରେନ୍ଥ୍‌ ଓ କଣ୍ଡିଶନିଂ କୋଚ୍‌ ୟାସିର ମଲିକ ଅନ୍‌ଲାଇନ୍‌ ଟେଷ୍ଟର ଡିଜାଇନ୍‌ କରିଛନ୍ତି। ସେ ଓ ମୁଖ୍ୟ କୋଚ୍‌ ଓ ଚୟନକର୍ତ୍ତା ମିସ୍‌ବା-ଉଲ୍‌ ହକ୍‌ଙ୍କ ତତ୍ତ୍ୱାବଧାନରେ ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ କାର୍ଯ୍ୟକ୍ରମ ଚାଲିଛି। ପାକିସ୍ତାନ କ୍ରିକେଟ ଦଳର ଆଗକୁ ହଲାଣ୍ଡ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁର୍‌ କାର୍ଯ୍ୟକ୍ରମ ରହିଛି। ଇଂଲଣ୍ଡରେ ଦଳ ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବ। ବିଦେଶ ଟୁର୍‌ ଜୁଲାଇରେ ଆରମ୍ଭ ହେବ। ତେବେ କରୋନା ଭାଇରସ୍‌ ମହାମାରୀ ଯେପରି ଭାବେ ବ୍ୟାପିବାରେ ଲାଗିଛି ଅନିଶ୍ଚିତତା ସୃଷ୍ଟି ହୋଇଛି। ପାକିସ୍ତାନ ଟୁର୍‌କୁ କାର୍ଯ୍ୟକାରୀ କରାଯିବ ସମ୍ପର୍କରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମେ ୧୫ରେ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri