Categories: ଖେଳ

ଅନ୍‌ଲାଇନ୍‌ ଚେସ୍‌: ନିପୁନ ଚାମ୍ପିୟନ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ୯ମ ଅନ୍‌ଲାଇନ୍‌ ଚେସ୍‌ରେ ନିପୁନ ଆଦିତ୍ୟ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୨୦୧୯ରେ ରାଜ୍ୟ ବଧିର ଚେସ୍‌ ଚାମ୍ପିୟନ ହୋଇଥିବା ଭୁବନେଶ୍ୱର ନିପୁନ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା ୬ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ତନ୍ମୟ ତ୍ରିପାଠୀ, ସନ୍ଦୀପା ସାହୁ, ବିକାଶ କୁମାର ଲେଙ୍କା ଓ ପ୍ରତୀକ ଚୌରାସିଆ(ସମସ୍ତେ ୪.୫ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟରୁ ୫ମ ସ୍ଥାନ ହାସଲ କରିଛନ୍ତି। ୧୧ ବର୍ଷରୁ କମ୍‌ ବର୍ଗରେ ଆଦିତ୍ୟ ନାରାୟଣ ମହାନ୍ତି, ତ୍ରିଦେବ ତୀର୍ଥଙ୍କର, ଦେବାଂଶ ପଣ୍ଡା, ୯ ବର୍ଷରୁ କମ୍‌ରେ ସୂର଼୍ୟାଂଶୁ ମହାକୁଡ଼, ନିଲିଶା ନିବେଦିତା, ୭ ବର୍ଷରୁ କମ୍‌ରେ ସାରାଂଶ ସାହୁ ଓ ଅର୍ନବ ବିଶ୍ୱାଳ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ ଦେଶର ୪୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆୟୋଜକ ସେଣ୍ଟରର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ପରିଚାଳିତ ହୋଇଥିଲା।

Share